୨୦୪୦ ସୁଦ୍ଧା ଦୁନିଆରୁ ଉଭେଇ ଯିବ ଚକ୍‌ଲିଟ୍‌

Advertisment
୨୦୪୦ ସୁଦ୍ଧା ଦୁନିଆରୁ ଉଭେଇ ଯିବ ଚକ୍‌ଲିଟ୍‌

Image Courtesy of TOI

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆସନ୍ତା ୩୦ ବର୍ଷ ମଧ୍ୟରେ ଦୁନିଆରୁ ଚକ୍‌ଲିଟ୍‌ ଉଭେଇ ଯିବ।

ବିଶେଷଜ୍ଞମାନଙ୍କ ମତରେ, ବଢ଼ିବା ପାଇଁ ଅତ୍ୟଧିକ ବୃଷ୍ଟିପାତ ଲୋଡୁଥିବା କାକାଓ ଗଛ ଏବେ ଉଷ୍ମ ଜଳବାୟୁ ଯୋଗୁଁ ଆଉ ଉଧାଇ ପାରୁ ନାହିଁ। ଏହି ଫଳର ମଞ୍ଜିକୁ ଗୁଣ୍ଡ କରି ଚକ୍‌ଲିଟି ପ୍ରସ୍ତୁତି କରାଯାଏ।

‘ୟୁଏସ୍‌ ନେସ୍‌ନାଲ୍‌ ଓସେନିକ୍‌ ଆଣ୍ଡ୍‌ ଆଟ୍‌ମୋସ୍ଫେରିକ୍‌ ଆଡ୍‌ମିନିଷ୍ଟ୍ରେନ୍‌’ କହିବାନୁସାରେ, ଆସନ୍ତା ୩୦ ବର୍ଷ ମଧ୍ୟରେ ମାତ୍ର ୨. ୧ସେଲ୍‌ସିୟସ୍‌ ବୃଦ୍ଧି ପାଇଲେ ମଧ୍ୟ ତାହା ବିଶ୍ୱରେ ଥିବା ଚକ୍‌ଲିଟ୍‌ ଶିଳ୍ପକୁ ବନ୍ଦ କରାଇ ଦେବ। ଯେତେ ପରିମାଣରେ ବର୍ଷା ହେଲେ ମଧ୍ୟ ଏ ଭଳି ଉତ୍ତାପ ବୃଦ୍ଧିକୁ ଭରଣା କରି ପାରିବ ନାହିଁ ଅର୍ଥାତ୍‌ କମାଇ ପାରିବ ନାହିଁ।

ବିଶ୍ୱରେ ୫୦%ରୁ ଅଧିକ ଚକ୍‌ଲିଟ୍‌ ଅମଳ କରୁଥିବା କୋଟ୍‌ ଡି’ଭୋୟାର୍‌ ଏବଂ ଘାନା ପ୍ରଭୃତି ଆଫ୍ରିକୀୟ ଦେଶ ଏଭଳି ସମସ୍ୟାର ପ୍ରମାଣ ସାଜି ସାରିଛନ୍ତି।

publive-image
ଲଣ୍ଡନ୍‌ସ୍ଥିତ ଗବେଷଣା ଅନୁଷ୍ଠାନର ଡଗ୍‌ ହକିନ୍‌ସ୍‌ ନାମକ ଜଣେ ଗବେଷକ କହନ୍ତି: ଆଧୁନିକ ଉନ୍ନତ ଅମଳକ୍ଷମ ଚାଷୀ ଏବଂ ଫସଲ ପରିଚାଳନା କୌଶଳରେ ଗଛରୁ ଅମଳ କରାଯାଉଥିବା ଅନ୍ୟାନ୍ୟ ଫସଲର ଗୁଣସୂତ୍ର ପରିବର୍ତ୍ତନ କରାଯାଇ ସେ ସବୁର ଅମଳ ବୃଦ୍ଧି କରାଯାଇ ପାରିଛି। କିନ୍ତୁ ଏବେ ମଧ୍ୟ ବିଶ୍ୱର ୯୦% କୋକାଓ ଫସଲ ଛୋଟ ଛୋଟ ଫାର୍ମରେ ଅନୁନ୍ନତ ପ୍ରଣାଳୀରେ ଅମଳ କରାଯାଉଛି।

ଫଳତଃ ଆସନ୍ତା ଅଳ୍ପ କେତେ ବର୍ଷ ମଧ୍ୟରେ ବାର୍ଷିକ ୧ ଲକ୍ଷ ଟନ୍‌ ଚକ୍‌ଲିଟ୍‌ ନିଅଣ୍ଟ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe