ଜଳାଶୟକୁ ନିକଟ, ନିରାମୟ ଜୀବନକୁ ସହାୟକ

ନଦୀର ଚଳମାନ ସ୍ରୋତ ହେଉ କି ହ୍ରଦର ସ୍ଥିର ଜଳ, ଅଥବା ସମୁଦ୍ରର ଛନ୍ଦାୟିତ ତରଙ୍ଗ, ଜଳରାଶି ସର୍ବଦା ମନୁଷ୍ୟର ମନକୁ ଆକର୍ଷିତ କରିଆସିଛି। ଜଳାଧାର ନିକଟରେ ଆମେ ସବୁବେଳେ ସ୍ବତଃପ୍ରବୃତ୍ତ ଭାବେ ଆରାମ ଓ ନବୀନତା ଲାଭ କରିଥାଉ...

fffhffh

ନଦୀର ଚଳମାନ ସ୍ରୋତ ହେଉ କି ହ୍ରଦର ସ୍ଥିର ଜଳ, ଅଥବା ସମୁଦ୍ରର ଛନ୍ଦାୟିତ ତରଙ୍ଗ, ଜଳରାଶି ସର୍ବଦା ମନୁଷ୍ୟର ମନକୁ ଆକର୍ଷିତ କରିଆସିଛି। ଜଳାଧାର ନିକଟରେ ଆମେ ସବୁବେଳେ ସ୍ବତଃପ୍ରବୃତ୍ତ ଭାବେ ଆରାମ ଓ ନବୀନତା ଲାଭ କରିଥାଉ, ତେବେ ତାହା ପଛରେ ଥିବା କାରଣ ଏଯାଏ ଜଣାପଡ଼ିନାହିଁ। ମାତ୍ର ବିଜ୍ଞାନ ଏବେ ମନୁଷ୍ୟ ଓ ଜଳ ମଧ୍ୟରେ ଥିବା ସେହି ନିବିଡ଼ ସମ୍ପର୍କକୁ ପ୍ରମାଣିତ କରୁଛି। ନିକଟରେ ପ୍ରକାଶିତ ଏକ ଅନୁଧ୍ୟାନର ନିର୍ଯାସ ଅନୁଯାୟୀ, ଜଳାଶୟ ନିକଟରେ ବସବାସ କଲେ ତାହା ଜଣକୁ ଅଧିକ ଶାନ୍ତି ଓ କ୍ଳେଶହୀନତା ପ୍ରଦାନ କରିବା ସହ ଦୀର୍ଘ କାଳ ବଞ୍ଚିବା ଓ ସୁସ୍ଥ ଜୀବନ ବିତାଇବା ପାଇଁ ଖୋରାକ ମଧ୍ୟ ଯୋଗାଇଥାଏ। ସମଗ୍ର ବିଶ୍ବରେ ଜଳର ଉପଶମକାରୀ ଗୁଣ ବାବଦରେ ଇତିହାସ ସ୍ବୀକାର କରିଆସିଛି।

ଜଳର ଉପଶମକାରୀ ଗୁଣ ବାବଦରେ ଇତିହାସ ସ୍ବୀକାର କରିଆସିଛି। ବିଜ୍ଞାନ ଏବେ ମଣିଷ ଓ ଜଳ ମଧ୍ୟରେ ଥିବା ସେହି ନିବିଡ଼ ସମ୍ପର୍କକୁ ପ୍ରମାଣିତ କରୁଛି

ଜାପାନୀମାନେ ‘ମିସୋଗି’ ନାମକ ପାରମ୍ପରିକ ଜଳ-ଶୋଧନ କୌଶଳର ଉପଯୋଗ କରୁଥିବା ବେଳେ ଗ୍ରୀକ୍‌ମାନେ ସେମାନଙ୍କ ଶରୀର ଓ ମନକୁ ଫୂର୍ତ୍ତି ଦେବା ପାଇଁ ପ୍ରାକୃତିକ ଝରଣା ଖୋଜିଥା’ନ୍ତି। ତେବେ ‘ଦି ଡେଲି ମେଲ୍‌’ରେ ପ୍ରକାଶିତ ଏହି ନୂତନ ଅନୁଧ୍ୟାନ ଅନୁସାରେ, ଘର ପାଖରେ ଯେତେ ଅଧିକ ଜଳର ଉପସ୍ଥିତି ରହିବ, ସେତେ କମ୍‌ ମାନସିକ ଅଧୋପତନ ଘଟିବ। ୟୁନାଇଟେଡ୍‌ କିଂଡମ୍‌ରେ ନଦୀ, ହ୍ରଦ କି ସମୁଦ୍ରକୂଳରେ ରହୁଥିବା ମଧ୍ୟବୟସ୍କ ଓ ବୟସ୍କମାନଙ୍କର କ୍ବଚିତ୍ ମାନସିକ ଅଧୋପତନ ଘଟିଥାଏ। ସେହିପରି ଜଳାଶୟ ନିକଟରେ ରହୁଥିବା ଲୋକଙ୍କର ଅନ୍ୟ ସାଧାରଣ ଲୋକଙ୍କ ତୁଳନାରେ ବିସ୍ମରଣ ପରି ମାନସିକ ଅସୁସ୍ଥତା ୧୩.୨ ପ୍ରତିଶତ କମ୍‌ ରହିଥାଏ। ଏଥି ସହିତ ସେମାନଙ୍କର ବାକ୍ୟ ବିନିମୟ ଓ ସାଂଖ୍ୟିକ ବିଚାର ମଧ୍ୟ ଅନ୍ୟମାନଙ୍କ ଅପେକ୍ଷା ଉନ୍ନତ ହୋଇଥାଏ। ସେହିପରି ଗବେଷକମାନଙ୍କ ମତରେ, ଜଳାଶୟ ନିକଟସ୍ଥ ଆର୍ଦ୍ର ପବନ ଯୋଗୁଁ ବାୟୁ ପ୍ରଦୂଷଣ ମାତ୍ରା କମ୍‌ ରହିଥାଏ, ଯାହାର ମାନସିକ କ୍ଷମତାର ଉନ୍ନତି ସହ ସମ୍ପୃକ୍ତି ରହିଛି। ଘରଠାରୁ ୩୦୦ ମିଟର ଭିତରେ ଜଳାଶୟର ଆୟତନ ୧୦ ପ୍ରତିଶତ ବଢ଼ିଲେ ମାନସିକ ଦକ୍ଷତାରେ ୨୬.୨ ପ୍ରତିଶତ ଉନ୍ନତି ଘଟିଥାଏ ବୋଲି ଜଣାଯାଇଛି। ମୋଟାମୋଟି ଜଳାଶୟ ନିକଟରେ ରହିବାର ଲାଭଦାୟକ ଦିଗଟି ହେଉଛି ପରୋକ୍ଷରେ ମାନସିକ ସୁସ୍ଥତା ଓ ନିରାମୟ ଜୀବନ ପାଇଁ ନିବେଶ କରିବା। ଏହି ଗବେଷଣା ଲବ୍ଧ ତଥ୍ୟକୁ ଆଧାର କରି ବି‌େଶଷଜ୍ଞମାନେ ପରାମର୍ଶ ଦେଇଛନ୍ତି, ବ୍ୟସ୍ତତା ହେତୁ ମନ ଭାରାକ୍ରାନ୍ତ ହେଲେ ସେଥିରୁ ମୁକ୍ତି ପାଇବା ପାଇଁ କୌଣସି ଜଳାଶୟ ନିକଟରେ ସମୟ କାଟନ୍ତୁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe