କୋଭିଡ୍ ୧୯ ନିଦାନ ପାଇଁ ଅନ୍ବେଷଣ : ପୁରୁଣା ଔଷଧର ପ୍ରୟୋଗରେ ଚିକିତ୍ସାର ସମ୍ଭାବନା ପରଖୁଛନ୍ତି ଗବେଷକ

ସମ୍ବଲପୁରରେ ୩ କୋଲକାତା ଫେରନ୍ତା, ସରକାରୀ କ୍ବାରାଣ୍ଟିନ୍‌କୁ ପଠାଇଲା ଜିଲ୍ଲା ପ୍ରଶାସନ

Słubice24

ନୂଆଦିଲ୍ଲୀ:  ଅନ୍ୟାନ୍ୟ ରୋଗ ପାଇଁ ବଜାରରେ ଉପଲବ୍ଧ ଔଷଧଗୁଡି଼କର ପ୍ରୟୋଗରେ କୋଭିଡ୍–୧୯ର ନିଦାନ ହୋଇପାରିବ କିି ନାହିଁ ସେ ଦିଗରେ ସାମୂହିକ ଉଦ୍ୟମ ଆରମ୍ଭ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ବିଭିନ୍ନ ଗବେଷଣା ସଂସ୍ଥା ମଧ୍ୟ କରୋନା ଭୂତାଣୁର କ୍ରିୟାଶୀଳତାକୁ ଅନୁଧ୍ୟାନ କରୁଛନ୍ତି। ହୁଏତ ତାହା ଦ୍ବାରା ପୁରୁଣା ଔଷଧର ପରିଭାଷା ବଦଳିଯିବ କି ନୂତନ ଔଷଧ ଉଦ୍‌ଭାବନ ପାଇଁ ବାଟ ଫିଟାଇବ ତାହା ସମୟ ହିଁ କହିବ। ତେବେ ସାମୂହିକ ଉଦ୍ୟମର ଅଂଶବିଶେଷ ପ୍ରଥମ ସୋପାନରେ କରୋନା ଭୁତାଣୁ ମନୁଷ୍ୟ ଜୀବକୋଷକୁ ପ୍ରବେଶ ପୂର୍ବର ରିସିପ୍ଟର ସ୍ତରରେ କ୍ଲୋରୋକ୍ବିନ୍ ଓ ହାଇଡ୍ରକ୍ସି କ୍ଲୋରୋକ୍ବିନ୍ ଭଳି ମ୍ୟାଲେରିଆ ପ୍ରତିରୋଧୀ ଔଷଧର ପ୍ରୟୋଗକୁ ଅନୁଧ୍ୟାନ କରାଯାଉଛି। ଅବଶ୍ୟ କରୋନା ଭୂତାଣୁ ମନୁଷ୍ୟର ଏସିଏ–୨ ପ୍ରୋଟିନରେ ମିଶିବାକୁ କ୍ଲୋରୋକ୍ବିନ୍ ପ୍ରତିରୋଧ କରିଥାଏ। ମାତ୍ର କ୍ଲୋରୋକ୍ବିନ୍‌ର ଅନେକ ପାର୍ଶ୍ବ ପ୍ରତିକ୍ରିୟା ଥିବାରୁ ଏହାକୁ ହାଇଡ୍ରକ୍ସି କ୍ଲୋରୋକ୍ବିନ୍ ସହ ମିଶାଇ ପ୍ରିକ୍ରିୟାକୁ ନିରୀକ୍ଷଣ କରାଯାଉଛି।

publive-image The Guardian

ସେହିପରି ଦ୍ବିତୀୟ ସୋପାନରେ କରୋନା ଭୂତାଣୁଗୁଡି଼କ ମନୁଷ୍ୟ ଜୀବକୋଷକୁ ପ୍ରବେଶ କଲା ବେଳେ ଜୀବକୋଷ ଝିଲ୍ଲୀରେ ନିଜସ୍ବ ଅମ୍ଳୀୟ କୋଠରୀ ଗଢ଼ି ଝିଲ୍ଲୀକୁ ଫଟାଇ ତାହା ମଧ୍ୟକୁ ସହଜରେ ପ୍ରବେଶ କରିଥାନ୍ତି। ତେବେ କ୍ଲୋରୋକ୍ବିନ୍–ହାଇଡ୍ରକ୍ସି କ୍ଲୋରୋକ୍ବିନ୍ର ମିଶ୍ର ପ୍ରୟୋଗ ଉକ୍ତ କୋଠରୀଗୁଡି଼କର ଅମ୍ଳତ୍ବ ହ୍ରାସ କରାଇ ଝିଲ୍ଲୀ ମଧ୍ୟକୁ ଭୂତାଣୁ ପ୍ରବେଶରେ ଅବରୋଧକ ସାଜିଥାଏ। ତୃତୀୟ ସୋପାନରେ ଜୀବକୋଷ ଭିତରେ କରୋନା ଭୂତାଣୁକୁ କିପରି ଦୋହରାଇବା ବା ବହୁଗୁଣିତ ହେବାରୁ ବ‌ନ୍ଦ କରାଯାଇପାରିବ, ସେଥି ଲାଗି ଏଚ୍ଆଇଭି ପାଇଁ ଉଦ୍ଦିଷ୍ଟ ଲୋପିନାଭିର୍ ଓ ରିଟୋନାଭିର୍ ଭଳି ଔଷଧ ବେଶ୍ ଉପାଦେୟ ହେବ ବୋଲି ମଧ୍ୟ ଆଶା କରାଯାଉଛି। ନିଦାନ ପାଇଁ ନୂତନ ଔଷଧ ଉଦ୍‌ଭାବନ ଅପେକ୍ଷା ପୁରୁଣା ଔଷଧର ମିଶ୍ର ପ୍ରୟୋଗରେ ଆଶାନୁରୂପ ଫଳ ମିଳିପାରିବ ବୋଲି ଅନେକ ଭେଷଜ ବୈଜ୍ଞାନିକ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe