ବଜାରକୁ ଆସିଲା ଧୋନିଙ୍କ ବଗିଚାର ପରିବା: ୧୦ଟଙ୍କାରେ ବିକ୍ରି ହେଉଛି କୋବି

Advertisment
ବଜାରକୁ ଆସିଲା ଧୋନିଙ୍କ ବଗିଚାର ପରିବା: ୧୦ଟଙ୍କାରେ ବିକ୍ରି ହେଉଛି କୋବି

ନୂଆଦିଲ୍ଲୀ: କ୍ରିକେଟରେ ନିଜର ଦକ୍ଷତା ପ୍ରମାଣ କରିବା ପରେ ବର୍ତ୍ତମାନ ମହେନ୍ଦ୍ର ସିଂ ଧୋନି ଜଣେ ବ୍ୟବସାୟୀ ଭାବରେ ନିଜର ଦ୍ୱିତୀୟ ଯାତ୍ରା ଆରମ୍ଭ କରିଛନ୍ତି। କିଛି ଦିନ ତଳେ ମହେନ୍ଦ୍ର ସିଂ ଧୋନି ନିଜ ବଗିଚାରେ ଜୈବିକ ଚାଷ ଆରମ୍ଭ କରିଥିବା ନେଇ ଖବର ମିଳିଥିଲା। ଏବେ ଧୋନି କରିଥିବା ଜୈବିକ ପନିପରିବା ବଜାରରେ ବିକ୍ରି ହେବା ଆରମ୍ଭ ହୋଇଛି। ତେବେ ପନିପରିବା ଜୈବିକ ହୋଇଥିଲେ ମଧ୍ୟ ସେ ବଜାର ମୂଲ୍ୟଠାରୁ ଶସ୍ତାରେ ପରିବା ବିକ୍ରି କରୁଥିବା ଜଣା ପଡ଼ିଛି। ଧୋନି ନିଜର ଏକ ସ୍ବତନ୍ତ୍ର କିଓସ୍କ କରି ପନିପରିବା ବିକ୍ରି କରୁଛନ୍ତି।

धोनी के फार्म की सब्‍ज‍ियां मार्केट में उतरीं, सस्‍ते दामों में बिके ऑर्गेनिक टमाटर और गोभी aajtak

କୋବି କିଲୋ ପିଛା ମାତ୍ର ୧୦ଟଙ୍କାରେ ବିକ୍ରି ହେଉଥିବାବେଳେ ଟମାଟୋ କିଲୋ ପିଛା ମାତ୍ର ୩୦ଟଙ୍କାରେ ବିକ୍ରି ହେଉଛି | ଯଦି ହୋଲସେଲିଂ ପାଇଁ କିଏ ଧୋନିଙ୍କ ବଗିଚାର ପରିବା କିଣିବ, ତେ‌ବେ ତାକୁ ଆହୁରି ଶସ୍ତାରେ ଦିଆଯିବ। ତେବେ ଧୋନି ଏବେ ନୂଆ ନୂଆ ବଜାରରେ ପ୍ରବେଶ କରିଥିଲେ ମଧ୍ୟ ତାଙ୍କ ପରିବାର ଚାହିଦା ବଢ଼ୁଥିବା ଦେଖାଯାଉଛି।

ଅନ୍ୟ ପକ୍ଷରେ ପରିବା ସହ ଦୁଗ୍ଧ ବ୍ୟବସାୟ ମଧ୍ୟ ଧୋନି କରୁଥିବା ଜଣା ପଡ଼ିଛି। ଖୁବ ଶୀଘ୍ର ଧୋନିଙ୍କ ଫାର୍ମରୁ ମଟର, ଷ୍ଟ୍ରବେରୀ ଏବଂ କଡକନାଥ ଅଣ୍ଡା ମଧ୍ୟ ବଜାରରେ ଉପଲବ୍ଧ ହେବ | ଧୋନି ନିଜେ ମାର୍କେଟ ଆଉଟଲେଟ୍ ପାଇଁ ପୂରା ଚାଷ ଉପରେ ନଜର ରଖିଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe