୧୫ ତାରିଖରେ ସ୍କୁଲ ଖୋଲି ଯାଉ ବୋଲି ପ୍ରାର୍ଥନା କର ବୋଲି ମା’ କହିବାରୁ ଭୋଭୋ ହୋଇ କାନ୍ଦିଲା ଶିଶୁ !

Advertisment
୧୫ ତାରିଖରେ ସ୍କୁଲ ଖୋଲି ଯାଉ ବୋଲି ପ୍ରାର୍ଥନା କର ବୋଲି ମା’ କହିବାରୁ ଭୋଭୋ ହୋଇ କାନ୍ଦିଲା ଶିଶୁ !

News Bust

ନୂଆଦିଲ୍ଲୀ: କରୋନାଭାଇରସ୍‌ ମହାମାରୀ ସମୟରେ ଛାତ୍ରଛାତ୍ରୀ ସମେତ ଅଭିଭାବକ ସମସ୍ତେ ଘରେ ଅଛନ୍ତି। ବିଦ୍ୟାଳୟ, କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ପ୍ରାୟ ସବୁକିଛିକୁ ବନ୍ଦ କରାଯାଇଛି। ୪ମାସ ଧରି କରୋନା ଭାଇରସ୍‌ କାରଣରୁ ଲୋକେ ଘରେ ବସିଥିବା ହେତୁ ଖୁବ୍‌ ଶୀଘ୍ର ସବୁକିଛି ସ୍ୱଭାବିକ ହୋଇଯାଉ ବୋଲି ଭଗବାନଙ୍କ ନିକଟରେ ନିତିଦିନ ପ୍ରାର୍ଥନା କରୁଛନ୍ତି। ସେହିପରି ଆଉ କେତେକ ଲୋକ ସମୟ ପାଉ ନ ଥିବା ବେଳେ କରୋନା କାଳରେ ଜାରି ହୋଇଥିବା ଲକ୍‌ଡାଉନ୍‌ ପାଇଁ ଘରେ ରହିବାର ସୁଯୋଗ ପାଇ ଥିବାରୁ ଖୁସିରେ ଅଛନ୍ତି ବୋଲି କହିଛନ୍ତି।

ତେବେ ଲକ୍‌ଡାଉନ୍‌ ସମୟରେ କିଛି ଛାତ୍ରଛାତ୍ରୀ ସ୍କୁଲ ବନ୍ଦ ଥିବା କାରଣରୁ ଘରେ ବସିବସି ବିରକ୍ତ ହୋଇଯାଇଥିବା ବେଳେ ଆଉ କିଛି ସ୍କୁଲ ଖୋଲିବା ନା ଶୁଣିଲେ କାନ୍ଦି ପକାଉଛନ୍ତି। ନିକଟରେ ଏମିତି ଏକ ଶିଶୁର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଭିଡିଓକୁ ପୂର୍ବତନ ଅର୍ଥ ସଚିବ ଅରବିନ୍ଦ ମାୟାରାମ ଟୁଇଟ କରି ପୋଷ୍ଟ କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, ‘ବର୍ତ୍ତମାନ କ’ଣ କରିବା ...’ ଏହି ଶିଶୁଟି ସ୍କୁଲ ଖୋଲିବା କଥା ଶୁଣି ଭୟଭୀତ ହୋଇଯାଉଛି, ଭୋଭୋ ହୋଇ କାନ୍ଦି ଉଠୁଛି।’

ଭିଡିଓରେ ଦେଖିବାକୁ ମିଳୁଛି ଯେ ମା’ପିଲାଟିକୁ କହୁଛନ୍ତି ‘ଶୁଣ ହାତଯୋଡ଼ି ଭଗବାନଙ୍କୁ ପ୍ରାର୍ଥନା କର। ଶିଶୁଟି ଯେମିତି ପ୍ରାର୍ଥନା ପାଇଁ ହାତ ଉଠାଉଛି ମା’ କହୁଛନ୍ତି, ‘କହ ମୁଁ ପ୍ରାର୍ଥନା କରୁଛି କି ଆସନ୍ତା ୧୫ ତାରିଖ ସୁଦ୍ଧା ବିଦ୍ୟାଳୟଗୁଡ଼ିକ ଖୋଲିଯାଉ।’ ମଜାକଥା ହେଉଛି ଶିଶୁଟି ମା’ଙ୍କ କଥା ଶୁଣି କାନ୍ଦିବାକୁ ଲାଗୁଛି। ଶିଶୁଟିର କାନ୍ଦ ଦେଖି ପରିବାର ସଦସ୍ୟମାନେ ଠୋଠୋ ହୋଇ ହସିବାକୁ ଲାଗୁଛନ୍ତି। ଭିଡିଟି ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହୋଇଯାଇଛି।

ଅରବିନ୍ଦ ମାୟାରାମ ଅଗଷ୍ଟ ୧୦ରେ ଏହି ଭିଡିଓ ସେୟାର କରିଥିଲେ। ଏହାକୁ ଏ ପର୍ଯ୍ୟନ୍ତ ୬୦ ହଜାରରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୩ ହଜାରରୁ ଅଧିକ ଲାଇକ୍‌ ମିିଳିଛି। ଏଥିସହିତ ୮୦୦ରୁ ଅଧିକ ଲୋକ ଭିଡିଓ ଦେଖି ପ୍ରତିକ୍ରିୟା ବି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe