ଲକ୍‌ଡାଉନ୍‌: ଅନ୍‌ଲାଇନ୍‌ରେ ଦେହ ବ୍ୟବସାୟ କରିବାକୁ ବାଧ୍ୟ ହେଉଛନ୍ତି ଦେହଜୀବୀ

ଲକ୍‌ଡାଉନ୍‌: ଅନ୍‌ଲାଇନ୍‌ରେ ଦେହ ବ୍ୟବସାୟ କରିବାକୁ ବାଧ୍ୟ ହେଉଛନ୍ତି ଦେହଜୀବୀ

bbc

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଅନେକ ବେପାରକୁ ମାନ୍ଦା କରିଥିବା ବେଳେ ଏଥରୁ ବର୍ତ୍ତି ପାରିନାହିଁ ଦେହ ବ୍ୟବସାୟ। ଦେହଜୀବୀମାନେ ମଧ୍ୟ ଲକ୍‌ଡାଉନ୍‌ ପାଇଁ ନିଜ ନିଜର ରୋଜଗାରର ପନ୍ଥା ହରାଇ ବସିଛନ୍ତି। ଏ ପରିସ୍ଥିତିରେ ଦେହଜୀବୀମାନେ ଏବେ ଅନ୍‌ଲାଇନ୍‌ରେ ବେପାର ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି। ମାତ୍ର କେତେକ କ୍ଷେତ୍ରରେ ଦେଖିବାକୁ ମିଳିଛି ଯେ ଅନ୍‌ଲାଇନ୍‌ରେ ଦେହ ବେପାର ବି ଲକ୍‌ଡାଉନ୍‌ ପାଇଁ ମାନ୍ଦା ରହୁଛି।

ଏ ନେଇ ଜଣେ ଅନ୍‌ଲାଇନ୍‌ ଦେହଜୀବୀ ଇଭା ଦେ ଭିଲ୍‌ କହନ୍ତି, ‘ଅନେକ ନୂଆ ଝିଅ ଯୋଡ଼ି ହେଉଛନ୍ତି। ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଅନେକ  ଦେହଜୀବୀ ଏବେ ଅନ୍‌ଲାଇନ ଦେହ ବ୍ୟବସାୟରେ ଯୋଗ ଦେଉଛନ୍ତି।’

ନୂଆ କରି ଏହି କ୍ଷେତ୍ରରେ ଯୋଡ଼ି ‌ହୋଇଥିବା ଇଂଲଣ୍ଡର ଜଣେ ଦେହଜୀବୀ କହନ୍ତି,‘ ଏହା ସେତେ ବି ସହଜ ନୁହେଁ। ମୋବାଇଲ୍‌ କିମ୍ବା କ୍ୟାମେରାକୁ ରଖିବା ପାଇଁ ଟ୍ରାଇପଏଡ୍‌, ଉପଯୁକ୍ତ ଆଲୋକ ଓ ସେକ୍ସ ଟଏ ଆଦି ଅନ୍‌ଲାଇନ୍‌ ସେକ୍ସ ପାଇଁ ଆବଶ୍ୟକ ପଡ଼ିଥାଏ, ଯାହାକି ଲକ୍‌ଡାଇନ୍‌ ହେତୁ କିଣି ହେଉନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe