ଗାନ୍ଧିନଗର: ଲଗାତାର ବର୍ଷା ଯୋଗୁଁ ଗୁଜରାଟର ବଡୋଦରାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଭାସି କୁମ୍ଭୀର ଲୋକଙ୍କ ଘରେ ପହଞ୍ଚୁଛନ୍ତି। ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଏହିପରି ଅନେକ ଫଟୋ ଓ ଭିଡ଼ିଓ ଦେଖିବାକୁ ମିଳୁଛି। ​​ଯେଉଁଥିରେ କୁମ୍ଭୀର ଘରର ଛାତରେ ପହଞ୍ଚିଥିବାର ଦେଖିବାକୁ ମିଳୁଛି।
ତିନିଟି କୁମ୍ଭୀର ଗାଈ ଶିକାର କରିବା ପରେ ଏକାଠି ଫେରୁଥିବା ବେଳର ଫଟୋ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥିବା ବେଳେ କୁମ୍ଭୀର ଆତଙ୍କ ଏବେ ଏକ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି।
ଭିଡିଓ ଉପରେ ମନ୍ତବ୍ୟ ଦେଇ ଅନ୍ୟ ଜଣେ ୟୁଜର ମଜାଳିଆ ମନ୍ତବ୍ୟ ଦେଇ ଲେଖିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ଭୁଲ୍। ବିନା ହେଲମେଟରେ କୁମ୍ଭୀର କିପରି ସ୍କୁଟିରେ ବସି ପାରିବ।
ଅଧିକ ପଢ଼ନ୍ତୁ: ପୁଟିନଙ୍କୁ ମୋଙ୍ଗୋଲିଆରେ ଗିରଫ କରିବ କି ଆଇସିସି: କ’ଣ କହୁଛି ଆଇନ
ଗୁଜୁରାଟରେ ବାତ୍ୟା ଅନେକ କ୍ଷୟକ୍ଷତି ଘଟାଇଛି। କଚ୍ଛ ଏବଂ ସୌରାଷ୍ଟ୍ରର ଅଞ୍ଚଳରେ ବନ୍ୟା ଯୋଗୁଁ ଅନେକ ଲୋକ ଫସି ରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି। ତେବେ ଏନଡିଆରଏଫ ଟିମ୍ ୩ ହଜାରରୁ ଅଧିକ ଲୋକଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି। ଅନେକ ଜିଲ୍ଲାରେ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଅଧିକ ପଢ଼ନ୍ତୁ: ଦୁଷ୍କର୍ମ ବିରୋଧୀ ଅପରାଜିତା ବିଲ୍ ପାରିତ: ଦୋଷୀଙ୍କୁ ହେବ ମୃତ୍ୟୁ ଦଣ୍ଡାଦେଶ
Follow Us