ସାଂଘାତିକ ହୋଇପାରେ କସ୍‌ମେଟିକ୍‌

ଦୈନନ୍ଦିନ ଜୀବନରେ ଆମେ ରାସାୟନିକ ପଦାର୍ଥର ବହୁଳ ବ୍ୟବହାର କରିଥାଉ। ବ୍ୟବହାର କରୁଥିବା କସ୍‌ମେଟିକ୍‌ ପ୍ରଡକ୍ଟଠାରୁ ଆରମ୍ଭ କରି ବେଶପୋଷାକ ଯାଏ ସବୁ ରାସାୟନିକ ଦ୍ରବ୍ୟରେ ପ୍ରସ୍ତୁତ କରାଯାଉଛି।

sfsfxvxvxv

ଦୈନନ୍ଦିନ ଜୀବନରେ ଆମେ ରାସାୟନିକ ପଦାର୍ଥର ବହୁଳ ବ୍ୟବହାର କରିଥାଉ। ବ୍ୟବହାର କରୁଥିବା କସ୍‌ମେଟିକ୍‌ ପ୍ରଡକ୍ଟଠାରୁ ଆରମ୍ଭ କରି ବେଶପୋଷାକ ଯାଏ ସବୁ ରାସାୟନିକ ଦ୍ରବ୍ୟରେ ପ୍ରସ୍ତୁତ କରାଯାଉଛି। ରାସାୟନିକ ପଦାର୍ଥ ମଧ୍ୟରୁ ଆମେ ପିଏଫ୍‌ଏଏସ୍‌କୁ ବହୁଳ ବ୍ୟବହାର କରିଥାଉ। ଏହା ‘ଫର୍‌ଏଭର୍‌ କେମିକାଲ୍‌’ ନାମରେ ମଧ୍ୟ ପରିଚିତ। କିନ୍ତୁ ଆପଣ ଜାଣିଛନ୍ତି କି, ଏହି ଘାତକ କେମିକାଲ୍‌ ଆମ ଶରୀର ପ୍ରତି ଅତ୍ୟନ୍ତ ବିପଜ୍ଜନକ। ଆମେ ଦୈନଦିନ ଜୀବନରେ ବ୍ୟବହାର କରୁଥିବା ପ୍ରସାଧନ ସାମଗ୍ରୀରେ ଏହା ବହୁଳ ବ୍ୟବହାର କରାଯାଏ। ବିଶେଷକରି ୱାଟର୍‌ପ୍ରୁଫ୍‌ କସ୍‌ମେଟିକ୍‌, ବଡି ଲୋସନ୍‌, ସନ୍‌ସ୍କ୍ରିନ୍, ଲିପ୍‌ଷ୍ଟିକ୍‌, ନେଲ୍‌ପଲିସ୍‌, ଫାଉଣ୍ଡେସନ୍‌, ଆଇସ୍ୟାଡୋ, ମସ୍କାରା ଇତ୍ୟାଦିରେ ପିଏଫ୍‌ଏଏସ୍‌ ରହିଥାଏ। ୱାଟର୍‌ପ୍ରୁଫ୍‌ ଯୋଗୁଁ ପାଣି ସଂସ୍ପର୍ଶରେ ଆସିଲେ ଏଥିରେ କିଛି ପ୍ରଭାବ ପଡ଼ି ନ ଥାଏ।

ଏକ ଅଧ୍ୟୟନରୁ ଜଣାପଡ଼ିଛି, ଏହି ରାସାୟନିକ ପଦାର୍ଥରେ କ୍ୟାନ୍‌ସର୍‌ ସୃଷ୍ଟିକାରୀ ତତ୍ତ୍ୱ ରହିଛି। ଯାହା ପିଲାଠାରୁ ଆରମ୍ଭ କରି ମହିଳା ଓ ବୃଦ୍ଧଙ୍କ ପର୍ଯ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ସେଣ୍ଟର୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌ ଅନୁସାରେ, ପିଏଫ୍‌ଏଏସ୍‌ ରାସାୟନିକ ତତ୍ତ୍ୱ ମଣିଷର ରକ୍ତରେ ପାଣି, ଖାଦ୍ୟ, ପବନ ଆଦି ଜରିଆରେ ଶରୀରରେ ପ୍ରବେଶ କରିଥାଏ। ୨୦୧୬ରେ କାନାଡା, ୨୦୨୨ରେ ୟୁରୋପର ଅନେକ ଦେଶ ଏହି କେମିକାଲ୍‌ ବ୍ୟବହାରକୁ ନିଷେଧ କରିଥିଲେ। ତେବେ କେବଳ ପ୍ରସାଧନ ସାମଗ୍ରୀ ଓ କପଡ଼ାରେ ନୁହେଁ ବରଂ ରୋଷେଇ ଘରେ ବ୍ୟବହୃତ ବାସନ, ପାଟିକୁ ସୁଆଦ ଲାଗୁଥିବା ଷ୍ଟ୍ରିଟ୍‌ ଫୁଡ୍‌ର ପ୍ୟାକେଜିଂ କଭର୍‌ରେ ମଧ୍ୟ ଏହି କେମିକାଲ୍‌ ବ୍ୟବହାର ହେଉଛି। ଏହି କେମିକାଲ୍‌ ସଂସ୍ପର୍ଶରେ ଅଧିକ ଆସିବା ଦ୍ୱାରା ମହିଳା ନିଃସନ୍ତାନ ହେବା, ମଧୁମେହ, କିଡ୍‌ନି ରୋଗ, ହର୍ମୋନ୍‌ ଅସନ୍ତୁଳିତ ହେବା ଇତ୍ୟାଦି ସମସ୍ୟା ଦେଖାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe