ଟିଭିଏସ୍ ମୋଟର୍ ପକ୍ଷରୁ ନିକଟରେ ଲଞ୍ଚ୍ ହୋଇଛି ବିଶ୍ବର ପ୍ରଥମ ଫ୍ୟାକ୍ଟ୍ରି-ଫିଟେଡ୍ ସିଏନ୍ଜି ସ୍କୁଟର୍- ଜୁପିଟର୍ ୧୨୫ ସିଏନ୍ଜି। ଭାରତୀୟଙ୍କ ବୈକଳ୍ପିକ ଇନ୍ଧନ ପ୍ରତି ରୁଚି ବଢୁଛି ଏବଂ ଏହାର ବାୟୋ-ଫୁଏଲ୍ ଟେକ୍ନୋଲୋଜି ସହ ସ୍କୁଟର୍ଟିର ମୂଲ୍ୟ କିଲୋମିଟର ପିଛା ୧ ଟଙ୍କାରୁ କମ୍ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ଏଥିରେ ୨ ଲିଟର୍ ପେଟ୍ରୋଲ୍ ଟାଙ୍କି ଓ ୧.୪ କିଲୋଗ୍ରାମ୍ର ସିଏନ୍ଜି ପରି ଡୁଆଲ୍ ଫୁଏଲ୍ ସିଷ୍ଟମ୍ ରହିଛି। ସିଏନ୍ଜିରୁ ପେଟ୍ରୋଲ୍ ମୋଡ୍କୁ ଯିବାପାଇଁ ଏକ ବଟନ୍ ରହିଛି।
ଏହି କମ୍ବାଇନ୍ଡ ରେଞ୍ଜରେ ଫୁଲ୍ ଟାଙ୍କି ସହିତ ସ୍କୁଟର୍ଟି ୨୨୬ କି.ମି. ଯାଇପାରିବ ବୋଲି କମ୍ପାନି କହିଛି। ଏଥିରେ ଏୟାର୍-କୁଲ୍ଡ, ସିଙ୍ଗଲ୍ ସିଲିଣ୍ଡର୍ ୧୨୪.୮ ସିସିର ଇଂଜିନ୍ ରହିଛି। ଏହାସହ ସିଭିଟି ଅଟୋମେଟିକ୍ ଗିୟର୍ ବକ୍ସ, ସେମି-ଡିଜିଟାଲ୍ ଇନ୍ଷ୍ଟ୍ରୁମେଣ୍ଟ କ୍ଲଷ୍ଟର୍, ସାଇଡ୍ ଷ୍ଟାଣ୍ଡ ଇଣ୍ଡିକେଟର୍, ଅଲ୍-ଇନ୍-ୱାନ୍ ଲକ୍, ୟୁଏସ୍ବି ଚାର୍ଜିଂ ପୋର୍ଟ, ଏଲ୍ଇଡି ହେଡ୍ଲ୍ୟାମ୍ପ ପରି ବୈଶିଷ୍ଟ୍ୟ ରହିଛି। ଜୁପିଟର୍ ୧୨୫ ସିଏନ୍ଜିର ପ୍ରାରମ୍ଭିକ ମୂଲ୍ୟ ୯୦,୭୨୧ ଟଙ୍କା (ଏକ୍ସ ସୋ’ରୁମ୍) ହେବ ବୋଲି ଆକଳନ କରାଯାଉଛି। ଖୁବ୍ଶୀଘ୍ର ଏହାର ବଜାର ପ୍ରବେଶ ହେବ ବୋଲି ସୂଚନା ମିଳିଛି।
Follow Us