ଶତାଧିକ କରୋନା ସଂକ୍ରମିତଙ୍କୁ ଆମ୍ବୁଲାନ୍ସରେ ନେଇଥିବା ଡ୍ରାଇଭରଙ୍କର କୋଭିଡରେ ମୃତ୍ୟୁ, ଉପରାଷ୍ଟ୍ରପତି ଜଣାଇଲେ ଶ୍ରଦ୍ଧାଞ୍ଜଳି

Advertisment
ଶତାଧିକ କରୋନା ସଂକ୍ରମିତଙ୍କୁ ଆମ୍ବୁଲାନ୍ସରେ ନେଇଥିବା ଡ୍ରାଇଭରଙ୍କର କୋଭିଡରେ ମୃତ୍ୟୁ, ଉପରାଷ୍ଟ୍ରପତି ଜଣାଇଲେ ଶ୍ରଦ୍ଧାଞ୍ଜଳି

photo-indian express

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ, କରୋନା ଯୋଦ୍ଧାମାନେ ୭ ମାସ ଧରି ନିଜ ଜୀବନକୁ ବିପଦରେ ପକାଇ ସମସ୍ତଙ୍କୁ ସାହାଯ୍ୟ କରିଆସୁଛନ୍ତି | ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ପରିବାରଠାରୁ ଦୂରରେ ରହି ମଧ୍ୟ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି | ଦିଲ୍ଲୀର ସେଲାମପୁର ଅଞ୍ଚଳରେ ରହୁଥିବା ଆରିଫ ଖାନ ଏମିତି ଜଣେ ବ୍ୟକ୍ତି ଥିଲେ ଯିଏ କି ଜଣେ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ | ଆମ୍ବୁଲାନ୍ସ ଡ୍ରାଇଭର ଆରିଫ ନିଜ ଜୀବନକୁ ବିପଦରେ ପକାଇ ୨୦୦ ରୁ ଅଧିକ କରୋନା ରୋଗୀଙ୍କୁ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚାଇଥିଲେ ଏବଂ ୧୦୦ ରୁ ଅଧିକ ମୃତଦେହକୁ ଶବଦାହ ପାଇଁ ନେଇଥିଲେ ।

ତେବେ ଆରିଫ ଖାନ ମଧ୍ୟ ସେବା କରୁ କରୁ କରୋନା ସଂକ୍ରମିତ ହୋଇପଡିଥିଲେ ଓ ଶନିବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଆରିଫଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସୂଚନା ଥାଉ କି ଯେ ଆରିଫ ଖାନ ଗତ ୨୫ ବର୍ଷ ଧରି ସହିଦ ଭଗତ ସିଂ ସେବା ଦଳ ସହିତ ଜଡିତ ଥିଲେ। ସେ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇବାରେ କାମ କରୁଥିଲେ | ମାର୍ଚ୍ଚ ୨୧ ରୁ ଆରିଫ ଖାନ କରୋନା ରୋଗୀଙ୍କୁ ଡାକ୍ତରଖାନା ନେବା କାର୍ଯ୍ୟ କରୁଥିଲେ।


ସହିଦ ଭଗତ ସିଂ ସେବା ଦଳର ପ୍ରତିଷ୍ଠାତା ଜିତେନ୍ଦ୍ର ସିଂ କହିଛନ୍ତି ଯେ ଜଣେ ମୁସଲମାନ ହୋଇଥିଲେ ମଧ୍ୟ ଆରିଫ ୧୦୦ ରୁ ଅଧିକ ହିନ୍ଦୁ ଲୋକଙ୍କ ମୃତଦେହକୁ ନିଜ ହାତରେ ସଂସ୍କାର କରିଛନ୍ତି । ସୂଚନା ଥାଉ କି ଅକ୍ଟୋବର ୩ ରେ ଆରିଫଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଯେଉଁ ଦିନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେହି ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ସେ ପରିବାରର ଏକମାତ୍ର ରୋଜଗାର କରୁଥିବା ସଦସ୍ୟ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe