ଦେଶରେ ପ୍ରଥମ ଥର ପାଇଁ ଅଜଗରର ହେଲା ସିଟି ସ୍କାନ!

Advertisment
ଦେଶରେ ପ୍ରଥମ ଥର ପାଇଁ ଅଜଗରର ହେଲା ସିଟି ସ୍କାନ!

ଭୁବନେଶ୍ୱର: ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ, ଭୁବନେଶ୍ୱରର ଏକ ଘରୋଇ କ୍ଲିନିକରେ ଅଜଗରର ସିଟି ସ୍କାନ କରାଯାଇଛି। ୭ ଫୁଟ ଲମ୍ବର ଏହି ଅଜଗରର ଓଜନ ୫ କିଲୋ। ଦୁଇ ଦିନ ପୂର୍ବେ ଆନନ୍ଦପୁର ବରାଙ୍ଗ ସଂରକ୍ଷିତ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଅଜଗରଟିକୁ ଉଦ୍ଧାର କରାଯାଇଥିଲା। ସାପଟିର ମୁଣ୍ଡରେ ଆଘାତ ଲାଗିଥିବା ହେତୁ ତା’ର ଦୁଇଟି ହାଡ଼ ଭାଙ୍ଗି ଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଅଜଗରର ମାନୁଆଲ ଏକ୍ସରେ କରାଯାଇଥିଲା। ତେବେ ଏହି ଏକ୍ସରେ ବିଶେଷ କିଛି ଜଣାପଡିନଥିଲା। ପରେ ପୁର୍ନବାର ଡିଜିଟାଲ ଏକ୍ସ୍‌ସରେ କରିବା ପରେ ପ୍ରକୃତ ଅବସ୍ଥା ଜାଣି ହୋଇଥିଲା। ଏଣୁ ସାପଟିସ ସିଟି ସ୍କାନ କରାଇବା ପାଇଁ ଡାକ୍ତରମାନେ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe