ସିଆଇଏସ୍‌ଏଫ୍‌ ଆସିଷ୍ଟାଣ୍ଟ୍‌ ସବ୍‌-ଇନ୍‌ସ୍ପେକ୍ଟରଙ୍କ ଉପସ୍ଥିତ ବୁଦ୍ଧି ହେତୁ ଆସନ୍ନ ମୃତ୍ୟୁରୁ ବଞ୍ଚିଲେ ଯାତ୍ରୀ; ଶ୍ୱାସକ୍ରିୟା ଚଳାଇ ଜୀବନ ବଞ୍ଚାଇଲେ

Advertisment
ସିଆଇଏସ୍‌ଏଫ୍‌ ଆସିଷ୍ଟାଣ୍ଟ୍‌ ସବ୍‌-ଇନ୍‌ସ୍ପେକ୍ଟରଙ୍କ ଉପସ୍ଥିତ ବୁଦ୍ଧି ହେତୁ ଆସନ୍ନ ମୃତ୍ୟୁରୁ ବଞ୍ଚିଲେ ଯାତ୍ରୀ; ଶ୍ୱାସକ୍ରିୟା ଚଳାଇ ଜୀବନ ବଞ୍ଚାଇଲେ

ମୁମ୍ବାଇ: ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ(ସିଆଇଏସ୍‌ଏଫ୍‌)ର ଆସିଷ୍ଟାଣ୍ଟ୍‌ ସବ୍‌-ଇନ୍‌ସ୍ପେକ୍ଟର ମୋହିତ କୁମାର ଶର୍ମା ଅନ୍ୟ ଦୁଇ ସିଆଇଏସ୍‌ଏଫ୍‌ ବ୍ୟକ୍ତିଙ୍କ ମିଳିତ ସହାୟତାରେ ମୁମ୍ବାଇ ବିମାନ ବନ୍ଦରରେ ହୃଦ୍‌ଘାତ୍‌ର ଶିକାର ହୋଇଥିବା ଜଣେ ଯାତ୍ରୀଙ୍କର କୃତ୍ରିମ ଶ୍ୱାସକ୍ରିୟା ଚଳାଇ ତାଙ୍କ ଜୀବନ ବଞ୍ଚାଇଛନ୍ତି। ହୃଦ୍‌ଘାତର ଶିକାର ହୋଇଥିବା ବ୍ୟକ୍ତିଜଣଙ୍କ ମୁହଁରେ ପବନ ଦେଇ ତାଙ୍କୁ ବଞ୍ଚାଇ ରଖିପରିଛନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ବ୍ୟକ୍ତି ଜଣଙ୍କୁ ନାନାବାଟି ହସ୍ପିଟାଲ୍‌କୁ ନିଆଯାଇଥିଲା। ଉକ୍ତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ ବିପଦ ବାହାରେ ଥିବା ଜାଣିବାକୁ ମିଳିଛି।

ଆନ୍ଧ୍ରପ୍ରଦେଶର ସତ୍ୟନାରାୟଣ ଗୁବ୍‌ଲା ମୁମ୍ବାଇରୁ ହାଇଦ୍ରାବାଦ୍‌ ଯାତ୍ରା କରିବାକୁ ବିମାନ ବନ୍ଦରରେ ପହଞ୍ଚିଥିଲେ। ମାତ୍ର ହଠାତ୍‌ ହୃଦ୍‌ଘାତ ଘଟିବା ହେତୁ ମୁମ୍ବାଇ ବିମାନ ବନ୍ଦରର ଟର୍ମିନାଲ୍‌-୨ରେ ଠଳି ପଡ଼ିଥିଲେ। ଏପରି ଘଟିବା ପରେ ତୁରନ୍ତ ମୁମ୍ବାଇ ଇଣ୍ଟର୍‌ନାସ୍‌ନାଲ୍‌ ଏୟାର୍‌ପୋର୍ଟ ଲିମିଟେଡ୍‌ର ମେଡିକାଲ୍‌ ଟିମ୍‌କୁ ସୂଚନା ଦିଆଯାଇଥିଲା।

ଡାକ୍ତରୀ ଦଳ ଆସି ନ ପହଞ୍ଚିବା ପର୍ଯ୍ୟନ୍ତ ମୋହିତ କୁମାର ଶର୍ମା ଅନ୍ୟ ଦୁଇ ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କ ସହ ସତ୍ୟନାରାୟଣଙ୍କ ପାଟି ପଟେ ନିଶ୍ୱାସ ଦେଇ ତାଙ୍କୁ ବଞ୍ଚାଇ ରଖିଥିଲେ। ତା’ପରେ ଡାକ୍ତରୀ ଦଳ ପହଞ୍ଚି ପ୍ରାଥମିତ ଚିକିତ୍ସା କରିବା ପରେ ତାଙ୍କୁ ନାନାବାଟି ହସ୍ପିଟାଲ୍‌କୁ ନିଆଯାଇଥିଲା। ତେବେ ମୋହିତ କୁମାରଙ୍କର ଏପରି ଉପସ୍ଥିତ ବୁଦ୍ଧିକୁ ଅନ୍ୟ ଯାତ୍ରୀଙ୍‌କ ସମେତ ଡାକ୍ତରୀ ଦଳ ମଧ୍ୟ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe