heart disease risk: ହୃଦ୍‌ରୋଗ ବିପଦ ବଢ଼ାଉଛି ଦୈନନ୍ଦିନ ଅଭ୍ୟାସ

ହୃଦ୍‌ରୋଗ ହଠାତ୍ ଆସେ ବୋଲି ଅନେକଙ୍କ ଧାରଣା। କିନ୍ତୁ ବାସ୍ତବରେ ଏହା ନିରବରେ ଧୀରେ ଧୀରେ ଆରମ୍ଭ ହୋଇଥାଏ। ଅଧିକାଂଶ ଜାଣି ନଥାନ୍ତି ଯେ ନିଜର ଦୈନନ୍ଦିନ କାର୍ଯ୍ୟଧାରା ବିପଦର କାରଣ ସାଜିଥାଏ।

fshfshbxvb

ହୃଦ୍‌ରୋଗ ହଠାତ୍ ଆସେ ବୋଲି ଅନେକଙ୍କ ଧାରଣା। କିନ୍ତୁ ବାସ୍ତବରେ ଏହା ନିରବରେ ଧୀରେ ଧୀରେ ଆରମ୍ଭ ହୋଇଥାଏ। ଅଧିକାଂଶ ଜାଣି ନଥାନ୍ତି ଯେ ନିଜର ଦୈନନ୍ଦିନ କାର୍ଯ୍ୟଧାରା ବିପଦର କାରଣ ସାଜିଥାଏ। ଆସନ୍ତୁ ଦୈନନ୍ଦିନ ଜୀବନର କିଛି ଅଭ୍ୟାସ ବାବଦରେ ଜାଣିବା, ଯାହା ହୃତ୍‌ପିଣ୍ଡକୁ କ୍ଷତି ପହଞ୍ଚାଉଛି ଏବଂ ଆୟୁଷକୁ ହ୍ରାସ କରୁଛି। ଆଧୁନିକ ସହରାଞ୍ଚଳ ଜୀବନଶୈଳୀରେ ଏମିତି କିଛି ଅଭ୍ୟାସ ଗୁନ୍ଥି ହୋଇରହିଛି।

Goods Trading: ଉତ୍ପାଦ କାରବାର କ’ଣ ଜାଣନ୍ତୁ...

ଦୀର୍ଘ ସମୟ ବସିରହିବା ଏବେ ଏକ ହୃଦ୍‌ରୋଗ ବିପଦ କାରକ ଭାବରେ ସ୍ୱୀକୃତି ପାଇଛି। ଦୀର୍ଘ ସମୟ ବସିବା ଦ୍ବାରା ରକ୍ତବାହୀ ନଳୀର କାର୍ଯ୍ୟକାରିତାରେ ପରିବର୍ତ୍ତନ ଘଟି ଦୀର୍ଘକାଳୀନ ମୃତ୍ୟୁ ବିପଦ ବଢ଼ିଥାଏ। ସେହିପରି ଆଧୁନିକ ଜୀବନଶୈଳୀର ଫାଶ ସାଜିଥିବା ଅତ୍ୟଧିକ ସ୍କ୍ରିନ୍ ଟାଇମ୍‌ ମଧ୍ୟ ଅକାଳ ବାର୍ଦ୍ଧକ୍ୟର ଆଉ ଏକ କାରଣ। ସ୍କ୍ରିନ୍ ସମୟ ଆମର ଗତିବିଧି, ନିଦ୍ରା ଓ ଖାଇବା ଆଚରଣକୁ ନିରବରେ ଖାଇଯାଉଛି। ସ୍କ୍ରିନ୍ ଆଗରେ ଯେତେ ଘଣ୍ଟା ଅଧିକ ବିତିବ ହୃଦ୍‌ରୋଗ, ଷ୍ଟ୍ରୋକ୍ ଓ ମେଟାବୋଲିକ୍ ବ୍ୟାଧିର ଆଶଙ୍କା ସେତେ ଅଧିକ ହେବ। ରାତିରେ ସ୍କ୍ରିନ୍ ଏକ୍ସପୋଜର ମେଲାଟୋନିନ୍ କ୍ଷରଣକୁ ବାଧା ଦେଇ ନିଦ ଖରାପ କରେ ଏବଂ କାର୍ଡିଓମେଟାବୋଲିକ୍ ବିପଦ ବଢ଼ାଏ। ଇନ୍‌ଷ୍ଟାଣ୍ଟ ନୁଡଲ୍‌ସ, ପ୍ୟାକେଟ୍‌ରେ ମିଳୁଥିବା ସ୍ନାକ୍ସ ଏବଂ ମିଠା ପାନୀୟ ପରି ପ୍ରକ୍ରିୟାକୃତ ଖାଦ୍ୟ ସୁବିଧାଜନକ ହୋଇପାରେ, କିନ୍ତୁ ସେଗୁଡ଼ିକ ଦୀର୍ଘକାଳୀନ ବିପର୍ଯ୍ୟୟ ସୃଷ୍ଟି କରନ୍ତି। ଏହା ପ୍ରଦାହକୁ ତ୍ୱରାନ୍ୱିତ କରେ, ରକ୍ତଚାପ ବୃଦ୍ଧି କରେ, ଅନ୍ତନଳୀ ସ୍ୱାସ୍ଥ୍ୟକୁ ବିଚଳିତ କରେ ଏବଂ ଲୋକଙ୍କୁ ପ୍ରାରମ୍ଭିକ ହୃଦ୍‌ରୋଗ ଆଡ଼କୁ ଠେଲିଦିଏ। ସେହିପରି ଦୀର୍ଘକାଳୀନ ନିଦ୍ରା ଅଭାବ ହେଉଛି ସବୁଠାରୁ ଅଣଦେଖା ସ୍ୱାସ୍ଥ୍ୟ ବିପଦ।

FIR Against Pradeep Majhi: ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଫାଇରିଂ କରିଦେବି କହିବା ମାମଲାରେ ପୂର୍ବତନ ସାଂସଦଙ୍କ ନାମରେ ଏତଲା

ଅଳ୍ପ ଓ ନିମ୍ନମାନର ନିଦ୍ରା ରକ୍ତଚାପ ବୃଦ୍ଧି କରେ, ମେଟାବୋଲିଜିମ୍‌କୁ ପ୍ରଭାବିତ କରେ, ଓଜନ ବୃଦ୍ଧି କରେ ଏବଂ ହରମୋନ୍‌ ସନ୍ତୁଳନକୁ ବିଗାଡ଼ି ଦିଏ। ଅଳ୍ପ ନିଦ୍ରା ମଧ୍ୟ ଚାପ ନିୟନ୍ତ୍ରଣରେ ବାଧା ସୃଷ୍ଟି କରି ହୃଦ୍‌ରୋଗର ସିଧାସଳଖ କାରଣ ପାଲଟେ। ସେହିପରି ଧୂମପାନର କୌଣସି ନିରାପଦ ସ୍ତର ନାହିଁ। କମ୍ କିମ୍ବା ସାମୟିକ ଧୂମପାନ ମଧ୍ୟ ହୃଦ୍‌ଘାତ ଓ ମସ୍ତିଷ୍କଘାତ ବିପଦ ବଢ଼ାଏ। ଏଥି ସହିତ ଦୀର୍ଘକାଳୀନ ମାନସିକ ଚାପ ହୃତ୍‌ପିଣ୍ଡକୁ ପ୍ରଭାବିତ କରେ। ଶରୀର ଚାପଗ୍ରସ୍ତ ରହିଲେ କର୍ଟିସୋଲ ଭଳି ହରମୋନଗୁଡ଼ିକ ଉଚ୍ଚ ରହିଥାଏ, ଯାହା ରକ୍ତବାହୀ ନଳୀକୁ କ୍ଷତି ପହଞ୍ଚାଏ, ରକ୍ତଚାପ ବୃଦ୍ଧି କରେ ଏବଂ ପ୍ଲାକ୍ ଗଠନକୁ ତ୍ୱରାନ୍ୱିତ କରେ। ସେହିପରି ବିଳମ୍ବିତ ରାତିରେ ଖାଦ୍ୟ ଖାଇବା ମଧ୍ୟ ହୃତ୍‌ପିଣ୍ଡ ସ୍ୱାସ୍ଥ୍ୟର ଅନ୍ୟତମ ଶତ୍ରୁ। ସମ୍ପ୍ରତି ମଧ୍ୟରାତ୍ର ଭୋଜନ ଏକ ସାଧାରଣ ଅଭ୍ୟାସ ପାଲଟିଛି। ଉପରୋକ୍ତ ଅଭ୍ୟାସଗୁଡ଼ିକ ପ୍ରାୟତଃ ସାଧାରଣ ମନେ ହେଉଥିଲେ ହେଁ ଆମ ଅଲକ୍ଷ୍ୟରେ ବିପଜ୍ଜନକ ସାଜିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe