ନୂଆଦିଲ୍ଲୀ: ସମୟସମୟରେ ସୋସିଆଲ ମିଡିଆରେ ସାପକୁ ଉଦ୍ଧାର କରିବା ସମୟର ଫଟୋ ଓ ଭିଡିଓ ପୋଷ୍ଟ ହୋଇଥାଏ। ନିକଟରେ ଏକ ବିଶାଳ ସାପକୁ ଅଣ୍ଡରଗ୍ରାଉଣ୍ଡ ପାଇପ ଭିତରୁ ଉଦ୍ଧାର କରାଯାଇଛି। ଉକ୍ତ ସାପକୁ ଉଦ୍ଧାର କରୁଥିବା ଉଦ୍ଧାରକାରୀ କର୍ମଚାରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।
ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ୧୮ଫୁଟ ଲମ୍ବର ସାପ ଅଣ୍ଡରଗ୍ରାଉଣ୍ଡ ପାଇପ ଭିତରେ ଥିବା ସୂଚନା ମିଳିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲେ। ଏହି ସମୟରେ ନାଗସାପ ଅଣ୍ଡରଗ୍ରାଉଣ୍ଡ ଭିତରେ ଫସି ଯାଇଥିଲା।
ପାଇପ ଭିତରୁ ନାଗସାପକୁ ଉଦ୍ଧାର କରିବା ପାଇଁ ଦୁଇଜଣ ଉଦ୍ଧାରକାରୀ କର୍ମଚାରୀ ଲାଗି ପଡ଼ିଥିଲେ। ଏହି ସମୟରେ ନାଗସାପ ରାଗି ଯାଇ ଦୁହିଁଙ୍କୁ ଦଂଶନ ପାଇଁ ଚେଷ୍ଟା କରିଥିଲା। ଅନେକ ପରିଶ୍ରମ ପରେ ଶେଷରେ ସାପକୁ ଉଦ୍ଧାରକାରୀ କର୍ମଚାରୀ ଅଣ୍ଡରଗ୍ରାଉଣ୍ଡ ଭିତରୁ ବାହାରି କରି ସୁରକ୍ଷିତ ସ୍ଥାନରେ ଛାଡ଼ି ଦେଇଥିଲେ।
ଭାଇରାଲ ହୋଇଥିବା ଏହି ସାପ ଭିଡିଓ ଏକ୍ସରେ @EnsedeCiencia ନାମକ ଆକାଉଣ୍ଟରେ ସେୟାର ହୋଇଥିବା ବେଳେ ଏହା କେଉଁଠିକାର ଓ କେବେ ଏହି ଘଟଣା ଘଟିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
Follow Us