ମାତ୍ର ୧୪୬ ଟଙ୍କାରେ ବଜାରରୁ କିଣି ଆଣିଥିବା ଜିନିଷ ପ୍ୟାକେଟରୁ ବାହାରିଲା ୧୩ ଲକ୍ଷ ଟଙ୍କାର ହୀରାର ମୁଦି !

Advertisment
ମାତ୍ର ୧୪୬ ଟଙ୍କାରେ ବଜାରରୁ କିଣି ଆଣିଥିବା ଜିନିଷ ପ୍ୟାକେଟରୁ ବାହାରିଲା ୧୩ ଲକ୍ଷ ଟଙ୍କାର ହୀରାର ମୁଦି !

ବେଳେବେଳେ ଏପରି ଘଟଣାମାନ ଘଟିଯାଏ, ଯାହା କେବେବି ବିଶ୍ବାସ କରିହେବ ନାହିଁ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆରେ। ଅଷ୍ଟ୍ରେଲିଆର ଏକ ଦମ୍ପତି ବଜାରରୁ ମାତ୍ର ୧୪୬ ଟଙ୍କା ଦେଇ କିଣି ଆଣିଥିଲେ ଜିନିଷ। ଘରେ ଏହି ଜିନିଷ ପ୍ୟାକେଟଟିକୁ ଖୋଲିବାରୁ ସେଥିରୁ ବାହାରିଲା ୧୩ ଲକ୍ଷ ଟଙ୍କାର ହୀରା। ଏହି ଘଟଣା ଏବେ ଭାଇରାଲ ହେବାରେ ଲାଗିଛି।

publive-image

ଏଭଳି ଏକ ଘଟଣା ହୁଏତ ସହଜେ ଆପଣଙ୍କୁ ବିଶ୍ୱାସ ହେବ ନାହିଁ । ମାତ୍ର ୧୪୬ ଟଙ୍କାର ଜିନିଷ କିଣି, କେହି ଯେ ୧୩ ଲକ୍ଷ ଟଙ୍କାର ଲାଭ ପାଇବ, ତାହା ଶୁଣିଲେ ସମସ୍ତେ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ଠିକ ଏହିପରି ହିଁ କିଛି ଘଟଣା ଘଟିଛି ଅଷ୍ଟ୍ରେଲିଆର ଜଣେ ଦମ୍ପତ୍ତିଙ୍କ ସହ । ଅଷ୍ଟ୍ରେଲିଆର ଏହି ଦମ୍ପତ୍ତି ଏକ ସେକେଣ୍ଡ ହ୍ୟାଣ୍ଡ ବୋର୍ଡ ଗେମ୍ କିଣିଥିଲେ । କିନ୍ତୁ ଯେତେବେଳେ ସେ ଏହି ପ୍ୟାକେଟକୁ ଖୋଲିଥିଲେ, ସେତେବେଳେ ପ୍ୟାକେଟ ଭିତରେ ଥିବା ଜିନିଷକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ୟାକେଟ ଭିତରେ ପାଖାପାଖି ୧୩ ଲକ୍ଷ ଟଙ୍କାର ହୀରାର ମୁଦି ମିଳିଥିଲା ।

publive-image

୨୭ ବର୍ଷୀୟ କ୍ରିସ ଲାଇଟଫୁଟ ଏବଂ ତାଙ୍କ ବାନ୍ଧବୀ ମେଣ୍ଡି ଫ୍ଲେକଙ୍କ ସହ ଏହି ଘଟଣା ଘଟିଛି । ଏହି ଦମ୍ପତ୍ତି ନିକଟରେ ସିଡନୀ ଠାରୁ ଟୋରଣ୍ଟୋ ଆସିଛନ୍ତି । ତେବେ ଏହି ଘଟଣା ଭାଇରାଲ ହେବା ପରେ ହୀରାର ଅସଲି ମାଲିକ ସେମାନଙ୍କ ସହ ସମ୍ପର୍କ କରିଛନ୍ତି ଏବଂ ହୀରାକୁ ଫେରାଇଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏହି ଦମ୍ପତ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଦମ୍ପତ୍ତି ପ୍ରିନ୍ସ ଏଡବର୍ଡ ଆଇଲ୍ୟାଣ୍ଡରେ ବୁଲୁଥିବା ସମୟରେ ଏହି ବୋର୍ଡ ଗେମଟିକୁ କିଣିଥିଲେ । ଏହି ପ୍ୟାକେଟ ଭିତରୁ ସେମାନଙ୍କୁ ୬ଟି ହୀରାର ମୁଦି ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe