Image Courtesy of India Today
ନୂଆଦିଲ୍ଲୀ: ଦେଶର ବିଭିନ୍ନ ପ୍ରାନ୍ତରେ ଅକ୍ସିଜେନ୍ ସଙ୍କଟ ଖବର ପ୍ରକାଶ ପାଉଥିବା ବେଳେ କନାରେ ‘କର୍ପୁର’ ଗୁଡ଼ାଇ ଶୁଙ୍ଘିଲେ ଶରୀରରେ ଅକ୍ସିଜେନ୍ ବଢ଼ିବ ବୋଲି ଯେଉଁ ଟିପ୍ସ୍ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି ତାହା କ୍ଷତିକାରକ। ଏହାର କୌଣସି ବିଜ୍ଞାନସମ୍ମତ ପ୍ରମାଣ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଖଣ୍ଡେ କପଡ଼ାରେ କର୍ପୁର, ଲବଙ୍ଗ, ଜୁଆଣି ଏବଂ କେଇ ବୁନ୍ଦା ନୀଳଗିରି ତୈଳ ଦେଇ ଦିନରାତି ଶୁଙ୍ଘନ୍ତୁ ବୋଲି ଭାଇରାଲ୍ ହୋଇଥିବା ଏହି ଟିପ୍ସ୍ କୁହାଯାଇଛି। ଏହା ଅମ୍ଳଜାନ ସ୍ତର ବଢ଼ାଇବ ଏବଂ ନାସିକା ପଥରେ ଅବରୋଧ ଦୂର କରିବ।
ନାସିକା ପଥ ଅବରୋଧ ଦୂର ଏବଂ ଅନ୍ୟ କେତେକ ଅସୁସ୍ଥତା ନିମନ୍ତେ କର୍ପୁର କେତେକ ପାରମ୍ପରିକ ତଥା ଆଧୁନିକ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଏ। କିନ୍ତୁ, ଏହା ଶରୀରରେ ଅକ୍ସିଜେନ୍ ସ୍ତର ବଢ଼ାଉଥିବାର କୌଣସି ବିଜ୍ଞାନସମ୍ମତ ପ୍ରମାଣ ନାହିଁ।
କର୍ପୁର ଓ ନୀଳଗିରି ତୈଳ ନାସିକା ପଥ ଅବରୋଧ ଦୂର କରିବାରେ ସେତେ ପ୍ରଭାବଶାଳୀ ନୁହେଁ ବୋଲି ୨୦୦୯ରେ ପ୍ରକାଶିତ ଏକ ଅଧ୍ୟୟନରେ ଦର୍ଶାଯାଇଛି।
Follow Us