ଉତ୍ତର ବାର୍ଦ୍ଧକ୍ୟରେ ସ୍ରଷ୍ଟା!

Advertisment
ଉତ୍ତର ବାର୍ଦ୍ଧକ୍ୟରେ ସ୍ରଷ୍ଟା!

CNBC.com

ଗତ ବର୍ଷ ୧୦୨ ବର୍ଷ ବୟସରେ ଜୀବନର ପ୍ରଥମ ମିଉଜିକ୍‌ ଆଲ୍‌ବମ୍‌ ସୃଷ୍ଟି କରି ଚର୍ଚ୍ଚାକୁ ଆସିଥିଲେ ମାର୍କିନ୍‌ ଗୀତିକାର ଆଲାନ୍‌ ଟ୍ରିପ୍‌। ତେବେ, ଏ ଭଳି ଗୌରବ ବିରଳ ନୁହେଁ। ବିଶ୍ବରେ ଏମିତି ଅନେକଙ୍କ ନାମ ଶୁଣିବାକୁ ମିଳେ, ଯେଉଁମାନଙ୍କ କ୍ଷେତ୍ରରେ ବୟସ ହାର ମାନିଥିଲା। ମାର୍କିନ୍‌ ଲେଖକ ଜିମ୍‌ ଡାଉନି˚ ୧୦୨ ବର୍ଷ ବୟସରେ ରଚନା କରିଥିଲେ ‘ଦ ଅଦର‌୍‌ ସାଇଡ୍‌ ଅଫ୍‌ ଇନ୍‌ଫାମି’ ସ୍ମୃତିକଥା। ଏହା ଛପାହେବା ସହ ‘ଗିନିଜ୍‌ ବୁକ୍‌’ ତାଙ୍କୁ ମାନ୍ୟତା ଦେଇଥିଲା।

ଜାପାନୀ ପାହାଡ଼ ଚଢ଼ାଳି ତିସି ଇଗରାସି ଶହେ ବର୍ଷ ବୟସରେ ଫୁଜି ପର୍ବତ ଆରୋହଣ କରି ସାରା ବିଶ୍ବକୁ ଚମତ୍କୃତ କରିଥିଲେ। ଗ୍ରିସ୍‌ର ଧାବକ ଡିମିଟ୍ରିଅନ୍‌ ୟୋଡ୍‌ନିଡିସ୍‌ ଅଠାନବେ ବର୍ଷ ବୟସରେ ଏକ ମାରାଥନ୍‌ ଦୌଡ଼ିବାରେ ସଫଳ ହେଇଥିଲେ। ମାର୍କିନ୍‌ ଅଭିନେତା ଜର୍ଜ‌୍‌ ବର୍ନ‌୍‌ ମଧ୍ୟ ଅଠାନବେ ବର୍ଷ ବୟସରେ ‘ରେଡିଓଲାଣ୍ତ୍‌ ମର୍ଡର‌୍‌’ ନାମକ ଫିଲ୍ମରେ ଅଭିନୟ କରିଥିଲେ। ସ୍ପାନିସ୍‌ ସ˚ଗୀତଜ୍ଞ ପାବ୍‌ଲୋ କାଜାଲ୍‌ସ ଛୟାନବେ ବର୍ଷ ବୟସରେ ଏକ ସ˚ଗୀତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଶ୍ବବିଖ୍ୟାତ ଇଟାଲୀୟ ସ୍ଥପତି ମିଚେଲ୍‌ଆ˚ଜେଲୋ ଅଠାଅଶୀ ବର୍ଷ ବୟସରେ ଗଢ଼ିଥିଲେ, ନିଜର ଅନ୍ୟତମ ଶ୍ରେଷ୍ଠ କୃତି ‘ରୋନ୍ଦାନିିନି ପିଏତା’। ଫରାସୀ ଚିତ୍ରକର କ୍ଲୁଦ୍‌ ମୋନେଁ ଚଉରାଅଶୀ ବର୍ଷ ବୟସରେ ବିଶ୍ବ ପ୍ରସିଦ୍ଧ ଚିତ୍ର ‘ଵାଟର‌୍‌ ଲିଲି’ ଆଙ୍କିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe