ଜଳବାୟୁ ପରିବର୍ତ୍ତନ କମାଉଛି ଖାଦ୍ୟର ଗୁଣବତ୍ତା!

ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ଉଚ୍ଚ ସ୍ତର ଏବଂ ବର୍ଦ୍ଧିତ ତାପମାତ୍ରାର ମିଶ୍ରିତ ପ୍ରଭାବରୁ ଖାଦ୍ୟ ଫସଲର ପୁଷ୍ଟିକର ଗୁଣବତ୍ତା ହ୍ରାସ ହେଉଛି ବୋଲି ଏକ ନୂତନ ଗବେଷଣାରୁ ଜଣାପଡ଼ିଛି। ଏହି ପରିବେଶଗତ ପରିବର୍ତ୍ତନ ଆଲୋକ ସଂଶ୍ଳେଷଣ ଓ ବୃଦ୍ଧି ହାର ଠାରୁ ଆରମ୍ଭ କରି ଫସଲରେ....

fhsffxbxbv

ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ଉଚ୍ଚ ସ୍ତର ଏବଂ ବର୍ଦ୍ଧିତ ତାପମାତ୍ରାର ମିଶ୍ରିତ ପ୍ରଭାବରୁ ଖାଦ୍ୟ ଫସଲର ପୁଷ୍ଟିକର ଗୁଣବତ୍ତା ହ୍ରାସ ହେଉଛି ବୋଲି ଏକ ନୂତନ ଗବେଷଣାରୁ ଜଣାପଡ଼ିଛି। ଏହି ପରିବେଶଗତ ପରିବର୍ତ୍ତନ ଆଲୋକ ସଂଶ୍ଳେଷଣ ଓ ବୃଦ୍ଧି ହାର ଠାରୁ ଆରମ୍ଭ କରି ଫସଲରେ ପୁଷ୍ଟିକର ସଂଶ୍ଳେଷଣ ଓ ସଂରକ୍ଷଣ ପର୍ଯ୍ୟନ୍ତ ସବୁକିଛିକୁ ପ୍ରଭାବିତ କରିପାରେ ବୋଲି ୟୁନାଇଟେଡ୍‌ କିଙ୍ଗଡମ୍‌ର ଲିଭରପୁଲ୍‌ ଜନ୍ ମୁର୍ସ ବିଶ୍ୱବିଦ୍ୟାଳୟର ଗବେଷିକା ଜିଆତା ଉଗୱା ଏକେଲେ କହିଛନ୍ତି। 

ଜଳବାୟୁ ପରିବର୍ତ୍ତନ ଉଦ୍ଭିଦମାନଙ୍କ ପାଇଁ ବିନାଶକାରୀ ଓ ଅପରିବର୍ତ୍ତନୀୟ ପରିଣାମ ଆଣିପାରେ ବୋଲି ଆଶଙ୍କା କରାଯାଉଛି। ଉଦ୍ଭିଦଗୁଡ଼ିକ ପର୍ଯ୍ୟାବରଣ ପ୍ରଣାଳୀର ପ୍ରାଥମିକ ଉତ୍ପାଦକ ଭାବରେ ଆମର ଖାଦ୍ୟ ଶୃଙ୍ଖଳାର ମୂଳଦୁଆ ହୋଇଥିବାରୁ ଏହି ପ୍ରଭାବକୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗବେଷିକା ଜିଆତାଙ୍କ ଗବେଷଣା ପ୍ରକଳ୍ପର ପ୍ରାରମ୍ଭିକ ଫଳାଫଳରୁ ସ୍ପଷ୍ଟ ହୋଇଛି ଯେ, ଯଦିଓ ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳର ଉଚ୍ଚ ସ୍ତର ଫସଲକୁ ବଡ଼ କରିବାରେ ସାହାଯ୍ୟ କରିପାରେ, ତେବେ ତାହା ସ୍ବାସ୍ଥ୍ୟକର ନୁହେଁ। କାରଣ କିଛି ସମୟ ପରେ, ଫସଲଗୁଡ଼ିକରେ କ୍ୟାଲସିୟମ୍‌ ଓ ଆଣ୍ଟିଅକ୍ସିଡାଣ୍ଟ ପରି ପ୍ରମୁଖ ଖଣିଜ ପଦାର୍ଥ ହ୍ରାସ ପାଉଥିବା ଦେଖାଯାଇଛି। ଏହି ପୁଷ୍ଟିକର ଅସନ୍ତୁଳନ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ।

ଅଙ୍ଗାରକାମ୍ଳ ସ୍ତର ଅନେକ ଫସଲରେ ଶର୍କରାର ସାନ୍ଦ୍ରତାକୁ ବଢ଼ାଇ ଅତ୍ୟାବଶ୍ୟକ ପ୍ରୋଟିନ୍‌, ଖଣିଜ ପଦାର୍ଥ ଓ ଆଣ୍ଟିଅକ୍ସିଡାଣ୍ଟକୁ କ୍ଷୀଣ କରିପାରେ। ବିଶେଷକରି ଫଳ ଓ ପନିପରିବାରେ ଶର୍କରା ପରିମାଣ ବୃଦ୍ଧି ପାଇବା ଫଳରେ ମେଦବହୁଳତା ଓ ଟାଇପ୍ ୨ ମଧୁମେହ ହେବାର ଆଶଙ୍କା ଅଧିକ ହୋଇପାରେ। ପୁଷ୍ଟିକର ଉପାଦାନ କମ୍ ଥିବା ଫସଲ ଗୁରୁତ୍ୱପୂର୍ଣ୍ଣ ପ୍ରୋଟିନ୍ ଓ ଭିଟାମିନ୍‌ର ଅଭାବ ସୃଷ୍ଟି କରିପାରେ, ଯାହା ମଣିଷର ରୋଗ ପ୍ରତିରୋଧକ ଶକ୍ତିକୁ କ୍ଷତି ପହଞ୍ଚାଇ ସ୍ୱାସ୍ଥ୍ୟର ସ୍ଥିତାବସ୍ଥାକୁ କ୍ଷତିର ସମ୍ମୁଖୀନ କରାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe