କାରିଗର ତିଆରି କଲେ ମାଟିର ଏପରି ଦୀପ କି ଥରେ ଲଗାଇଲେ ଜଳିବ ୨୪ରୁ ୪୦ ଘଣ୍ଟା

Advertisment
କାରିଗର ତିଆରି କଲେ ମାଟିର ଏପରି ଦୀପ କି ଥରେ ଲଗାଇଲେ ଜଳିବ ୨୪ରୁ ୪୦ ଘଣ୍ଟା

khabar.ndtv.com

ରାୟପୁର : ଛତିଶଗଡର କୋଡାଗ୍ରାମରେ ରହୁଥିବା ଜଣେ କାରିଗର ଏକ ମାଟି ଦୀପ ତିଆରି କରିଛନ୍ତି।  ଏହି ଦୀପ ୨୪ରୁ ୪୦ଘଣ୍ଟା ପର୍ଯ୍ୟନ୍ତ ଜଳି ପାରିବ ବୋଲି କାରିଗର ଅଶୋକ ଚକ୍ରଧାରୀ ଦାବି କରିଛନ୍ତି। ଏଭଳି ସ୍ବତନ୍ତ୍ର ଦୀପ ତିଆରି କରିଥିବାରୁ ଅଶୋକ ଚକ୍ରଧାରୀଙ୍କୁ ଜାତୀୟ ମେରିଟ୍ ଆୱାର୍ଡ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଅଶୋକ ଚକ୍ରଧାରୀ ବୃତ୍ତିରେ ଜଣେ କାରିଗର। ସେ ଦୀର୍ଘ ବର୍ଷ ଧରି ଏହି କାମ କରିଆସୁଛନ୍ତି |

ନିକଟରେ ଅଶୋକ ଚକ୍ରଧାରୀ ଏପରି ଏକ ମାଟି ଦୀପ ତିଆରି କରିଛନ୍ତି, ଯାହାକି ୨୪ ରୁ ୪୦ ଘଣ୍ଟା ପାଇଁ କ୍ରମାଗତ ଭାବରେ ଜଳିବ। ଏପରି ଦୀପ ତିଆରି କରିବାକୁ ନେଇ ଅଶୋକ ଚକ୍ରଧାରୀ  କହିଛନ୍ତି, ୩୫ ବର୍ଷ ପୂର୍ବେ ସେ ଏପରି ଏକ ଦୀପ ଦେଖିଥିଲେ ଏବଂ ଏହାକୁ ଧ୍ୟାନରେ ରଖି ସେ ଏହି ଦୀପ ତିଆରି କରିଛନ୍ତି।

ଆଶ୍ଚର୍ଯ୍ୟର କଥା ହେଲା ଏହି ଦୀପର ଭିଡିଓ କିପରି ଭାଇରାଲ ହୋଇଛି ତାହା ସେ ଜାଣି ନାହାନ୍ତି।  ବର୍ତ୍ତମାନ ଲୋକମାନେ ଅଶୋକ ଚକ୍ରଧାରୀଙ୍କୁ ଫୋନ୍ କରି ଦୀପ ମାଗୁଛନ୍ତି। ସେ ପ୍ରତିଦିନ ୫୦ରୁ୬୦ ଏପରି ସ୍ୱତନ୍ତ୍ର ଦୀପ ତିଆରି କରିଥାଆନ୍ତି, ଯାହାର ମୂଲ୍ୟ ୨୦୦ ରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe