ନୂଆଦିଲ୍ଲୀ: ବେଳେବେଳେ ଆମ ସହିତ କିଛି ଏପରି ଘଟଣା ଘଟେ ଯାହାକୁ ଆମେ କେବେ ଆଶା ମଧ୍ୟ କରି ନ ଥାଉ। ଭାରତୀୟ ରେଳବାଇରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।
ଏହା ଦେଖି ଲୋକମାନେ ହସ ରୋକି ପାରୁ ନାହାନ୍ତି। ଭାରତୀୟ ରେଳବାଇରେ ବହୁ ଟ୍ରେନ୍ରେ ଭିଡ଼ ରହିଥାଏ। ଏଭଳି ଟ୍ରେନ୍ରେ ଭିଡ଼ ଏଡାଇ ଚଢ଼ିବା ଏବଂ ସିଟ୍ ପାଇଁ ଧାଡିରେ ଠିଆ ହୋଇଥିବା ଭିଡିଓ ଏବଂ ଫଟୋ ଅନେକ ସମୟରେ ଦେଖିବାକୁ ମିଳିଥାଏ।
ଅଧିକ ପଢ଼ନ୍ତୁ: କୁର୍ସ୍କରେ ୟୁକ୍ରେନକୁ ବଡ଼ ଝଟକା: ରୁଷିଆ ଅଧିକୃତ ଅଞ୍ଚଳର ୪୦ ପ୍ରତିଶତ ଦଖଲ କଲା
ଭିଡିଓରେ ଜଣେ କୁଲି ଯାତ୍ରୀମାନଙ୍କୁ ଗୋଟିଏ ପରେ ଗୋଟିଏ ଉଠାଇ ଜରୁରୀକାଳୀନ ଝରକା ଦେଇ ଟ୍ରେନରେ ପ୍ରବେଶ କରାଉଛନ୍ତି। ସେ ସହଜରେ ପ୍ରତ୍ୟେକ ଯାତ୍ରୀଙ୍କୁ ଉଠାଇ ଟ୍ରେନ୍ରେ ଥିବା ଝରକା ଦେଇ ଠେଲି ଦେଉଛନ୍ତି। କୁଲି ଯାତ୍ରୀଙ୍କ ଜିନିଷ ମଧ୍ୟ ଭିତରକୁ ଫୋପାଡି ଦେଉଛନ୍ତି। ଭିଡିଓରେ ଟ୍ରେନ୍ର ନମ୍ବର ଚିହ୍ନଟ ହୋଇପାରୁ ନାହିଁ । କିନ୍ତୁ ଲୋକମାନେ ଏହି ଭିଡିଓକୁ ଲାଇକ୍ କରବା ସହିତ ଭିନ୍ନ ଭିନ୍ନ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। କିଛି ୟୁଜର କୁଲି ଜଣଙ୍କୁ 'କୁଲି ନମ୍ବର ୱାନ' ବୋଲି କହିଛନ୍ତି। ଅନ୍ୟ କେତେକ ୟୁଜର ଏଭଳି କାର୍ଯ୍ୟ ଦ୍ବାରା ଦୁର୍ଘଟଣା ଘଟିବାର ଆଶଙ୍କା ଥିବା କହିଛନ୍ତି।
ଅଧିକ ପଢ଼ନ୍ତୁ: ପାକିସ୍ତାନ ସେନାକୁ ସୁଦୃଢ଼ କରିବା ପାଇଁ ତୋପ-ଗୋଳାବାରୁଦ ଯୋଗାଉଛି ତୁର୍କୀ
Follow Us