କୋଭିଡ୍‌-୧୯: ଜାଣନ୍ତୁ କେଉଁ ଫେସ୍‌ମାସ୍କର ସଂକ୍ରମଣ ରୋକିବା କ୍ଷମତା କେତେ ?

Advertisment
କୋଭିଡ୍‌-୧୯: ଜାଣନ୍ତୁ କେଉଁ ଫେସ୍‌ମାସ୍କର ସଂକ୍ରମଣ ରୋକିବା କ୍ଷମତା କେତେ ?

Pioneer Press

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ବଜାରରେ ବିଭିନ୍ନ ପ୍ରକାରର ଫେସ୍‌ମାସ୍କ ଉପଲବ୍ଧ ହେଉଛି। ନିକଟରେ ଡ୍ୟୁକ୍ ୟୁନିଭରସିଟିର ଗ‌ବେଷକମାନେ ମାସ୍କକୁ ନେଇ ଏକ ଗବେଷଣା କରିଛନ୍ତି। ଗବେଷଣାରୁ ଜାଣିବାକୁ ମିଳିିଛି ଯେ ୱେଲ୍‌ ଫିଟେଡ୍‌ ଭାଲ୍‌ବ-ଲେସ୍‌ ଏନ୍‌-୯୫ ମାସ୍କ, ଟ୍ରିପଲ୍-ଲେୟାର୍ ସର୍ଜିକାଲ୍ ମାସ୍କ ଏବଂ ଡବଲ୍-ଲେୟାର୍ ପ୍ଲେଟେଡ୍ କଟନ ମାସ୍କ କରୋନା ଭାଇରସ୍ ବିସ୍ତାରକୁ ରୋକିବାରେ ସବୁଠାରୁ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି।

publive-image

ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ବଜାର‌ରେ ଉପଲବ୍ଧ ହେଉଥିବା ସମସ୍ତ ମାସ୍କ ମଧ୍ୟରୁ ୧୩ ପ୍ରକାରର ମାସ୍କ ଲୋକପ୍ରିୟ । ଗବେଷକମାନେ କରିଥିବା ପରୀକ୍ଷଣରେ ସାମିଲ୍‌ ହୋଇଥିବା ବ୍ୟକ୍ତିମାନେ ପ୍ରତ୍ୟେକ ଫେସ୍‌ମାସ୍କ ପିନ୍ଧି ୧୦ ସେକେଣ୍ଡ୍‌ ଲେଖାଏ  ଏକ ଅନ୍ଧାର ଏନକ୍ଲୋଜର ମଧ୍ୟରେ ପରସ୍ପର ସହ କଥା ହୋଇଥିଲେ। ସେହି ଅନ୍ଧାର ଏନକ୍ଲୋଜରରେ ସେମାନଙ୍କ ମୁହଁକୁ ଲେଜର୍‌ ରଶ୍ମୀ ପକାଯାଇଥିଲା। ସେଠାରେ ସେମାନେ କଥା ବନ୍ଦ କରିବାର ପର ୧୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ଭିଡିଓ ରେକର୍ଡ କରାଯାଇଥିଲା। ପରେ ଗବେଷକମାନେ ସେହି ରେକର୍ଡରୁ ଗବେଷଣାରେ ସାମିଲ୍‌ ହୋଇଥିବା ବ୍ୟକ୍ତିଙ୍କ ମୁହଁରୁ ‌କେତେ ପରିମାଣର ଜଳୀୟ କଣିକା ( ଡ୍ରପଲେଟ୍) ବାହାରୁଛି ତାହାକୁ ନିରୀକ୍ଷଣ କରିଥିଲେ। ସେଲ୍‌ଫୋନ୍‌ କ୍ୟାମେରାରେ ସୁଟ୍‌ ହୋଇଥିବା ଭିଡିଓକୁ କମ୍ପ୍ୟୁଟର୍‌ ଆଲଗୋରିଦିମ୍‌ ସହାଯ୍ୟରେ ଜଳୀୟ କଣିକାକୁ ଗଣିଥି‌ଲେ। କେଉଁ ମାସ୍କ କେତେ ପରିମାଣର ଜଳୀୟ କଣିକା ରୋକିପାରୁଛି ତାହାକୁ ପରଖିଥିଲେ। 

publive-image hindustantimes

ଫଳରେ ଜାଣିବାକୁ ମିଳିଛି ଯେ ବିନା ଫେସ୍‌ମାସ୍କରେ କଥା ହେଉଥିବା ଜଣେ ବ୍ୟକ୍ତି ତୁଳନାରେ ଭାଲ୍‌ବ-ଲେସ୍‌ ଏନ୍‌-୯୫ ମାସ୍କ, ଟ୍ରିପଲ୍-ଲେୟାର୍ ସର୍ଜିକାଲ୍ ମାସ୍କ ଏବଂ ଡବଲ୍-ଲେୟାର୍ ପ୍ଲେଟେଡ୍ କଟନ ମାସ୍କରୁ ୧୫ ପ୍ରତିଶତରୁ କମ୍‌ ଜଳୀୟ କଣିକା ବାହାରିଥାଏ। ଡବଲ୍-ଲେୟାର୍ କଟନ ମାସ୍କ ଟିକେ କମ୍‌ ପ୍ରଭାବଶାଳୀ ବୋଲି ଜାଣିବାକୁ ମିଳିିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe