୩୫ବର୍ଷ ଧରି ଲିଭ-ଇନରେ ରହିବା ପରେ ପାର୍ଟନରଙ୍କୁ ଦେଲେ ଏଭଳି ସରପ୍ରାଇଜ

୩୫ବର୍ଷ ଧରି ଲିଭ-ଇନରେ ରହିବା ପରେ ପାର୍ଟନରଙ୍କୁ ଦେଲେ ଏଭଳି ସରପ୍ରାଇଜ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ବୃଦ୍ଧ ଦମ୍ପତିଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି। ୩୫ବର୍ଷ ଧରି ଲିଭ-ଇନରେ ରହିବା ପରେ ଏବେ ଏହି ପ୍ରେମୀଯୁଗଳ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏତେ ବର୍ଷ ହୋଇଯାଇଥିଲେ ବି ଦୁହିଁଙ୍କ ମଧ୍ୟରେ ପ୍ରେମ କମ ହୋଇନାହିଁ ତାହାକୁ ଜଣାଇବାକୁ ଦୁହେଁ ଏହି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଦମ୍ପତିଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣା ବ୍ରିଟେନରେ ଘଟିଛି। ଯେଉଁଠାରେ ୫୮ବର୍ଷର ଗ୍ରାହମ ମାର୍ଟିନ ତାଙ୍କର ୬୦ବର୍ଷୀୟ ପାର୍ଟନର ଏଣ୍ଡ୍ରିୟାଙ୍କୁ ପ୍ରପୋଜ କରିଛନ୍ତି। ସେ ଏଣ୍ଡ୍ରିୟାକୁ ବୁଲାଇବାକୁ ସ୍କଟଲ୍ୟାଣ୍ଡର ସମୁଦ୍ର କୂଳକୁ ନେଇଥିଲେ। ଏଠାରେ ସେ ଆଣ୍ଠେଇ ପଡ଼ି ଏଣ୍ଡ୍ରିୟାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ମାର୍ଟିନଙ୍କ ବିବାହ ପ୍ରସ୍ତାବ ଶୈଳୀ ଦେଖି ଏଣ୍ଡ୍ରିୟା ଭାବବିହ୍ବଳ ହୋଇଯାଇଥିଲେ। ଆଉ ଖୁସିରେ ଭୋଭୋ ହୋଇ କାନ୍ଦିଥିଲେ।

ଏଣ୍ଡିୟାଙ୍କ ସହିତ ପ୍ରେମ ହେବାପରେ ବି ମାର୍ଟିନ କେବେ ବିବାହ କରିବେ ନାହିଁ ବୋଲି ସ୍ଥିର କରିଥିଲେ। ନିକଟରେ ଦୁହିଁଙ୍କ ନିର୍ବନ୍ଧ ଶେଷ ହୋଇଛି। ତିନି ଦଶକ ଧରି ଦୁହେଁ ଏକାଠି ରହିଥିବା ବେଳେ ମାର୍ଟନ ଓ ଏଣ୍ଡ୍ରିୟାଙ୍କ ପିଲାଙ୍କ ପିଲା ବି ହୋଇସାରିଛନ୍ତି। ଦୁହିଁଙ୍କ ସମ୍ପର୍କ ୧୯୮୮ ମସିହାରେ ଆରମ୍ଭ ହୋଇଥିଲା। ୩୫ବର୍ଷ ହେବ ଦୁହେଁ ଲିଭ-ଇନ ପାର୍ଟନର ଭଳି ରହୁଥିଲେ। ଚଳିତ ବର୍ଷ ହଠାତ ମାର୍ଟିନଙ୍କ ମନ ପରିବର୍ତ୍ତନ ହୋଇଯାଇଥିଲା ସେ ଏଣ୍ଡ୍ରିୟାଙ୍କୁ ବିବାହ ପ୍ରସ୍ତାବ ଦେଇ ସରପ୍ରାଇଜ କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe