କାର୍ଯ୍ୟବ୍ୟସ୍ତତା ଓ ସମୟ ଅଭାବରୁ ନିଜ କାର୍ଯ୍ୟାଳୟରେ ବିବାହ କଲେ ଆଇଏଏସ୍‌ ଓ ଆଇପିଏସ୍‌

କାର୍ଯ୍ୟବ୍ୟସ୍ତତା ଓ ସମୟ ଅଭାବରୁ ନିଜ କାର୍ଯ୍ୟାଳୟରେ ବିବାହ କଲେ ଆଇଏଏସ୍‌ ଓ ଆଇପିଏସ୍‌

କୋଲକାତା: ଆଜିକାଲି ଯୁବକ ଯୁବତୀ ନିଜ ବିବାହ ଉତ୍ସବରେ ଭିନ୍ନ ଭିନ୍ନ ଉପାୟ ଆପଣାଇ ଗ୍ରାଣ୍ଡୱେରେ ସେଲିବ୍ରେଟ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ନିକଟରେ ଏମିତି ଜଣେ ଯୁବକ-ଯୁବତୀଙ୍କ ବିବାହ ସାମ୍ନାକୁ ଆସିଛି, ଯାହାଙ୍କୁ ବିବାହ ପାଇଁ ସମୟ ନମିଳିବାରୁ ସେମାନେ ନିଜ କାର୍ଯ୍ୟଳୟରେ ବିବାହ କରିବାକୁ ଉଚିତ ମଣିଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

शादी के लिए नहीं मिल पा रही थी फुर्सत, IAS ऑफिसर ने दफ्तर में ही रचाया IPS दुल्‍हन संग ब्‍याह khabar.ndtv.com

ନିକଟରେ ପଶ୍ଚିମବଙ୍ଗର ଜଣେ ଦମ୍ପତ୍ତି କାର୍ଯ୍ୟବ୍ୟସ୍ତତା ଓ ସମୟ ଅଭାବରୁ ନିଜ କାର୍ଯ୍ୟାଳୟରେ ବିବାହ କରିଥିବା ଦେଖିବାକୁ ମିଳିଛି। ଆଇଏଏସ୍‌ ଅଫିସର ତୁଷାର ସିଙ୍ଗ୍ଲା ଓ ଆଇପିଏସ୍‌ ଅଫିସର ନବଜୋତ ସିମି ପଞ୍ଜାବର ବାସିନ୍ଦ। ଗତ କିଛି ଦିନ ଦୁହେଁ ରିଲେସନସିପ୍‌ରେ ରହିବା ପରେ ତୁଷାର ଓ ନବଜୋତ ବିବାହ କରିବାକୁ ସ୍ଥିର କରିଥିଲେ। କିନ୍ତୁ କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେମାନେ ପଞ୍ଜାବକୁ ଯାଇପାରୁ ନ ଥିଲେ।

ଏଥିପାଇଁ ତାଙ୍କ ବିବାହ ତାରିଖ ସ୍ଥିର ହେବାରେ ବହୁ ବିଳମ୍ବ ହୋଇ ଆସୁଥିଲା। ଶେଷରେ ତୁଷାର ଓ ନବଜୋତ ବିବାହ କରିବା ପାଇଁ ନିଜ କାର୍ଯ୍ୟାଳୟକୁ ବାଛିଥିଲେ। ଏଥିପାଇଁ ନବଜୋତ ପାଟନାରୁ ପଶ୍ଚିମବଙ୍ଗ ଆସିଲେ । ତୁଷାରଙ୍କ କାର୍ଯ୍ୟାଳୟରେ ସେମାନଙ୍କର ନିରାଡମ୍ବର ବିବାହ ହୋଇଥିଲା। ଏହି ଆଇଏଏସ୍‌ ଓ ଆଇପିଏସ୍‌ଙ୍କ ଏଭଳି ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ସେମାନଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ro78l9f https://khabar.ndtv.com/

ସୂଚନାଯୋଗ୍ୟ, ୨୦୧୫ ବ୍ୟାଚର ଆଇଏଏସ୍‌ ଅଫିସର ତୁଷାର ସିଙ୍ଗ୍ଲା ପଶ୍ଚିମବଙ୍ଗରେ ଉଲୁବେରିଆରେ ଏସ୍‌ଡିଓ ଭାବେ କାର୍ଯ୍ୟରତ ଅଛନ୍ତି। ସେହିପରି ୨୦୧୭ ବ୍ୟାଚର ଆଇପିଏସ୍‌ ଅଫିସର ନବଜୋତ ସିମି ପାଟନାରେ କାର୍ଯ୍ୟରତ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe