ତରଳି ଯାଉଛି ମାଟି ତଳେ ଜମାଟ ବାନ୍ଧିଥିବା ବରଫ; ଭୁଶୁଡ଼ିବ କୋଠାବାଡ଼ି, ରାସ୍ତା ଓ ପାଇପ୍‌ଲାଇନ୍‌

Advertisment
ତରଳି ଯାଉଛି ମାଟି ତଳେ ଜମାଟ ବାନ୍ଧିଥିବା ବରଫ; ଭୁଶୁଡ଼ିବ କୋଠାବାଡ଼ି, ରାସ୍ତା ଓ ପାଇପ୍‌ଲାଇନ୍‌

ନୂଆଦିଲ୍ଲୀ:  କୋଟି କୋଟି ଟନ୍‌ର ‘ଗ୍ରିନ୍‌ହଉସ୍‌’ ଗ୍ୟାସ୍‌ ନିର୍ଗମନ ହେତୁ ଆର୍କଟିକ୍‌ ଭୂପୃଷ୍ଠରେ ସ୍ଥାୟୀ ଭାବେ ଜମାଟ ବାନ୍ଧିଥିବା ବରଫ (ପର୍ମାଫ୍ରଷ୍ଟ୍‌) ତରଳିବା କେବଳ ସେ ଅଞ୍ଚଳ ପାଇଁ ନୁହେଁ ସମଗ୍ର ବିଶ୍ବ ପାଇଁ ବିପଦର ଆଶଙ୍କା ଥିବା କଥା ଏକ ବୈଜ୍ଞାନିକ ଅନୁଶୀଳନରୁ ଜଣାପଡ଼ିଛି। ଏଯାବତ୍‌ ସ୍ଥାୟୀ ଭାବେ ଜମାଟ ବାନ୍ଧିଥିବା ବରଫ ଉପରେ ହୋଇଥିବା ଗ‌େବେଷଣା ଅନୁସାରେ, ବିଶେଷକରି ରୁଷ୍‌ର ଅଧିକାଂଶ ପ୍ରାୟ ୭୦% ସଡ଼କ, ପାଇପ୍‌ଲାଇନ୍‌, ସହର ଏବଂ ଉଦ୍ୟୋଗ ଉକ୍ତ ନରମା ମାଟି ଉପରେ ନିର୍ମିତ ହୋଇଛି। ମଧ୍ୟ ଶତାବ୍ଦୀ ସମୟରୁ ଏହି ଅଞ୍ଚଳରେ ଅତି ଦ୍ରୁତ ବେଗରେ କ୍ଷତି ହେଉଥିବା ଲକ୍ଷ୍ୟ କରାଯାଉଛି।

ଅଧ୍ୟୟନରେ ସତର୍କ କରାଇ ଦିଆଯାଇଛି ଯେ, ଅତ୍ୟଧିକ ଜ୍ବଳନଶାଳୀ କାର୍ବନୀୟ ପଦାର୍ଥ ଏବେ ଆଉ ବରାଫାବୃତ ହୋଇ ନାହିଁ। ଏହାର ସଂସ୍ପର୍ଶରେ ଆସି ଏବେ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟଣା ବୃଦ୍ଧି ପାଉଛି। ଏହି ଘଟଣା ମଧ୍ୟ ଜମାଟ ବାନ୍ଧି ରହିଥିବା ସ୍ଥାୟୀ ବରଫ ଚଟାଣ ପାଇଁ ବିପଦର କାରଣ ‌ହୋଇଛି।

publive-image Image Courtesy of Down to Earth

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଥିବା ଭୂପୃଷ୍ଠର ଏକ ଚତୁର୍ଥାଂଶ ‘ପର୍ମାଫ୍ରଷ୍ଟ୍‌’ ବା ସ୍ଥାୟୀ ଜମାଟ ବରଫାବୃତ ହୋଇ ରହିଛି। ବର୍ତ୍ତମା‌ନ ସେଠାରେ ଦୁଇଗୁଣ ହେବା ପରିସ୍ଥିତି ହୋଇଯାଇଛି। ୧୮୫୦ ପରେ ମାନବୀୟ କାର୍ଯ୍ୟକଳାପ ଯୋଗୁଁ ଏହା ବୃଦ୍ଧି ପାଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କ‌ୌଣସି ଭୂପୃଷ୍ଠର ତାପମାତ୍ରା ଦୁଇ ବର୍ଷରୁ ଅଧିକ କାଳ ଶୂନ୍ୟ ଡିଗ୍ରି ସେଲିସିୟସ୍‌ରୁ ଅଧିକ ଥଣ୍ଡା ରହିଲେ ସ୍ଥାୟୀ ବରଫ ଜମାଟ ବାନ୍ଧିବା ଆରମ୍ଭ ‌ହୁଏ। ସେହି ଅନୁସାରେ, ‌ଭୂପୃଷ୍ଠର କେତେକ ଅଞ୍ଚଳର ‘ପର୍ମାଫ୍ରଷ୍ଟ୍‌’ ହଜାର ହଜାର ବର୍ଷ ପୁରାତନ।

ଅଧ୍ୟୟନ ଅନୁସାରେ, ବିଗତ ଅର୍ଦ୍ଧ ଶତାବ୍ଦୀ ହେବ ଆର୍କଟିକ୍‌ ଅଞ୍ଚଳରେ ତାପମାତ୍ରା ସମଗ୍ର ଦୁନିଆ ତୁଳନାରେ ୩ଗୁଣରୁ ଅଧିକ ବେଗରେ ବୃଦ୍ଧି ପାଉଛି। ତେଣୁ, ଶୀତଋତୁରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରି ସେଲିସିୟସ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇ ଏ ଅଞ୍ଚଳରେ ଔଦ୍ୟୋଗିକ କ୍ଷେତ୍ରରେ ବଡ଼ ବିଚିତ୍ର ଅସଂଗତି ପରିଲକ୍ଷିତ ହେଉଛି।

ବରଫ ତଳେ ଥିବା କାର୍ବନ୍‌ ଅଧିକ ଜ୍ବଳନଶାଳୀ। ତେଣୁ, ବରଫ ତରଳିବା ଯୋଗୁଁ ମାଟିରେ ପୋତି ହୋଇ ରହିଥିବା ପୁରାତନ ‘କାର୍ବନ୍‌’ ବାହାରକୁ ଆସି ଅଧିକ ଗରମ ସୃଷ୍ଟି କରିବ।

ବରଫ ତରଳିବା ଯୋଗୁଁ ସେ ଅଞ୍ଚଳରେ ଥିବା କୋଠାବାଡ଼ିର ମୂଳଦୁଆ ପ୍ରତି ତୁରନ୍ତ ବିପଦ ସୃଷ୍ଟି ହେବ। ଉତ୍ତର ଗୋଲାର୍ଦ୍ଧର ‘ପର୍ମାଫ୍ରଷ୍ଟ୍‌’ ଅଞ୍ଚଳରେ ପ୍ରାୟ ୧୨୦,୦୦୦ କୋଠାବାଡ଼ି, ୪୦,୦୦୦ କିଲୋମିଟର୍‌ ସଡ଼କ ଏବଂ ୯,୫୦୦ କିଲୋମିଟର୍‌ ପାଇପ୍‌ଲାଇନ୍‌ ରହିଛି। ତାପମାତ୍ରା ବୃଦ୍ଧି ହେତୁ ବରଫ ତରଳି ଯାଉଥିବାରୁ ମାଟିର ଜାବୁଡ଼ି ରଖିବା କ୍ଷମତା ହ୍ରାସ ପାଉଛି। ତେଣୁ, ଏ ସବୁ ଅଞ୍ଚଳରେ ଥିବା କୋଠାବାଡ଼ି, ଶିଳ୍ପ ଏବଂ ସଡ଼କ କ୍ରମଶଃ ଅସୁରକ୍ଷିତ ହୋଇ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe