‘ଲିନିଂ ଟାୱାର’ ଭଳି ଢ଼ଳି ରହିଛି ତାଇୱାନର ଏହି ମନ୍ଦିର

Advertisment
‘ଲିନିଂ ଟାୱାର’ ଭଳି ଢ଼ଳି ରହିଛି ତାଇୱାନର ଏହି ମନ୍ଦିର

ଇଟାଲିର ପିସା ସହରସ୍ଥିତ ‘ଲିନିଂ ଟାୱାର’ ବା ଆନତ କୋଠା ବିଶ୍ବ ପର୍ଯ୍ୟଟକମାନଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ। ଦିନକୁ ଦିନ ଢଳି ଢଳି ଆସୁଥିବା ଷାଠିଏ ମିଟର ଉଚ୍ଚର ଏହି ଟାୱାରଟି ଭୂମି ସହ ଠିକ୍‌ ଲମ୍ବ ଭାବରେ ନ ରହି ୧୦ ଡିଗ୍ରି କୋଣରେ ଆନତ ରହିଛି। ତଥାପି ଭୁଶୁଡ଼ି ନ ପଡ଼ି ଦଣ୍ଡାୟମାନ ରହିବା ହେଉଛି ତାହାର ବିଶେଷତ୍ବ।

ଅନୁରୂପ ଭାବେ ଆନତ ଅବସ୍ଥାରେ ରହିଛି ତାଇୱାନର ଚିୱାଇ ପ୍ରଦେଶର ତାଇହେ ଝେଜିଂ ରାଜପ୍ରାସାଦ ନାମକ ମନ୍ଦିର। ଏହାକୁ ପର୍ଯ୍ୟଟକମାନେ ପିସା ଟାୱାରର ତାଇଵାନ ସଂସ୍କରଣ ବୋଲି ବିବେଚନା କରୁଛନ୍ତି। ୨୦୦୯ ଅଗଷ୍ଟ ମାସରେ ଆସିଥିବା ମାରାକୋଟ ନାମକ ସାମୁଦ୍ରିକ ବାତ୍ୟା ଓ ବନ୍ୟାରେ ପ୍ରବାହିତ ଭୀଷଣ କାଦୁଅ ସ୍ରୋତରେ ଝେଜିଂ ସ୍ଥିତ ଉକ୍ତ ମନ୍ଦିରଟି ଢଳିଯାଇଥିଲା। ଏହା ଏବେ ଭୂଇଁଠାରୁ ୪୫ ଡିଗ୍ରି କୋଣରେ ଢଳିରହିଛି। ତେବେ ଆଶ୍ଚର୍ଯ୍ୟର କଥା, ଉକ୍ତ ଝଡ଼ତୋଫାନରେ ତାଇୱାନରେ ପ୍ରଭୂତ ଧନଜୀବନ ନଷ୍ଟ ହୋଇଥିବା ବେଳେ ଉକ୍ତ ମନ୍ଦିରଟିର ଢଳିଯିବା ଛଡ଼ା ଅନ୍ୟ କୌଣସି କ୍ଷତି ହୋଇନାହିଁ। ଏବେ ଏହା ଦେଶବିଦେଶର ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe