Asianet Newsable
ଭୋପାଳ: ସମଗ୍ର ଦେଶ ଏବେ କରୋନା ଭୂତାଣୁ ବିରୋଧରେ ଲଢେଇ କରୁଛି। କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥି ସହିତ କରୋନା ବିରୋଧରେ ଏହି ଲଢେଇରେ ଅନେକ ଲୋକ ସହାୟତା ରାଶି ଦେଇ ସରକାରଙ୍କ ହାତକୁ ମଜବୁତ କରୁଛନ୍ତି। ମଧ୍ୟପ୍ରଦେଶର ବିଦିଶାରେ ରହୁଥିବା ୮୨ ବର୍ଷୀୟା ବୃଦ୍ଧା ସାଲବା ଉସ୍କର ମଧ୍ୟ କରୋନା ବିରୋଧୀ ଲଢେଇରେ ନିଜକୁ ସାମିଲ କରିଛନ୍ତି | ଦେଶର ପରିସ୍ଥିତିକୁ ବୁଝିବା ସହ ସାଲବା ଉସ୍କର ନିଜ ପେନସନରୁ ୧ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଥିବା ଜଣାପଡିଛି।
ଖବରକାଗଜରେ ସରକାରଙ୍କ ଆବେଦନ ପଢିବା ପରେ ଅବସରପ୍ରାପ୍ତ କର୍ମଚାରୀ ସାଲବା ଉସ୍କର ତାଙ୍କ ପେନ୍ସନ୍ରୁ ୧ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି। ଏଥି ସହିତ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସାଲବା ଉସ୍କରଙ୍କ ଉଦ୍ୟମକୁ ଟ୍ୱିଟ କରି ପ୍ରଶଂସା କରିବା ସହ ଲେଖିଛନ୍ତି କି, ମା' ତୁଝେ ସଲାମ, ବିଦିଶାର ୮୨ବର୍ଷୀୟା ଶ୍ରୀମତୀ ସାଲବା ଉସ୍କର ନିଜ ପେନ୍ସନ୍ରୁ ଏକ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ ଦେଇଛନ୍ତି। ' ମା'ଙ୍କ ଏହି ଅମୂଲ୍ୟ ଆଶୀର୍ବାଦ କୋଭିଡ-୧୯ ବିରୋଧୀ ଲଢେଇରେ ମୋର ଆତ୍ମବିଶ୍ୱାସକୁ ବହୁଗୁଣିତ କରିଛି | ଜଣେ ମା'ର ହୃଦୟ ହିଁ ଏତେ ବିଶାଳ ହୋଇପାରେ |
ସୂଚନା ମୁତାବକ, ଏପ୍ରିଲ ୧ ତାରିଖ ସକାଳ ୯ଟା ସୁଦ୍ଧା ରାଜ୍ୟରେ ୪୭ଟି କରୋନା ଭୂତାଣୁ ରିପୋର୍ଟ ହୋଇଥିବା ବେଳେ ଏହି ଭୂତାଣୁ ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ଘଟିଛି।
Follow Us