ରେଳ ଷ୍ଟେସନଗୁଡ଼ିକରେ ପ୍ଲାଷ୍ଟିକ ବୋତଲକୁ ନଷ୍ଟ କରିବା ପାଇଁ କ୍ରସର ମେସିନ ଲଗାଇବ ଭାରତୀୟ ରେଳବାଇ

ରେଳ ଷ୍ଟେସନଗୁଡ଼ିକରେ ପ୍ଲାଷ୍ଟିକ ବୋତଲକୁ ନଷ୍ଟ କରିବା ପାଇଁ କ୍ରସର ମେସିନ ଲଗାଇବ ଭାରତୀୟ ରେଳବାଇ

ରେଳ ଷ୍ଟେସନଗୁଡ଼ିକରେ ଦିନକୁ ଦିନ ବୃଦ୍ଧି ପାଉଛି ପ୍ଲାଷ୍ଟିକ ଆବର୍ଜନା। ଏହାକୁ ଦୂର କରିବା ପାଇଁ ଏବେ ଅଣ୍ଟାଭିଡିଛି ଭାରତୀୟ ରେଳବାଇ। ଏଥିପାଇଁ ଦୁଇ ହଜାର ରେଳ ଷ୍ଟେସନରେ ପ୍ଲାଷ୍ଟିକ ବୋତଲ ନଷ୍ଟ କରିବା ପାଇଁ କ୍ରସର ମେସିନ ଲଗାଇବାକୁ ଯାଉଛି ରେଳବାଇ। ଏହାଦ୍ୱାରା ପରିବେଶ ପ୍ରଦୂଷଣ ଦୂର ହେବା ସହିତ ରେଳ ଷ୍ଟେସନଗୁଡ଼ିକ ପରିଷ୍କାର ରହିବ ବୋଲି ଆଶା ରଖିଛି ରେଳବାଇ।

ପ୍ଲାଷ୍ଟିକକୁ ନଷ୍ଟ କରିବା ପାଇଁ ଭାରତୀୟ ରେଳବାଇ ତରଫରୁ ଏକ ବଡ ପଦକ୍ଷପ ଗ୍ରହଣ କରାଯାଇଛି। ଦେଶର ଦୁଇ ହଜାର ରେଳ ଷ୍ଟେସନରେ ପ୍ଲାଷ୍ଟିକକୁ ନଷ୍ଟ କରିବା ପାଇଁ ମେସିନ ଲଗାଇବ ଭାରତୀୟ ରେଳବାଇ। ରେଳବାଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ରେଲବାଇର ୧୬ଟି ଜୋନ ଏବଂ ୭୦ଟି ରେଳ ଷ୍ଟେସନ ମଣ୍ଡଳରେ ପ୍ଲାଷ୍ଟିକକୁ ନଷ୍ଟ କରିବା ପାଇଁ ଦୁଇ ହଜାର କ୍ରସର ମେସିନ ସ୍ଥାପିତ କରିବା ପାଇଁ ଯୋଜନା କରାଯାଉଛି।

publive-image

ପ୍ଲାଷ୍ଟିକ କାରଣରୁ ପରିବେଶ ଦିନକୁ ଦିନ ପ୍ରଦୂଷଣ ହେବାକୁ ଲାଗିଲାଣି। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ରେଳ ଷ୍ଟେସନରେ ପ୍ଲାଷ୍ଟିକକୁ ନଷ୍ଟ କରିବାର ମେସିନ ଲଗାଯିବାର ପ୍ରବନ୍ଧନ କରାଯାଉଛି। ୨୦୦୭ର ଏକ ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ରେଳ ଷ୍ଟେସନରୁ ପ୍ରାୟ ୬,୨୮୯ ଟନ ପ୍ଲାଷ୍ଟି ଆବର୍ଜନା ଟ୍ରକ ମାଧ୍ୟମରେ ବାହାରେ ଫୋପଡି ଦିଆଯାଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏପରି ଏକ ପଦକ୍ଷକ ଗ୍ରହଣ କରିଛି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ପ୍ଲାଷ୍ଟିକରୁ ପରିବେଶକୁ ରକ୍ଷା କରିବା।

ରେଳ ଷ୍ଟେସନରେ ଏହି ମେସିନ ଲାଗିବା ଦ୍ୱାରା ଯାତ୍ରୀମାନେ ପ୍ଲାଷ୍ଟିକ ବୋତଲ କିମ୍ବା ପ୍ଲାଷ୍ଟିକର ଅନ୍ୟାନ୍ୟ ସମଗ୍ରୀ ଗୁଡିକୁ ବାହାରେ ନପକାଇ ଏହି କ୍ରସର ମେସିନରେ ପାକାଇବେ। ଯାହାଫଳରେ ଏହି ମେସିନ ପ୍ଲାଷ୍ଟିକ ଗୁଡିକୁ ନଷ୍ଟ କରି ତା ଟାଙ୍କିରେ ମହଜୁଦ କରି ରଖିବ। ଯାହାକୁ ପରେ ଟାଙ୍କିରୁ ବାହାର କରାଯାଇ ପୁନଃଉପଯୋଗୀ କରାଯିବ। ଏହାଦ୍ୱାରା ପରିବେଶକୁ ପ୍ରଦୂଷଣରୁ ରକ୍ଷା କରାଯାଇପାରିବ।

publive-image

ଉଲ୍ଲେଖଯୋଗ୍ୟ କି, ପୂର୍ବରୁ ଭାରତୀୟ ରେଳବାଇ ଅଳ୍ପ କେତେକ ଷ୍ଟେସନରେ ଏହି କ୍ରସର ମେସିନକୁ ଲଗାଇଥିଲେ। ସେହି ସମୟରେ ରେଳବାଇ ଘୋଷଣା କରିଥିଲା ଯେଉଁ ବ୍ୟକ୍ତି କ୍ରସର ମେସିନରେ ପ୍ଲାଷ୍ଟି ବୋତଲ ପକାଇବ ତାଙ୍କୁ ବୋତଲ ବଦଳରେ ୫ ଟଙ୍କା ମିଳିବ। ରେଳବାଇର ଏହି ଯୋଜନା ବେଶ ସଫଳ ହୋଇଥିବାରୁ ଏବେ ରେଳବାଇ ଏହି ଯୋଜନାକୁ ଆହୁରି ବ୍ୟାପକ କରିବା ପାଇଁ ଚେଷ୍ଟା ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe