ଧୂମପାନ କରୁ ନଥିବା କର୍ମଚାରୀଙ୍କୁ ମିଳିବ ଅତିରିକ୍ତ ୪ଦିନର ଛୁଟି

Advertisment
ଧୂମପାନ କରୁ ନଥିବା କର୍ମଚାରୀଙ୍କୁ ମିଳିବ ଅତିରିକ୍ତ ୪ଦିନର ଛୁଟି

ନୂଆଦିଲ୍ଲୀ: ଏମିତି ଅନେକ କମ୍ପାନି ରହିଛି ଯେଉଁଠାରେ ଧୂମପାନ କରୁଥିବା କର୍ମଚାରୀଙ୍କ ଉପରେ ଜରିମାନା ଲାଗିବା ସହିତ ଅନ୍ୟ ଦଣ୍ଡର ବିକଳ୍ପ ବି ରହିଛି। ଏହି କ୍ରମରେ ଇଂଲଣ୍ଡର ସ୍ୱିଡେନ୍‌ ଟାଉନ୍‌ରେ ଥିବା ‘ କେସିଜେଟ୍ରେନିଂ ଆଣ୍ଡ ଏମ୍ପଲୋଇମେଣ୍ଟ ସଲୁସନ’ ନାମକ ଏକ ସଂସ୍ଥା ଏବେ ଧୂମପାନକୁ ନେଇ କର୍ମଚାରୀଙ୍କ ଉପରେ ଯେଉଁ ନୂଆ ନିୟମ ଲାଗୁ କରିଛି,  ତାହାକୁ ନେଇ ଏବେ ସର୍ବତ୍ର ଚର୍ଚ୍ଚା ଆରମ୍ଭ ହୋଇଛି। ଏହି କମ୍ପାନି ଧୂମପାନ କରୁଥିବା କର୍ମଚାରୀଙ୍କୁ କୌଣସି ଦଣ୍ଡ ନଦେଇ ଧୂମପାନ କରୁ ନଥିବା କର୍ମଚାରୀଙ୍କୁ ଅତିରିକ୍ତ ୪ଦିନ ଛୁଟି ଦେବା ପାଇଁ ଘୋଷଣା କରିଛି।

Image result for company-give-extra-4-days-leave-to-non-smoker LADbible

ଇଂଲଣ୍ଡର ସ୍ୱିଡେନ୍‌ ଟାଉନ୍‌ରେ ‘କେସିଜେ ଟ୍ରେନିଂ ଆଣ୍ଡ ଏମ୍ପଲୋଇମେଣ୍ଟ ସଲୁସନ୍ସ’ ନାମକ ଏକ କମ୍ପାନି ରହିଛି। ଏହି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଡାନ୍‌ ବ୍ରିଡେନ୍‌ ଏହି ନୂଆ ନିୟମ କମ୍ପାନିର କର୍ମଚାରୀମାନଙ୍କ ପାଇଁ ଲାଗୁ କରିଛନ୍ତି।

ଡାନ୍‌ ବ୍ରିଡେନଙ୍କ କହନ୍ତି, ‘ଧୂମପାନ କରୁଥିବା କର୍ମଚାରୀ ବରମ୍ବାର ନିଜ କର୍ମସ୍ଥାନରୁ ଉଠି ଥାଆନ୍ତି। ଏହା ଦ୍ୱାରା ଅନ୍ୟ କର୍ମଚାରୀଙ୍କୁ ଅସୁବିଧା ହେବା ସହିତ ସମୟ ବି ନଷ୍ଟ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ମୁଁ ସେହି କର୍ମଚାରୀଙ୍କୁ ଚାରି ଦିନର ଅତିରକ୍ତ ଛୁଟି ଦେବାର ଘୋଷଣା କରିଛି, ଯେଉଁମାନେ କଦାପି ଧୂମପାନ କରନ୍ତି ନାହିଁ। ମୁଁ ଏଭଳି ନିୟମ ଏଥିପାଇଁ ଲାଗୁ କରିଛି କାରଣ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀଙ୍କୁ ଛୁଟିର ବହୁତ ଆବଶ୍ୟକ ରହିଥାଏ।

Image result for company-give-extra-4-days-leave-to-non-smoker aajtak.intoday

ତେବେ ଏକାଠି ଗୋଟିଏ କମ୍ପାନିରେ କାମ କରୁଥିବା ବେଳେ ଯଦି ଧୂମପାନ କରୁ ନଥିବା କର୍ମଚାରୀଙ୍କୁ ନିଶ୍ଚିତ ହୋଇଥିବା ଛୁଟିଠାରୁ ଅଧିକ ୪ଦିନ ଛୁଟି ମିଳେ ତେବେ ଧୂମ୍‌ପାନ କରୁଥିବା କର୍ମଚାରୀଙ୍କ ଉପରେ ଏହାର ନିଶ୍ଚିତ ପ୍ରଭାବ ପଡ଼ିବ। ଏହାଦ୍ୱାରା କର୍ମଚାରୀ ଛୁଟି ପାଇଁ ଧୂମପାନ ଅଭ୍ୟାସକୁ ଛାଡ଼ିବା ପାଇଁ ବି ଚିନ୍ତା କରିବେ। ଯାହା ସେମାନଙ୍କ ସ୍ୱାସ୍ଥ୍ୟପକ୍ଷେ ଉପକାରୀ ବି ରହିବ।

ବ୍ରିଡେନ୍‌ଙ୍କର ବି ଧୂମପାନ କରିବାର ଅଭ୍ୟାସ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ଏହି ଅଭ୍ୟାସରୁ ନିଜକୁ ନିବୃତ୍ତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe