ମଞ୍ଚ ଉପରେ ପୁଲିସ ଅଧିକାରୀ ଗୀତ ଗାଉଥିବା ଭିଡିଓ ଭାଇରାଲ

Advertisment

ଉତ୍ତରପ୍ରଦେଶର ସମ୍ବଲ ଜିଲ୍ଲାର ସିଓ ଅନୁଜ ଚୌଧୁରୀ ଧାର୍ମିକ କାର୍ଯ୍ୟକ୍ରମର ମଞ୍ଚ ଉପରେ ପୁଲିସ ପୋଷାକରେ ଛିଡ଼ା ହୋଇ ଗାଇଲେ ଭଜନ। ଭିଡିଓ ଭାଇରାଲ ପରେ ମିଶାମିଶି ପ୍ରତିକ୍ରିୟା ଦେଉଛନ୍ତି ‌ଲୋକେ।

ଉତ୍ତରପ୍ରଦେଶର ସମ୍ବଲ ଜିଲ୍ଲାର ସିଓ ଅନୁଜ ଚୌଧୁରୀ ଧାର୍ମିକ କାର୍ଯ୍ୟକ୍ରମର ମଞ୍ଚ ଉପରେ ପୁଲିସ ପୋଷାକରେ ଛିଡ଼ା ହୋଇ ଗାଇଲେ ଭଜନ। ଭିଡିଓ ଭାଇରାଲ ପରେ ମିଶାମିଶି ପ୍ରତିକ୍ରିୟା ଦେଉଛନ୍ତି ‌ଲୋକେ।

ବ


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସମ୍ବଲ ଜିଲ୍ଲାର ସିଓଙ୍କ ଭଜନ ଗାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖି କିଛିଲୋକ ପ୍ରଶଂସା କରୁଥିବା ବେଳେ ଆଉ କିଛି ସମାଲୋଚନା କରିଛନ୍ତି। 

ସମାଲୋଚନା କରୁଥିବା ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଜଣେ ପୁଲିସ ଅଧିକାରୀ ଡିୟୁଟିରେ ଥିବା ସମୟରେ ମଞ୍ଚ ଉପରେ ଭଜନ ଗାଇବା କେତେ ଦୂର ଠିକ ତାହା ଆପଣମାନେ ବିଚାର କରନ୍ତୁ।’

ସେହିପରି ସିଓଙ୍କ ମାତା ରାଣୀଙ୍କ ଭଜନ ଶୁଣି ପ୍ରଶଂସା  କରି ଲୋକେ କହିଛନ୍ତି, ‘ସିଓ ଅନୁଜ ଚୌଧୁରୀ ପୁଲିସ ଅଧିକାରୀ ରହିବା ସହିତ ସେ ଜଣେ ବାସ୍ତବ ହିରୋ। ତାଙ୍କ ବଡ଼ି ଦେଖିଲେ ଅପରାଧୀମାନେ ଭୟ କରି ଯାଇଥାଆନ୍ତି।’

ଭିଡିଓରେ ଦେଖିବାକୁ ମିଳୁଛି ଏକ ଧାର୍ମିକ କାର୍ଯ୍ୟକ୍ରମ ଚାଲିଛି। ଏହି ସମୟରେ ସିଓ ଅନୁଜ ଚୌଧୁରୀ  ମଞ୍ଚ ଉପରେ ପୁଲିସ ପୋଷାକରେ ଛିଡ଼ା ହୋଇ ଭଜନ ଗାଇବାରେ ଡୁବି ଯାଇଛନ୍ତି।  

ଅନୁଜ ଚୌଧୁରୀ ମୂଳତଃ ମୁଜାଫରନଗରର ବଢ଼େଡିରେ ବସବାସ କରନ୍ତି। ସେ ଜଣେ ଆନ୍ତର୍ଜାତୀୟ କୁସ୍ତିଯୋଦ୍ଧା ଭାବରେ ବେଶ ଜଣାଶୁଣା। ସେ ୮୪ କିଲୋଗ୍ରାମ ଓଜନ ବର୍ଗରେ ୧୩ ବର୍ଷ ଧରି ଜାତୀୟ ଚାମ୍ପିୟନ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe