ନିଜ ଜୀବନକୁ ବାଜି ଲଗାଇ ଚୋରକୁ କାବୁ କଲେ କନଷ୍ଟେବଳ, ୧୧ଟି ଘଟଣାର ହୋଇ ପାରିଲା ସମାଧାନ

Advertisment
ନିଜ ଜୀବନକୁ ବାଜି ଲଗାଇ ଚୋରକୁ କାବୁ କଲେ କନଷ୍ଟେବଳ, ୧୧ଟି ଘଟଣାର ହୋଇ ପାରିଲା ସମାଧାନ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଖବର ଆସିଥାଏ। ନିକଟରେ ଜଣେ କନଷ୍ଟେବଳଙ୍କ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ନିଜ ଜୀବନକୁ ବାଜି ଲଗାଇ ଜଣେ ଲୁଟେରାକୁ କାବୁ କରୁଥିବା ଦେଖିବାକୁ ମିଳୁଛି। ଏଥିରେ ଥିବା କନଷ୍ଟେବଳ ଦିଲ୍ଲୀ ପୁଲିସର ବୋଲି ଜଣାପଡ଼ିଛି। ଏହି ଭିଡିଓକୁ ଦିଲ୍ଲୀ ପୁଲିସ ନିଜର ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି।

ଏଥିସହିତ କ୍ୟାପସନରେ ଲେଖାଅଛି, ନିଜ ଜୀବନକୁ ଖାତିର ନକରି କନଷ୍ଟେବଳ ସତ୍ୟେନ୍ଦ୍ର ଜଣେ ଲୁଟେରାକୁ ଗିରଫ କରିଛନ୍ତି। ଏହି ଲୁଟେରାକୁ ଗିରଫ କରିବା ପରେ ୧୧ଟି ଘଟଣାର ସମାଧାନ ସହଜରେ ହୋଇପାରିଛି। ଆଗକୁ ଆହୁରି ଯାଞ୍ଚ ଜାରି ରହିଛି।

ଭିଡିଓକୁ ଦେଖିବା ପରେ ଲୋକେ ଦିଲ୍ଲୀ କନଷ୍ଟେବଳ ସତ୍ୟେନ୍ଦ୍ରଙ୍କ କାମକୁ ପ୍ରଶଂସା କରୁଛନ୍ତି। ତେବେ ଭିଡିଓରେ ଏହା ଦେଖିବାକୁ ମିଳୁଛି କି, ଜଣେ ଲୁଟେରା ବାଇକ ନେଇ ଆସୁଥିବା ବେଳେ, କନଷ୍ଟେବଳ ତାଙ୍କ ସାମ୍ନାକୁ ଯାଇ ଗାଡ଼ି ଅଟକାଇ ଦେଇଥିଲେ। ଏତିକି ବେଳେ ଚୋର ଘଟଣାସ୍ଥଳରୁ ଖସି ଯିବାକୁ ଚେଷ୍ଟା କରୁଥିଲା। ଆଉ ସତ୍ୟେନ୍ଦ୍ର ନିଜ ଜୀବନକୁ ବାଜି ଲଗାଇ ଲୁଟେରାକୁ କାବୁ କରି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe