କରୋନାରେ ମୃତ୍ୟୁ ହୋଇଛି ବୋଲି ଘୋଷଣା ହୋଇଥିଲା; ନିଜର ଶୁଦ୍ଧିକ୍ରିୟା ଚାଲିଥିବା ବେଳେ ଘରେ ପହଞ୍ଚିଲେ ବୃଦ୍ଧ

କରୋନାରେ ମୃତ୍ୟୁ ହୋଇଛି ବୋଲି ଘୋଷଣା ହୋଇଥିଲା; ନିଜର ଶୁଦ୍ଧିକ୍ରିୟା ଚାଲିଥିବା ବେଳେ ଘରେ ପହଞ୍ଚିଲେ ବୃଦ୍ଧ

କୋଲକାତା: କରୋନା ମହାମାରୀକୁ ନେଇ ଦେଶରେ ଏକ ପ୍ରକାର ଭୟ ଖେଳି ଯାଇଛି। କରୋନା ସଂକ୍ରମଣର ଦ୍ବିତୀୟ ପର୍ଯ୍ୟାୟ ପୁଣି ଫେରିଥିବା କୁହାଯାଉଛି। ତେବେ କେତେକ ସ୍ଥାନରେ ସଂକ୍ରମଣ ବି ହ୍ରାସ ପାଉଥିବା ରିପୋର୍ଟ ରହିଛି।

ଏହି କ୍ରମରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଅଞ୍ଚଳରେ ହସ୍ପିଟାଲ ପକ୍ଷରୁ ମୃତ ଘୋଷଣା କରାଯାଇଥିବା ଜଣେ କରୋନା ଆକ୍ରାନ୍ତ ତା୍ଙ୍କ ଶୁଦ୍ଧିକ୍ରିୟା ଚାଲିଥିବା ବେଳେ ଘରେ ଆସି ପହଞ୍ଚିଥିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।

ଶିବଦାସ ବନ୍ଦୋପାଧ୍ୟାୟ ନାମକ ୭୫ବର୍ଷ ବୟସ୍କ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ନଭେମ୍ବର ୧୧ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭର୍ତ୍ତି ହେବାର ଦୁଇଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଥିବା ଘୋଷଣା ‌କରାଯାଇଥିଲା। କରୋନାରେ ମୃତ୍ୟୁ ହେତୁ କୋଭିଡ ପ୍ରୋ‌ଟୋକଲ ଅନୁସାରେ ମୃ୍ତକଙ୍କ ପରିବାରଲୋକଙ୍କୁ ଶିବଦାସଙ୍କ ଚେହେରା ଦେଖିବାର ସୁଯୋଗ ଦିଆଯାଇ ନଥିଲା। ପ୍ଲାଷ୍ଟିକ ବ୍ୟାଗରେ ଗୁଡ଼ାଇ ମୃତ‌ଦେହକୁ ପରିବାରଲୋକଙ୍କୁ ହସ୍ତା‌ନ୍ତର କରାଯାଇଥିଲା।

ଶିବଦାସଙ୍କ ପରିବାରଲୋକ ବି ଚେହେରା ନଦେଖି ଅନ୍ତିମ ସଂସ୍କାର କରି ଦେଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଶିବଦାସଙ୍କ ଶୁଦ୍ଧିକ୍ରିୟା ଚାଲିଥିବା ବେ‌ଳେ ସେ ହଠାତ ଘରେ ଆସି ପହଞ୍ଚି ଥିଲେ। ଆଉ ଗ୍ରାମବାସୀ ଏହି ଘଟଣା ଦେଖି ସ୍ତବ୍ଧ ହୋଇଯାଇଥିଲେ ବୋଲି ଶିବଦାସଙ୍କ ପୁଅ କହିଛନ୍ତି।

Coronavirus: the first three months as it happened Nature

ତେବେ ଶିବଦାସ ବନ୍ଦୋପାଧ୍ୟାୟ ଯଦି ଜୀବିତ ଅଛନ୍ତି ତେବେ ଅନ୍ତିମ ସଂସ୍କାର କାହାର ହୋଇଥିଲା ବୋଲି ପ୍ରଶ୍ନବାଚୀ ହୋଇଥିଲା। ଏହି ଘଟଣାକୁ ନେଇ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଅନ୍ୟ ଜଣେ କରୋନା ରୋଗୀ ମୋହିନମୋହନ ମୁଖୋପାଧ୍ୟାୟଙ୍କ ନଭେମ୍ବର ୧୩ରେ ମୃତ୍ୟୁ ହୋଇଥିଲା। ଶିବଦାସ ବନ୍ଦୋପାଧ୍ୟାୟଙ୍କ ପରିବାରଲୋକ ମୋହିନମୋହନ ମୁଖୋପାଧ୍ୟାୟଙ୍କ ଅନ୍ତିମ ସଂସ୍କାର କରି ଦେଇଛନ୍ତି।

ଏହି ଘଟଣାକୁ ନେଇ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe