ବାରମ୍ବାର କାଶିବା ସହିତ କରୋନାଭାଇରସ୍‌ର ଭୟ ଦେଖାଇ ଚୋର ଓ ଦୁଷ୍କର୍ମକାରୀଠାରୁ ବର୍ତ୍ତି ଗଲେ ମହିଳା

Advertisment
ବାରମ୍ବାର କାଶିବା ସହିତ କରୋନାଭାଇରସ୍‌ର ଭୟ ଦେଖାଇ ଚୋର ଓ ଦୁଷ୍କର୍ମକାରୀଠାରୁ ବର୍ତ୍ତି ଗଲେ ମହିଳା

ନୂଆଦିଲ୍ଲୀ: କଥାକଥାରେ ବଡ଼ଲୋକମାନେ ସବୁବେଳେ ଉପସ୍ଥିତ ବୁଦ୍ଧି ଖଟାଇବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥାଆନ୍ତି। ନିକଟରେ ଜଣେ ମହିଳା ଠିକ୍‌ ସମୟରେ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ପାରିଥିବାରୁ ଦୁଷ୍କର୍ମରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

ଚୀନ ସହିତ ପୂରା ଦୁନିଆରେ ମାରାତ୍ମକ କରୋନାଭାଇରସ୍‌ର ଭୟ ଲାଗି ରହିଛି। ଏହି କରୋନାଭାଇରସ୍‌ର ଭୟ ଦେଖାଇ ଜଣେ ମହିଳା ତାଙ୍କ ଇଜ୍ଜତ ବଞ୍ଚାଇବା ସହିତ ଦୁଷ୍କର୍ମରୁ ରକ୍ଷା ପାଇଛନ୍ତି। ଜାନୁଆରି ୩୧ ତାରିଖରେ ଚୀନର ଜିଙ୍ଗସାନ୍‌ରେ ଘଟିଥିବା ଏହି ଘଟଣା ଅନୁସାରେ, ମହିଳା ଘରେ ଏକା ଶୋଇଥିବା ଅବସ୍ଥାରେ ଜଣେ ଚୋର ତାଙ୍କ ଘର ଭିତରକୁ ହଠାତ୍ ପଶି ଆସିଥିଲା। ଚୋରକୁ ଦେଖି ମହିଳା ଭୟଭୀତ ହୋଇ ଚିତ୍କାର କରିବାକୁ ଲାଗିଥିଲୋ ଏହାପରେ ଚୋର ମହିଳାଙ୍କ ଗଳାକୁ ଧରି ଧମକ ଦେବା ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା।

Image result for /coronavirus-chinese-woman-scares-rapist Indiatimes.com

ଏହି ସମୟରେ ସଙ୍ଗେସଙ୍ଗେ ମହିଳାଙ୍କ ମୁଣ୍ଡରେ ଏକ ଉପାୟ ଜୁଟି ଥିଲା। ସେ ଚୋର ସାମ୍ନାରେ ଲଗାତାର କାଶିବାକୁ ଲାଗିଥିଲେ ଏବଂ ଚୋରକୁ କହିଥିଲେ ସେ କିଛିଦିନ ତଳୁ ଉହାନ୍‌ରୁ ଫେରିଛନ୍ତି, ତାଙ୍କ ଶରୀରରେ କରୋନାଭାଇରସ୍‌ ଚିହ୍ନଟ ହୋଇଛି। ସେଥିପାଇଁ ସେ ତାଙ୍କ ପରିବାରଠାରୁ ଏଠାରେ ଅଲଗା ରହୁଛନ୍ତି।

ମହିଳାଙ୍କଠାରୁ ଏଭଳି କଥା ଶୁଣି ଚୋର ତୁରନ୍ତ ସେଠାରୁ ଚାଲି ଯାଇଥିଲା। କିନ୍ତୁ ଗଲା ବେଳେ ଏକ ଫୋନ୍‌ ଓ ନଗଦ ୩,୦୮୦ ଟଙ୍କା ଚୋରାଇ ନେଇଥିଲା। ମହିଳା ଏହି ଘଟଣା ନେଇ ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe