ଜନ୍ମ ଦେବା ଏବଂ ପାଳନ କରିବାକୁ ୩୭୦୦୦ କିଲୋମିଟର ଯାତ୍ରା କଲା ମା କଇଁଛ

Advertisment

ମମତା ଆଗରେ ହାର ମାନିଗଲା ଦୂରତା

ମମତା ଆଗରେ ହାର ମାନିଗଲା ଦୂରତା

ଜନ୍ମ ଦେବା ଏବଂ ପାଳନ କରିବାକୁ ୩୭୦୦୦ କିଲୋମିଟର ଯାତ୍ରା କଲା ମା କଇଁଛ

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି ବନ୍ଦୀ ଭାବେ ରହିବା ପରେ ଯେବେ ମୁକ୍ତି ମିଳିଲା ନିଜ ଘରକୁ ଫେରିବାକୁ ଇଚ୍ଛା ହେଲା | ଆଉ ଇଚ୍ଛା ସାମ୍ନାରେ ଫିକା ପଡିଗଲା ଦୂରତା | ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ | ଭାରତୀୟ ଜଙ୍ଗଲ ସେବା ଅଧିକାରୀ ପ୍ରବୀଣ କାସୱାନ୍ କଇଁଛର ଏକ ଅନନ୍ୟ କାହାଣୀ ନିଜ ଟ୍ୱିଟରରେ ସେୟାର କରିଛନ୍ତି | ସେ ତାଙ୍କ ଟ୍ୱିଟରରେ ଏକ କଇଁଛର ନିଜ ଘରକୁ ଯିବାର ଚମତ୍କାର ଯାତ୍ରା ବାବଦରେ ଉଲ୍ଲେଖ କରିଛନ୍ତି ।

'ୟୋଶି' ନାମକ କଇଁଛ ମାର୍ଚ୍ଚରେ ୩୭ ହଜାର କିଲୋମିଟର ଯାତ୍ରା କରି ନିଜ ପିଲାମାନଙ୍କୁ ଜନ୍ମ ଦେବା ଏବଂ ପାଳିବା ପାଇଁ ସ୍ଥାନ ଖୋଜିଥିଲା । କଇଁଛଟିର ଯାତ୍ରା ଆଫ୍ରିକା ଠାରୁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ଥିଲା | 'ୟୋଶି' ନାମକ ଏହି କଇଁଛ ଆହତ ଅବସ୍ଥାରେ ଆଫ୍ରିକାର ଜାମ୍ବିଆ ଉପକୂଳରୁ ଉଦ୍ଧାର ହୋଇଥିଲା । ଯାହା ପରେ ପଶୁପ୍ରେମୀମାନେ ସୁସ୍ଥ ହେବା ପର୍ଯ୍ୟନ୍ତ ଚିକିତ୍ସା ଏବଂ ତଦାରଖ କରିଥିଲେ।


ଏହି ସମୟରେ, କଇଁଛର ଶରୀର ଉପରେ ଏକ ସାଟେଲାଇଟ ଟ୍ୟାଗ୍ ଲଗାଯାଇଥିଲା, ଯାହା ଦ୍ୱାରା କଇଁଛର ପ୍ରଜାତି ବିଷୟରେ ଅଧିକ ସୂଚନା ମିଳିପାରିବ | ୨୦ ବର୍ଷ ବନ୍ଦୀ ଜୀବନ କାଟିବା ପରେ ଶେଷରେ କଇଁଛକୁ ମୁକ୍ତ କରାଯାଇଥିଲା। ଏହା ପରେ କଇଁଛଟି ଘର ଖୋଜିବା ଆରମ୍ଭ କରିଥିଲା । ତା’ପରେ, ନିଜ ଗନ୍ତବ୍ୟ ସ୍ଥଳର ସନ୍ଧାନରେ ସେ ଚାଲି ଚାଲି ଅଧା ଦୁନିଆ ଭ୍ରମଣ କରି ନିଜ ଘର ଅଷ୍ଟ୍ରେଲିଆ ସମୁଦ୍ରରେ ପହଁଚିଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe