ଏମିତି ଏକ ଦେଶ ଯେଉଁଠି ଟଙ୍କା କିଣାବିକା ପାଇଁ ବସିଥାଏ ବଜାର!

ଏମିତି ଏକ ଦେଶ ଯେଉଁଠି ଟଙ୍କା କିଣାବିକା ପାଇଁ ବସିଥାଏ ବଜାର!

ଟଙ୍କା କିଣାବିକା ପାଇଁ ପୁଣି ବସିଥାଏ ବଜାର। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଶ୍ୱରେ ଏମିତି ଏକ ବଜାର ଅଛି ଯେଉଁଠି ଖୋଲା ଆକାଶ ତଳେ ସର୍ବସାଧାରଣରେ ଟଙ୍କାକୁ କିଣାବିକା କରାଯାଏ। ଏହିି ଟଙ୍କାର ବଜାର ଆଫ୍ରିକା ନିକଟରେ ଅବସ୍ଥିତ ସୋମାଲିଲ୍ୟାଣ୍ଡ ନାମକ ଦେଶରେ ରହିଛି। ଏଠାରେ ରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦି ସବୁଠି ବିକ୍ର ହୋଇଥାଏ ଗଦା ଗଦା ନୋଟ୍‌।

publive-image photo by : BBC.com

ସବୁ ଦେଶ ଗୁଡିକରେ ଟଙ୍କାକୁ ଅତି ସୁରକ୍ଷିତ ଭାବରେ ରଖାଯାଇଥାଏ। କିନ୍ତୁ ଏଠାରେ ନୋଟକୁ ସର୍ବସାଧାରଣରେ କିଣାବିକା କରାଯାଇଥାଏ। ଏହି ଦେଶଟି ଆଫ୍ରିକା ପାଖରେ ଅବସ୍ଥିତ ହୋଇଥିବା ବେଳେ ଏହାକୁ ଏପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ମାନ୍ୟତା ମିଳିପାରିନାହିଁ।

ସିଲିଙ୍ଗ ହେଉଛି ଏହି ଦେଶର କରେନ୍‌ସି। ଯାହାର କୌଣସି ଅନ୍ତରାଷ୍ଟ୍ରୀୟ ମୂଲ୍ୟ ନାହିଁ। ଏହି ଦେଶରେ ୫୦୦ ଏବଂ ୧୦୦୦ ଟଙ୍କାର ବଡ ନୋଟ ମଧ୍ୟ ପ୍ରଚଳିତ ଅଟେ। ଏଠାରେ ଆପଣଙ୍କୁ ୧ ଡଲାର ପରିବର୍ତ୍ତେ ୯୦୦୦ ସିଲିଙ୍ଗ ମିଳିଥାଏ ଏବଂ ଯଦି ଆପଣ ୧୦ ଡଲାର ଦେବେ, ତେବେ ଏହା ବଦଳରେ ଆପଣଙ୍କୁ ୫୦ କିଲୋ ସିଲିଙ୍ଗ ମିଳିଯିବ।

publive-image

୧୯୯୧ ଗୃହଯୁଦ୍ଧ ପରେ ସୋମାଲିଆ ଠାରୁ ଅଲଗା ହୋଇ ସୋମାଲିଲ୍ୟାଣ୍ଡ ନାମରେ ଏକ ନୂଆ ଦେଶ ଗଠିତ ହୋଇଥିଲା। ଏହି ଦେଶକୁ କୌଣସି ରାଷ୍ଟ୍ର ଅନ୍ତରାଷ୍ଟ୍ରୀୟ ରୂପରେ ମାନ୍ୟତା ଦେଇନାହାନ୍ତି। ଏଠାରେ ନା କୌଣସି ସରକାରୀ ବ୍ୟବସ୍ଥା ଲାଗୁ ହୋଇପାରିଛି ନା କୌଣସି ରୋଜଗାର ବ୍ୟବସ୍ଥା ରହିଛି। ଏପରିକି ଏହି ଦେଶର କରେନ୍‌ସି ସିଲିଙ୍ଗର ଅନ୍ୟ ଦେଶରେ କୌଣସି ମୂଲ୍ୟ ନାହିଁ। ଏହି କାରଣରୁ ଯଦି ଏଠାରେ ଲୋକମାନଙ୍କୁ ଏକ ବ୍ରେଡ୍‌ କିଣିବାକୁ ପଡେ ତେବେ ସେମାନଙ୍କୁ ବସ୍ତା ବସ୍ତା ନୋଟ୍‌ ଦେବା ପାଇଁ ପଡିଥାଏ।

ପାଖାପାଖି ୬୫୦ ଟଙ୍କାରେ ୫୦ କିଲୋରୁ ଅଧିକ ସିଲିଙ୍ଗ କିଣାଯାଇପାରିବ କିନ୍ତୁ ଏଥିରେ କୌଣସି ଲାଭ ନାହିଁ। ଏତେ ଗୁଡିଏ ଟଙ୍କାରେ ଆପଣଙ୍କୁ ମାତ୍ର ଅଳ୍ପ ସାମଗ୍ରୀ ହିଁ ମିଳିପାରିବ। ଏହାବ୍ୟତୀତ ଏହି ଦେଶରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ମାନ୍ୟତା ପାଇଥିବା ଗୋଟିଏ ହେଲେ ବ୍ୟାଙ୍କ ନାହିଁ। ଏଥିପାଇଁ ଏହା ସ୍ୱାଭାବିକ ଅଟେ ଯେ ଏଠାରେ ନା କୌଣସି ବ୍ୟାଙ୍କିଙ୍ଗ ସୁବିଧା ଅଛି ନା କୌଣସି ଏଟିଏମ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe