ବନ୍ୟଜନ୍ତୁଙ୍କ ପାଇଁ ଦେଶର ପ୍ରଥମ ଫ୍ଲାଏଓଭର୍

ବନ୍ୟଜନ୍ତୁଙ୍କ ପାଇଁ ଦେଶର ପ୍ରଥମ ଫ୍ଲାଏଓଭର୍

Indiatimes.com

ଦେଶରେ ପ୍ରଥମ ଥର ଲାଗି ବନ୍ୟଜନ୍ତୁଙ୍କ ପାଇଁ ରାଜପଥ ଉପରେ ଫ୍ଲାଏଓଭର୍ ନିର୍ମାଣ ହୋଇଛି। ମହାରାଷ୍ଟ୍ରରେ ନାଗପୁର ଠାରୁ ମୁମ୍ବାଇ ମଧ୍ୟରେ ବାଲା ସାହେବ ସମୃଦ୍ଧି ମହାମାର୍ଗ(ଏକ୍ସପ୍ରେସ୍‌ ୱେ)ର ନିର୍ମାଣ ଚାଲିଛି। ଏହି ରାସ୍ତାର ଦୈର୍ଘ୍ୟ ପ୍ରାୟ ୭୦୧ କିଲୋମିଟର ଏବଂ ଏହା ୧୦ଟି ଜିଲ୍ଲା ଦେଇ ଯାଇଛି। ୧୨୦ ମିଟର ଚଉଡ଼ା ବିଶିଷ୍ଟ ଏହି ଟ୍ରାଫିକ୍‌ ବିହୀନ ମାର୍ଗରେ ଯାତାୟାତ କଲେ ସମୟ ଅନେକ ସଞ୍ଚୟ ହେବ ବୋଲି ପରିବହନ ନିଗମ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ନାଗପୁରରୁ ମୁମ୍ବାଇକୁ ୧୬ ଘଣ୍ଟା ଲାଗୁଥିବାବେଳେ ନୂଆ ରାସ୍ତାରେ ଗଲେ ଏହା ୮ ଘଣ୍ଟାକୁ ହ୍ରାସ ପାଇବ। ଏହି ଏକ୍ସପ୍ରେସ୍‌ ୱେର ପ୍ରାୟ ୧୧୭ କିଲୋମିଟର ଅଞ୍ଚଳ ଜଙ୍ଗଲ ଦେଇ ଯାଇଛି।

ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ସରକାର ରାସ୍ତାର ତଳେ ଏବଂ ଉପରେ ୧୭ଟି ଅଣ୍ଡରପାସ୍ ଓ ୯ଟି ସବୁଜ ପୋଲ ତିଆରି କରୁଛନ୍ତି। ପଶୁମାନେ ରାସ୍ତା ପାରି ହେବା ପାଇଁ ଯେପରି କୌଣସି ସମସ୍ୟ‌ାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଜୀବଜନ୍ତୁମାନେ ବିନା ଭୟରେ ରାସ୍ତା ପାରି ହେବା ପାଇଁ ପୋଲଗୁଡ଼ିକରେ ଗଛ ଲଗାଇ ପ୍ରାକୃତିକ ପରିବେଶ ସୃଷ୍ଟି କରାଯାଇଛି। ଏହି ସ୍ଥାନ ଅତ୍ୟନ୍ତ ସ‌ମ୍ବେଦନଶୀଳ ହୋଇଥିବାରୁ ରାସ୍ତାର ଉଭୟ ପାର୍ଶ୍ବକୁ ସୁଉଚ୍ଚ ପ୍ରଚୀର ଦ୍ବାରା ଆବଦ୍ଧ କରାଯିବା ସହ ଶବ୍ଦ ପ୍ରତିରୋଧକ ଲଗାଯାଇଛି। ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନର ବୈଜ୍ଞାନିକ ବିଲାଲ ହବିବ୍ ପୋଲଗୁଡ଼ିକର ଡିଜାଇନ୍ କରିଛନ୍ତି। ପଶୁପ୍ରେମୀମାନେ ଏହାକୁ ଆନ୍ତରିକତାର ସହ ସ୍ବାଗତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe