ଚକୋଲେଟ୍‌ ଗରିଲା : ଓଜନ ୪୫ କିଲୋଗ୍ରାମ୍,ଉଚ୍ଚତା ଏକ ମିଟର

Advertisment
ଚକୋଲେଟ୍‌ ଗରିଲା : ଓଜନ ୪୫ କିଲୋଗ୍ରାମ୍,ଉଚ୍ଚତା ଏକ ମିଟର

ଇଂଲାଣ୍ଡର ବ୍ରିଷ୍ଟଲଠାରେ ଅବସ୍ଥିତ ବିଶ୍ବର ପ୍ରାଚୀନତମ ପ୍ରାଦେଶିକ ଚିଡ଼ିଆଖାନା ପରିସରରେ ଚକୋଲେଟ୍‌ରେ ଖୋଦେଇ ହୋଇଥିବା ଏକ ବିଶାଳକାୟ ଗରିଲା ଏବେ ଶୋଭାପାଉଛି। ୪୫ କିଲୋଗ୍ରାମ୍ ଓଜନ ଓ ଏକ ମିଟର ଉଚ୍ଚତା ବିଶିଷ୍ଟ ଏହି ଗରିଲାକୁ ବେଡମିନିଷ୍ଟର ସ୍ଥିତ ଜରା’ସ ଚକୋଲେଟ୍‌ସ କମ୍ପାନି ପ୍ରସ୍ତୁତ କରିଛି। ଶିଳ୍ପୀ ଲେକ୍‌ ଜେରାମ୍‌ ଏହି ଚକୋଲେଟ୍‌ ଗରିଲାର ରୂପରେଖ ପ୍ରସ୍ତୁତ କରିଛନ୍ତି।

ଏହା ‘ଆଲଫ୍ରେଡ୍‌’ ନାମକ ମୃତ ଗରିଲାର ପ୍ରତିକୃତି। ଆଲଫ୍ରେଡ୍‌ ୧୯୩୦ରୁ ୧୯୪୮ରେ ମୃତ୍ୟୁ ପର୍ଯ୍ୟନ୍ତ ଏହି ଚିଡ଼ିଆଖାନାରେ ଦର୍ଶକମାନଙ୍କୁ ମନୋରଂଜନ ଯୋଗାଉଥିଲା। ସେ ଉକ୍ତ ଚିଡ଼ିଆଖାନାର ଏତେ ଲୋକପ୍ରିୟ ସଦସ୍ୟ ଥିଲା ଯେ ଚକୋଲେଟ୍‌ ଗରିଲାକୁ ଏକ ସ୍ମୃତିର ସନ୍ତକ ଭାବେ ନିର୍ମାଣ କରାଯାଇଛି। ଆସନ୍ତା ଅକ୍‌ଟୋବର ମାସ ଶେଷ ଯାଏ ସେଠାରେ ଏହି ଚକୋଲେଟ୍‌ ଗରିଲା ପ୍ରଦର୍ଶିତ ହେବ। ଅକ୍‌ଟୋବର ଶେଷ ଆଡ଼କୁ ଉକ୍ତ ଚକୋଲେଟ୍‌ ଗରିଲାକୁ ସଂପୂର୍ଣ୍ଣ ଭଙ୍ଗାଯାଇ ସର୍ବସାଧାରଣଙ୍କ ମଧ୍ୟରେ ବଣ୍ଟନ କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe