ବିମାନ ଭିତରେ ମହିଳାଙ୍କୁ ଏଭଳି ସାହାଯ୍ୟ କଲେ ରାହୁଲ

ବିମାନ ଭିତରେ ମହିଳାଙ୍କୁ ଏଭଳି ସାହାଯ୍ୟ କଲେ ରାହୁଲ

ନୂଆଦିଲ୍ଲୀ: କିଛିଦିନ ପୂର୍ବରୁ ପୂର୍ବ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ସାଇକେଲ ଚଳାଉଥିବାର ଏକ ଫଟୋ ଭାଇରାଲ ହୋଇଥିଲା। ଏହି କ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିମାନରେ ଯାଉଥିବା ସମୟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

publive-image

ସୂଚନାଯୋଗ୍ୟ, ଦିଲ୍ଲୀରୁ ଗୋହ୍ଵାଟି ଅଭିମୁଖେ ଯାଉଥିବା ବିମାନରେ ରାହୁଲ ଗାନ୍ଧି ବି ଥିଲେ। ତେବେ ରାହୁଲ ସିଟ୍‌ରେ ବସିବାକୁ ଆସୁଥିବା ସମୟରେ ଜଣେ ମହିଳା ତାଙ୍କ ଲଗେଜକୁ ଉଠାଇ ରେକ୍‌ରେ ରଖିବାକୁ ଚେଷ୍ଟା କରୁଥିବାର ଦେଖିଥିଲେ । କିନ୍ତୁ ଲଗେଜ ଭାରୀ ଥିବାରୁ ସେ ଏହାକୁ ଉଠାଇ ପାରୁ ନଥିଲେ। ସେହି ସମୟରେ ରାହୁଲ ଉକ୍ତ ମହିଳାଙ୍କ ଲଗେଜକୁ ଉଠାଇ ରେକ୍‌ରେ ରଖି ଦେଇଥିଲେ। ମହିଳାଙ୍କୁ ସାହାଯ୍ୟ କରୁଥିବା ସମୟରେ ରାହୁଲଙ୍କ ଫଟୋକୁ ସେହି ସମୟରେ କେହି ଜଣେ କ୍ୟାମେରାରେ କୈଦ କରି ନେଇଥିଲେ।

କିଛିଦିନ ପରେ ଟୁଇଟରରେ ଡାକ୍ତର ସୀତାରାମ ବାବୁ ରାହୁଲଙ୍କ ବିମାନରେ ଉଠିଥିବା ଏହି ଫଟୋକୁ ସେୟାର କରି ଲେଖିଛନ୍ତି, ରାହୁଲ ତାଙ୍କ ଭିଭିଆଇପି କଲଚରକୁ ଛାଡ଼ି ସାଥୀଯାତ୍ରୀଙ୍କ ଲଗେଜ ରଖିବାରେ ସାହାଯ୍ୟ କରୁଛନ୍ତି।

publive-image

ଅନ୍ୟପକ୍ଷରେ ଶୁଶିବାକୁ ମିଳେ, ଭାରତରେ ଭିଭିଆଇପି କଲଚର ଖୁବ୍‌ ଅଧିକ ରହିଛି। ଏଭଳି କ୍ଷେତ୍ରରେ କୌଣସି ଲୋକପ୍ରିୟ ନେତାଙ୍କ ଏଭଳି ସାଧାରଣ ଲୋକଙ୍କ ସାହାଯ୍ୟ କରୁଥିବା ଖୁବ୍ ସ୍ୱଳ୍ପ ଘଟଣା ସାମ୍ନାକୁ ଆସିଥାଏ। ରାହୁଲ ଗାନ୍ଧି ଜଣେ ସାଧାରଣ ମହିଳାଙ୍କୁ ସାହାଯ୍ୟ କରିଥିବା ଘଟଣାର ଫଟୋ ସୋସିଆଲ ମିଡିଆକୁ ଆସିବା ପରେ ସେ ଚର୍ଚ୍ଚାର ପରିସରରେ ଅଛନ୍ତି। କେତେକ ଲୋକ ରାହୁଲଙ୍କ ଏଭଳି କାମ ପାଇଁ ପ୍ରଶଂସା ମଧ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe