ମହାକାଶର କପ୍‌ : ମହାକାଶଚାରୀ ପିଇପାରିବେ ଚା’-କଫି

ମହାକାଶର କପ୍‌ : ମହାକାଶଚାରୀ ପିଇପାରିବେ ଚା’-କଫି

representetional immage - Discover Magazine

ମହାକାଶଯାନରେ ଯାତ୍ରା କରୁଥିବା ମହାକାଶଚାରୀମାନଙ୍କୁ ଏକ ଭିନ୍ନ ପରିବେଶ ସହ ଖାପ ଖୁଆଇବାକୁ ପଡ଼ିଥାଏ। ମହାକାଶରେ ମାଧ୍ୟାକର୍ଷଣ ବଳ ଶୂନ ଥିବାରୁ ସେମାନଙ୍କୁ ଭାସମାନ ଅବସ୍ଥାରେ ସବୁ କାମ କରିବାକୁ ପଡ଼େ। ଭୂପୃଷ୍ଠ ପରି ସେଠାରେ କୌଣସି ବସ୍ତୁକୁ ଛାଡ଼ିଦେଲେ ତାହା ତଳକୁ ଖସିପଡ଼େନାହିଁ କି ବୋତଲରୁ ପାଣି ଢାଳିଲେ ତାହା ବାହାରେ ନାହିଁ। କୌଣସି କାରଣରୁ ପାଣି ଢଳିଗଲେ ବି ତାହା ଶୂନ୍ୟରେ ସେମିତି ଭାସି ରହିଥାଏ। ତେଣୁ ମହାକାଶଚାରୀମାନେ କୌଣସି ପାନୀୟକୁ ପାତ୍ରରେ ଢାଳି ପିଇବା ସମ୍ଭବ ହୁଏନାହିଁ।

ତେବେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ ଏକ ବିଶେଷ ଧରଣର କପ୍‌ ପ୍ରସ୍ତୁତ କରାଯାଇଛି ଯହିଁରେ ମହାକାଶଚାରୀମାନେ ଚା’ ବା ଅନ୍ୟାନ୍ୟ ପାନୀୟ ରଖି ଅନାୟାସରେ ପିଇପାରିବେ। ଏହି ସ୍ବତନ୍ତ୍ର କପ୍‌ର ଗଠନ ଏକ ନିର୍ଦ୍ଦିଷ୍ଟ ଶୈଳୀରେ କରାଯାଇଛି, ଯାହା ଫଳରେ ଶୂନ ମାଧ୍ୟାକର୍ଷଣ ପରିବେଶରେ ତରଳ ପଦାର୍ଥର ଗତିକୁ ନିୟନ୍ତ୍ରଣ କରାଯାଇ ପାରିବ। କପ୍‌ର ଆକାର ଉପରେ ତରଳ ପଦାର୍ଥ ପକାଉଥିବା ‘ସର୍ଫେସ ଟେନ୍‌ସନ୍‌’କୁ ଉପଯୋଗ କରି ମହାକାଶଚାରୀ ଉକ୍ତ ପାନୀୟକୁ ଶୋଷି ପାରିବେ। ଏଥି ସହିତ କପ୍‌ର ପାର୍ଶ୍ବଭାଗ ସହ ସଂପୃକ୍ତ ତରଳ ପଦାର୍ଥର ‘କ୍ୟାପିଲାରି ଆକ୍ସନ୍‌’ ଯୋଗୁଁ ଅଳ୍ପ ପରିମାଣର ପାନୀୟ କପ୍‌ର ଫନ୍ଦ ଯାଏ ଉଠି ଆସିଥାଏ ଯାହାକୁ ଜଣେ ଆରାମରେ ଶୋଷିନେଇ ପାରିବେ। ମହାକାଶଚାରୀମାନଙ୍କର ଆବଶ୍ୟକତା ପୂରଣ ପାଇଁ ଏହି କପ୍‌ର ଉଦ୍ଭାବନ ସମୟୋପଯୋଗୀ ହୋଇପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe