coldness can be felt due to a deficiency in Vitamin B-12: ଭିଟାମିନ୍‌ ବି୧୨ ର ଅଭାବରେ ଅନୁଭବ ହୁଏ ମାତ୍ରାଧିକ ଥଣ୍ଡା

ଶୀତ ଋତୁ ଆସିବା ସହିତ ଆମ ସମସ୍ତଙ୍କ ପାଇଁ ସ୍ବେଟର୍‌, ଜ୍ୟାକେଟ୍‌ ଓ ସ୍କାର୍ଫ ଆଦି ଶୀତବସ୍ତ୍ରର ପ୍ରାଥମିକତା ବଢ଼ିଯାଇଛି। ଆମମାନଙ୍କ ଭିତରୁ କେହି କେହି ହାଲୁକା ବା ପତଳା ସ୍ବେଟରରେ ଶୀତର ମୁକାବିଲା କରିପାରୁଥିବା ବେଳେ ଅନେକଙ୍କୁ ଅପେକ୍ଷାକୃତ ଅଧିକ ଶୀତ ଅନୁଭୂତ ହୁଏ।

winter

Photograph: (google)

ଶୀତ ଋତୁ ଆସିବା ସହିତ ଆମ ସମସ୍ତଙ୍କ ପାଇଁ ସ୍ବେଟର୍‌, ଜ୍ୟାକେଟ୍‌ ଓ ସ୍କାର୍ଫ ଆଦି ଶୀତବସ୍ତ୍ରର ପ୍ରାଥମିକତା ବଢ଼ିଯାଇଛି। ଆମମାନଙ୍କ ଭିତରୁ କେହି କେହି ହାଲୁକା ବା ପତଳା ସ୍ବେଟରରେ ଶୀତର ମୁକାବିଲା କରିପାରୁଥିବା ବେଳେ ଅନେକଙ୍କୁ ଅପେକ୍ଷାକୃତ ଅଧିକ ଶୀତ ଅନୁଭୂତ ହୁଏ। ତେବେ ଶରୀର ଏଭଳି ଅଧିକ ଥଣ୍ଡା ଅନୁଭବ କରିବା ପଛରେ କିଛି ଜୀବସାର ବା ଭିଟାମିନ୍‌ ଦାୟୀ ବୋଲି ଜଣାପଡ଼ିଛି।

କାହିଁକି ଲାଗେ ଅଧିକ ଥଣ୍ଡା

ସୂଚନାଯୋଗ୍ୟ, ଆମ ଶରୀରର ତାପମାତ୍ରା ସନ୍ତୁଳିତ ରହିବା ପ୍ରକ୍ରିୟାକୁ ‘ଥର୍ମୋରେଗୁଲେସନ୍‌’ କୁହାଯାଏ। ରକ୍ତରେ ଲୌହସାର, ଭିଟାମିନ୍‌ ବି୧୨ ଓ ଫୋଲେଟ୍‌ ବା ଭିଟାମିନ୍‌୯ ଆଦି ଖାଦ୍ୟସାର ଏହି ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ସୁତରାଂ ଏହି ସବୁ ଖାଦ୍ୟସାରଗୁଡ଼ିକର ଅଭାବ ଘଟିଲେ ଆମ ଶରୀର ନିଜର ତାପମାତ୍ରାକୁ କାଏମ୍‌ ରଖିବା ଲାଗି ସଂଘର୍ଷ କରିଥାଏ। ଫଳସ୍ବରୂପ ଆମକୁ ଅଧିକ ଥଣ୍ଡା ଅନୁଭୂତ ହୋଇଥାଏ। ଆମର ଲୋହିତ ରକ୍ତ କଣିକାରେ ଥାଇ ଶରୀରର ବିଭିନ୍ନ କୋଷ ପାଖକୁ ଅମ୍ଳଜାନ ପରିବହନ କରୁଥିବା ହିମୋଗ୍ଲୋବିନ୍‌ର ସୃଷ୍ଟି ପାଇଁ ଲୌହସାର ଏକ ଅତ୍ୟାବଶ୍ୟକ ଉପାଦାନ। କୋଷମାନଙ୍କ ପାଖକୁ ଯଥେଷ୍ଟ ପରିମାଣର ଅମ୍ଳଜାନ ପରିବାହିତ ନହେଲେ ଆମର ମାଂସପେଶୀ ଓ ତନ୍ତୁଗୁଡ଼ିକ ଯଥେଷ୍ଟ ପରିମାଣର ତାପ ଉତ୍ପନ୍ନ କରିପାରନ୍ତି ନାହିଁ। ଏଭଳି ସ୍ଥିତିକୁ ଲୌହସାର ଅଭାବ ଜନିତ ରକ୍ତହୀନତା କୁହାଯାଏ, ଯାହାର ଲକ୍ଷଣ ସ୍ବରୂପ ଅଧିକ ଥଣ୍ଡା ଅନୁଭୂତ ହେବା ସହ ଦୁର୍ବଳ ଓ ଭୀଷଣ କ୍ଳାନ୍ତ ଲାଗିଥାଏ। 

ଆହୁରି ପଢ଼ନ୍ତୁ: ବିବାହ ଭୋଜିରେ ‘ପାନ’: ଭୋଜି ଡେଜର୍ଟରେ ଖାଦ୍ୟ ହଜମକାରୀ ପାନ

ଭିଟାମିନ୍‌୧୨ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି

ସେହିପରି ଲୋହିତ ରକ୍ତକଣିକା ପ୍ରସ୍ତୁତି ସମେତ ସ୍ନାୟବିକ ପ୍ରଣାଳୀକୁ ସକ୍ରିୟ କରିବାରେ ଭିଟାମିନ୍‌୧୨ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସୁତରାଂ ଭିଟାମିନ୍‌୧୨ର ଅଭାବ ରହିଲେ ସୁସ୍ଥ ଲୋହିତ ରକ୍ତକଣିକା ଗଠନରେ ବ୍ୟାଘାତ ହୋଇଥାଏ। ଏଭଳି ସ୍ଥିତିକୁ ଭିଟାମିନ୍‌୧୨ ଅଭାବ ଜନିତ ରକ୍ତହୀନତା କୁହାଯାଏ, ଯାହାର ଲକ୍ଷଣ ସ୍ବରୂପ, ଗୋଡ଼ ଓ  ହାତ ମାତ୍ରାଧିକ ଥଣ୍ଡା ହୋଇ କୋଲ ମାରିଯାଏ। ସେହିପରି ଲୋହିତ ରକ୍ତକଣିକା ପ୍ରସ୍ତୁତିରେ ଭିଟାମିନ୍‌୧୨ ସହିତ ଭିଟାମିନ୍‌୯ର ମଧ୍ୟ ଭୂମିକା ରହିଛି। ସୁତରାଂ ଏହାର ଅଭାବ ଦେଖାଗଲେ ମଧ୍ୟ ଶରୀର ମାତ୍ରାଧିକ ଥଣ୍ଡା ଅନୁଭବ କରିଥାଏ। ଏଥି ସହିତ ଚର୍ମ ସ୍ବାସ୍ଥ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ ଭିଟାମିନ୍‌ ସି’ର ରକ୍ତରେ ଲୌହସାର ଶୋଷଣ ପ୍ରକ୍ରିୟାରେ ଅବଦାନ ରହିଛି। ତେଣୁ ଏହାର ଅଭାବ ରହିଲେ ମଧ୍ୟ ଅଧିକ ଥଣ୍ଡା ଲାଗିଥାଏ। ତେଣୁ ସମାନ ପରିବେଶରେ ଅନ୍ୟମାନଙ୍କ ତୁଳନାରେ ଆମକୁ ଯଦି ଅଧିକ ଥଣ୍ଡା ଲାଗୁଛି, ତେବେ ଆମ ରକ୍ତରେ ଉପରୋକ୍ତ ଖାଦ୍ୟସାରଗୁଡ଼ିକର ଅଭାବ ରହିଛି ବୋଲି ଧରିବାକୁ ହେବ। ତଦନୁଯାୟୀ ଆବଶ୍ୟକ ଖାଦ୍ୟ ଗ୍ରହଣ ପୂର୍ବକ ସେହି ଅଭାବକୁ ଭରଣା କରିପାରିଲେ ଥଣ୍ଡା ଅନୁଭବ କମିଯିବ।

ଆହୁରି ପଢ଼ନ୍ତୁ: ବୟସ୍କମାନଙ୍କ ପାଇଁ ଜରୁରୀ ଖାଦ୍ୟାଭାସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe