ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ ଚାମ୍ପିୟନ ହେବା ପରେ ଏବେ ବିଶ୍ବବିଜୟିନୀଙ୍କୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଖେଳାଳିଙ୍କ ଜୀବନ ଏବଂ ସେମାନଙ୍କ ବାବଦରେ ଖବର ପ୍ରକାଶ ପାଉଛି । ଆଉ ଏତିକି ବେଳେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଟିମ୍ ଇଣ୍ଡିଆର ସ୍ପିନ୍ କୁଇନ ଭାବେ ପରିଚିତ ତଥା ପଡିଆରେ ନିଜ ବୋଲିଂର ଯାଦୁରେ ବିପକ୍ଷଙ୍କୁ ଚିତପଟାଙ୍ଗ କରୁଥିବା ଦୀପ୍ତି ଶର୍ମାଙ୍କ ଟାଟୁ ।

Advertisment

ବାମ ହାତରେ ବଜରଙ୍ଗବାଲୀଙ୍କ ଟାଟୁ

ହଁ ଆଜ୍ଞା ! ମହିଳା କ୍ରିକେଟ୍ ଦଳର ଅଲରାଉଣ୍ଡର ଦୀପ୍ତି ଶର୍ମା ନିଜ ବାମ ହାତରେ ପ୍ରଭୁ ହନୁମାନଙ୍କର ଏକ ଟାଟୁ କରିଛନ୍ତି ଯାହା ତାଙ୍କୁ ପଡିଆରେ ଆକ୍ରମଣାତ୍ମକ ବୋଲିଂ କରିବାରେ ଏବଂ ବ୍ୟାଟିଂ କରିବାରେ ସାହସ ଏବଂ ଶକ୍ତି ଦେଉଛି ବୋଲି ଦୀପ୍ତି କୁହନ୍ତି । ପୂର୍ବରୁ ଯେଉଁ ଟାଟୁ ଥିଲା ସେଥିରେ ହନୁମାନଙ୍କ ଗଦା ଏବଂ ମୁଖା ସହ ଜୟ ଶ୍ରୀରାମ ଲେଖା ହୋଇଥିଲା । ମାତ୍ର ଏବେ ଯେଉଁ ଟାଟୁ ସେ ହାତରେ ରଖିଛନ୍ତି ତାହା କେବଳ ମହାବୀରଙ୍କ ମୁଖା ହିଁ ରହିଛି । 

dipti sharma with world cup
dipti sharma with world cup Photograph: (icc twitter page)

ମହାବୀରଙ୍କ ଭକ୍ତ ଦୀପ୍ତି ଶର୍ମା

ତେବେ ମହିଳା କ୍ରିକେଟର ଭାବେ ଦୀପ୍ତି ବଜରଙ୍ଗବାଲୀଙ୍କ ଭକ୍ତ ହୋଇଥିବା ବେଳେ ସେ ହନୁମାନଙ୍କୁ ଭାରି ଭକ୍ତି କରନ୍ତି । ତେଣୁ ଭକ୍ତି ହିଁ ତାଙ୍କୁ ଖେଳିବାକୁ ଶକ୍ତି ଦିଏ । ଦୀପ୍ତି ବାମହାତି ବ୍ୟାଟର ହୋଇଥିବା ବେଳେ ଛକା ଚୌକା ମାରିବାରେ ମହାବୀର ତାଙ୍କୁ ଶକ୍ତି ଦିଅନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । 

ହନୁମାନଙ୍କ ମନ୍ଦିରରେ ଦୀପ୍ତି ଅନେକ ସମୟ ବିତାଉଥିବା ବେଳେ ଅନେକ ଫଟୋ ବି ଉଠାଇଛନ୍ତି । ତେବେ କ୍ରିକେଟ୍ କେବଳ ଏକ ଜେଣ୍ଟଲମେନଙ୍କ ଖେଳ ନୁହେଁ ବରଂ ସମସ୍ତଙ୍କ ଖେଳ ବୋଲି ଦୀପ୍ତି ପିନ୍ଧିଥିବା ଟି-ସାର୍ଟ ବି ଭାଇରାଲ ହେଉଛି ।

ଆହୁରି ପଢନ୍ତୁ-

President With Women's World Cup: ମହାମହିମଙ୍କ ହାତରେ ମହିଳା ବିଶ୍ବକପ୍, ବିଶ୍ବବିଜୟିନୀଙ୍କୁ ଭେଟି କହିଲେ- ବିଶ୍ବାସ ଥିଲା ଦେଶର ଝିଅମାନେ ବିଶ୍ବବିଜେତା ହେବେ

ମୋଦୀ ପଚାରିଲେ ଟାଟୁ କଥା

ସେପଟେ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବେଳେ ମୋଦୀ ଦୀପ୍ତିଙ୍କୁ ଟାଟୁର ସିକ୍ରେଟ୍ ଏବଂ ଜୟ ଶ୍ରୀରାମର କଥା ପଚାରିଥିଲେ । ଆଉ ଦୀପ୍ତି ଉତ୍ତରରେ କହିଥିଲେ- ମୋର ନିଜ ଅପେକ୍ଷା ହନୁମାନଙ୍କ ଉପରେ ଅଧିକ ବିଶ୍ୱାସ ଅଛି। ଯେତେବେଳେ ମୁଁ ଅସୁବିଧାରେ ପଡ଼େ, କଠିନ ସମୟ ଦେଇ ଗତି କରେ କିମ୍ବା ଭାଙ୍ଗିପଡ଼େ ସେତେବେଳେ ତାଙ୍କ ନାମ ନେବା କ୍ଷଣି ମୋର ସବୁ ସମସ୍ୟା ଦୂର ହେଇଯାଏ । 

ଆହୁରି ପଢନ୍ତୁ-

Call Recording tricks : ଆପଣଙ୍କ କଲ୍ ରେକର୍ଡିଂ ହେଉଥିଲେ ଜାଣିବେ କିପରି