କମ୍ପାନି ବାହାର କରି ଦେବା ପରେ ୩ଦିନରେ ଅଧିକ ଦରମାରେ ମହିଳାଙ୍କୁ ମିଳିଲା ଏଭଳି ଚାକିରି

Advertisment
କମ୍ପାନି ବାହାର କରି ଦେବା ପରେ ୩ଦିନରେ ଅଧିକ ଦରମାରେ ମହିଳାଙ୍କୁ ମିଳିଲା ଏଭଳି ଚାକିରି

ନୂଆଦିଲ୍ଲୀ: କିଛିଦିନ ହେବ ଅନେକ ଛୋଟ ଓ ବଡ଼ କମ୍ପାନି ସେମାନଙ୍କ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେଉଛନ୍ତି। ଏମିତି ବି ଅନେକ କମ୍ପାନି ରହିଛି, ଯେଉଁମାନେ ବିନା ନୋଟିସରେ କର୍ମଚାରୀଙ୍କୁ ବାହାର କରି ଦେଉଥିବା ଖବର ମିଳିଛି। ଏହି କ୍ରମରେ ଗୁଗଲ, ମେଟା, ମାଇକ୍ରୋସଫ୍ଟ ଏବଂ ଅନ୍ୟାନ୍ୟ ବଡ଼ କମ୍ପାନି ବିଭିନ୍ନ କାରଣରୁ ସେମାନଙ୍କ କିଛି କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେଇଛନ୍ତି। ଏହି କ୍ରମରେ  ଜଣେ ମହିଳାଙ୍କୁ ମଧ୍ୟ ତାଙ୍କ କମ୍ପାନି  ଚାକିିରିରୁ ବାହାର କରି ଦେଇଥିଲା।  କିନ୍ତୁ ସୌଭାଗ୍ୟବଶତଃ ଉକ୍ତ ମହିଳା ଚାକିରିରୁ ବାହାରିବାର ତିନି ଦିନ ଭିତରେ ଚାକିରି ପାଇ ଯାଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ମହିଳା ନୂତନ ଚାକିରିରେ ପୂର୍ବରୁ ପାଉଥିବା ଦରମାର ୫୦ ପ୍ରତିଶତ ଅଧିକ ଦରମା ପାଇବା ସହିତ ଘରେ କାମ କରିବାର ସୁଯୋଗ ପାଇଛନ୍ତି।

ଉକ୍ତ ମହିଳା ଜଣକ ନିଜ ଅନୁଭବ ସେୟାର କରିବା ପାଇଁ ଟ୍ୱିଟର ଆକାଉଣ୍ଟର ସାହାଯ୍ୟ ନେଇଥିଲେ। ଟୁଇଟରରେ babyCourtfits ନାମକ ଆକାଉଣ୍ଟରେ ମହିଳା ଏକ କ୍ୟାପସନ ଦେଇ ଲେଖିଛନ୍ତି, "ମୋତେ ମଙ୍ଗଳବାର ଦିନ ଚାକିରିରୁ ବାହାର କରି ଦିଆଯାଇଥିଲା। ଶୁକ୍ରବାର ମୋତେ ଏକ ନୂତନ ଚାକିରି ଅଫର ମିଳିଥିଲା। ଏଥିରେ ମୋତେ ପୂର୍ବ ବେତନରୁ  ୫୦% ଅଧିକ ବେତନ ମିଳିବ ବୋଲି କହିଥିଲା କମ୍ପାନି। କେବଳ ଏତିକି ନୁହେଁ ଘରୁ କାମ କରିବାର ବିକଳ୍ପ ଦେବା ସହିତ ଅଧିକ ପିଟିଓ ଦେବ ବୋଲି ବି ଆଲୋଚନା କରିଥିଲା କମ୍ପାନି। ଅନ୍ୟମାନଙ୍କ ମତାମତକୁ ନେଇ ଆପଣଙ୍କୁ କେବେ ପ୍ରଶ୍ନ କରିବାକୁ ଦିଅନ୍ତୁ ନାହିଁ ଯେ ଆପଣ କିଏ  ଓ କ’ଣ କରିବା ଉଚିତ।’

ଉକ୍ତ ମହିଳା  ଜଣକ ତାଙ୍କ କଠିନ ସମୟରେ ପାଖରେ ଠିଆ ହୋଇଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ କହିଛନ୍ତି ଯେ, ‘ ମୁଁ ଏଠାରେ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହେଁ, ଯେଉଁମାନେ ଗତ ସପ୍ତାହରେ ମୋତେ କଠିନ ସମୟରେ ସାହାଯ୍ୟ ବାର୍ତ୍ତା ପଠାଇଥିଲେ।’

ମହିଳାଙ୍କର  ଏହି ଟ୍ୱିଟକୁ ୬.୮ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe