କରୋନା କଟକଣାକୁ ଭାଙ୍ଗି ମଝି ଆକାଶରେ ବର-କନ୍ୟାଙ୍କ ହେଲା ବିବାହ

କରୋନା କଟକଣାକୁ ଭାଙ୍ଗି ମଝି ଆକାଶରେ ବର-କନ୍ୟାଙ୍କ ହେଲା ବିବାହ

ମଦୁରୈ: କରୋନାଭାଇରସ ପରିସ୍ଥିତିରେ ବିବାହ ଓ ବତ୍ରଘର ଆଦି କାର୍ଯ୍ୟକ୍ରମ ଯଦି ଜରୁରୀ ନପଡ଼ୁଛି ତେବେ ତାହାକୁ ସ୍ଥଗିତ ରଖିବାକୁ କୁହାଯାଉଛି। ଯଦି ଜରୁରୀ ପଡ଼ୁଛି ତେବେ ୫୦ଜଣ ଲୋକଙ୍କୁ ନେଇ କରିବାକୁ ସରକାର ଅନୁମତି ଦେଇଛନ୍ତି। ଏଭଳି ସମୟରେ ଏକ ବିବାହ ଚର୍ଚ୍ଚାରେ ରହିଛି। କରୋନା କଟକଣାକୁ ଭାଙ୍ଗି ବର-କନ୍ୟା ମଝି ଆକାଶରେ ବିବାହ କରିଥିବା ଜଣାପଡ଼ିଛି। ଏହି ଘଟଣା ଡିଜିସିଏ ଅର୍ଥାତ ଡାଇରେକ୍ଟର ଜେନେରାଲ ଅଫ ସିଭିଲ ଏଭିଏସନ ପର୍ଯ୍ୟନ୍ତ ପହଞ୍ଚି ଯାଇଛି।

ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ମଦୁରୈର ରାକେଶ ବଧୂ ଦୀକ୍ଷାଙ୍କୁ ମଙ୍ଗଳସୂତ୍ର ପିନ୍ଧାଉଥିବା ବେଳେ ଫଟୋ ଉଠାଉଥିବା ଦେଖିବାକୁ ମିଳୁଛି। ଏଥିରେ ଅଧିକାଂଶ ଲୋକ ମୁହଁରେ ମାସ୍କ ପିନ୍ଧି ନଥିବା ବେଳେ ସାମାଜିକ ଦୂରତା ବି ରକ୍ଷା କରି ନଥିବା ନଜରକୁ ଆସିଛି।

ଏହି ଘଟଣାକୁ ନେଇ ଡିଜିସିଏ ଯାଞ୍ଚ ଆରମ୍ଭ କରିଛନ୍ତି। ମଦୁରୈର ବିମାନବନ୍ଦର ନିର୍ଦେଶକ ଏସ ସେନ୍ଥିଲ ବଲବାନଙ୍କ କହିବାନୁସାରେ, ଗତକାଲି ସ୍ପାଇସ ଜେଟର ଚାର୍ଟର୍ଡ ବିମାନ ମଦୁରଇରୁ ବୁକ ହୋଇଥିଲା। ବିମାନବନ୍ଦର ଅଥରିଟିର ଅଧିକାରୀଙ୍କୁ ମଝି ଆକାଶରେ ଏହି ବିବାହକୁ ନେଇ କୌଣସି ସୂଚନା ନଥିଲା। ସ୍ପାଇସ ଜେଟର ଏହି ବିମାନରେ ଥିବା କ୍ରୁଙ୍କୁ ଡୁୟୁଟିରୁ ବାହାର କରି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe