ସୋଫାରେ ଥିବା ତକିଆ ଖୋଳ ଭିତରୁ ବାହାରିଲା ନାଗସାପ

Advertisment

ସୋଫାର ତକିଆ ଖୋଳ ଭିତରୁ ସଁସଁ ଶବ୍ଦ ଶୁଣି ଘର ମାଲିକ ସାପଧରାଳିଙ୍କୁ ଦେଲେ ସୂଚନା। ସାପଧରାଳି ଘଟଣାସ୍ଥଳରେ ପହଞ୍ଚି ସୋଫାର ତକିଆ ଖୋଳ ଭିତରୁ ଉଦ୍ଧାର କଲେ ବିରାଟବଡ଼ ସାପ।

Updated On

ସୋଫାର ତକିଆ ଖୋଳ ଭିତରୁ ସଁସଁ ଶବ୍ଦ ଶୁଣି ଘର ମାଲିକ ସାପଧରାଳିଙ୍କୁ ଦେଲେ ସୂଚନା। ସାପଧରାଳି ଘଟଣାସ୍ଥଳରେ ପହଞ୍ଚି ସୋଫାର ତକିଆ ଖୋଳ ଭିତରୁ ଉଦ୍ଧାର କଲେ ବିରାଟବଡ଼ ସାପ।

ଅଦ୍ୟତନ ହୋଇଛି
nn


ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଘର ଭିତରୁ, ଖଟତଳୁ, ଗାଡ଼ି ଭିତରୁ ସାପକୁ ବାହାରିବା ଭଳି ଅନେକ ଘଟଣାର ଭିଡିଓ ସାମ୍ନାକୁ ଆସିଥାଏ। ନିକଟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ବିରାଟ ବଡ଼ ସାପକୁ ସୋଫାରେ ଥିବା ତକିଆ ଖୋଲ ଭିତରୁ  ବାହାରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଯିଏ ଦେଖୁଛନ୍ତି ସେ ଭୟଭୀତ ହୋଇଯାଉଛନ୍ତି।

 
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଜ‌ଣେ ବ୍ୟକ୍ତିଲୁହା ରଡ଼ଧରି ସୋଫାରେ ଥିବା ତକିଆ ଖୋଳକୁ ଖୋଲିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ଉକ୍ତ ତକିଆ ଭିତରୁ ସାପ ସଁ ସଁ କରି ଶବ୍ଦ କରି  ଫଣାଟେକି ବାହାରକୁ ଚାଲି ଆସୁଛି। 


ତେବେ ଏହି ଘଟଣାଟି କେଉଁଠିକାର ଓ କେବେର ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ କୁହାଯାଉଛି କି ଘରର ମାଲିକ ଟିଭି ଦେଖୁଥିବା ବେଳେ ହଠାତ ସୋଫାରେ ଥିବା ତକିଆ ଭିତରୁ ସଁ ସଁ କରି ଶବ୍ଦ ହୋଇଥିଲା। ପରିବାରଲୋକ ଭୟଭୀତ ହୋଇ ସାପଥିବା ସନ୍ଦେହ କରି ସାପଧରାଳୀଙ୍କୁ ଖବର ଦେଇଥିଲେ। ଖବର ପାଇ ସାପଧରାଳୀ ଘଟଣାସ୍ଥଳରେ ପହଞ୍ଚି ସେ‌ାଫାର ତକିଆ ଖୋଳ ଭିତରୁ ନାଗସାପକୁ ଉଦ୍ଧାର କରିଥିଲେ। ଲୋକେ ଏହାର କିଛି ଭିଡିଓ ପ୍ରସ୍ତୁତ କରିବା ପରେ ସାପକୁ  ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆଯାଇଛି। 

ଅଧିକପଢ଼ନ୍ତୁ:https://sambad.in/entertainment/abhishek-bachchan-post-i-want-to-talk-7354723

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe