ଫୋନରେ କମ୍ପ୍ୟୁଟର ରେକର୍ଡିଂ ଶୁଣି ରାଗି ଯାଇ ବୃଦ୍ଧା କହୁଛନ୍ତି ଏଭଳି କଥା…ଲୋକେ ହସିହସି ହେଉଛନ୍ତି ବେଦମ

ଫୋନରେ କମ୍ପ୍ୟୁଟର ରେକର୍ଡିଂ ଶୁଣି ରାଗି ଯାଇ ବୃଦ୍ଧା କହୁଛନ୍ତି ଏଭଳି କଥା…ଲୋକେ ହସିହସି ହେଉଛନ୍ତି ବେଦମ

ନୂଆଦିଲ୍ଲୀ: ନିକଟ‌ରେ ସୋସିଆଲ ମିଡିଆରେ ଜଣେ ବୃଦ୍ଧାଙ୍କ ଭିଡିଓ ପୋଷ୍ଟ ହୋଇଥିଲା। ଏହି ଭିଡିଓଟି ଦେଖୁ‌ଦେଖୁ ଭାଇରାଲ ହୋଇଯାଇଥିଲା। ଭିଡିଟି ୩୦ସେକେଣ୍ଡର ରହିଛି।

ଭାଇରାଲ ଭିଡିଓରେ ଜଣେ ବୃଦ୍ଧାଙ୍କୁ ଦେଖିବାକୁ ମିଳୁଛି। ସେ ଫୋନ ଧରି କାହା ସହିତ କଥା ହେବାକୁ ଚାହୁଁଛନ୍ତି। ତେବେ ସେ ଯେଉଁ ନମ୍ବରରେ କଲ ଲଗାଇଥିଲେ, ସେହି ନମ୍ବରଟି ରିଙ୍ଗ ହୋଇହୋଇ ରହିଯାଉଛି। ଏହାପରେ କମ୍ପ୍ୟୁଟର ରେକର୍ଡିଂ କହୁଛି, ‘ଆପଣ ଯେଉଁ ନମ୍ବରରେ କଲ ଲଗାଇଛନ୍ତି ସେ ଉତ୍ତର ଦେଉନାହାନ୍ତି। ’

ଏଥିରେ ବୃଦ୍ଧ ଜଣକ ଖୁବ ରାଗି ଯାଉଛନ୍ତି। ଆଉ କହୁଛନ୍ତି,‘ ଯଦି ମୁଁ ଯାହାଙ୍କୁ ଫୋନ ଲଗାଇଛି ସେ ଉତ୍ତର ଦେଉ ନାହାନ୍ତି, ତୁ କାହିଁକି ମଝିରେ ପଶୁଛୁ। ତୁ କାହିଁକି ଉତ୍ତର ଦେଉଛୁ।’

ତେବେ ଏହି ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଲୋକେ ହସିହସି ବେଦମ ହୋଇଥିଲେ। ଯିଏ ବୃଦ୍ଧଙ୍କ ଏହି ଭିଡିଓ ଦେଖୁଛନ୍ତି ସେ ନିଜ ହସକୁ ଅଟକାଇ ପାରୁ ନାହାନ୍ତି। ବୃଦ୍ଧାଙ୍କ ଏହି ମଜାଳିଆ ଭିଡିଓକୁ ଆଇପିଏସ ରାହୁଲ ପ୍ରକାଶ ଟୁଇଟରରେ ସେୟାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe