Times of India
'ରକ୍ତ ଦାନ ମହତ୍ ଦାନ'। ଆପଣ ଏହି କଥା ଶୁଣିଥିବେ; ତେବେ ଏହାକୁ ସତ କରି ଦେଖାଇଛନ୍ତି, ରାଜସ୍ଥାନ ହନୁମାନଗଡ଼ ଜିଲ୍ଲାର ସୟୋଦାନପୁର ଗ୍ରାମର ୫୦ ବର୍ଷୀୟ ଦିନ ମଜୁରିଆ ଅମର ସିଂ। ସେ ସେଠାରେ 'ରକ୍ତ ମଣିଷ' ଭାବେ ପରିଚିତ । ଅମର ଦିନେ କାମ ପାଇଁ ଯାଉଥିବା ସମୟରେ ରାସ୍ତାରେ ଜଣେ ବ୍ୟକ୍ତିଙ୍କର ଦୁର୍ଘଟଣା ଘଯିଥିବା ଦେଖି ତାଙ୍କୁ ଡ଼ାକ୍ତରଖାନା ନେଇ ଯାଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ଆହାତ ବ୍ୟକ୍ତିଙ୍କୁ ରକ୍ତଦାନ କରିବା ପାଇଁ କହିଥିଲେ ଏବଂ ଏଥିରୁ ତାଙ୍କର ରକ୍ତଦାନ ଅଭିଯାନ ଆରମ୍ଭ ହୋଇଥିଲା। "ସାଧାରଣ ରକ୍ତଦାନ କରି ମୁଁ ଜଣଙ୍କର ଜୀବନ ବଞ୍ଚାଇ ପାରିବା ପରେ ଏହିପରି ରକ୍ତଦାନ କରି ମୁଁ ଅନେକ ଜଣଙ୍କର ଜୀବନ ବଞ୍ଚାଇ ପାରିବି ବୋଲି ଭାବିଲି ଏବଂ ନିମୟିତ ଭାବେ ରକ୍ତଦାନ କରିବାରେ ଲାଗିଲି। ଏହା ଦ୍ୱାରା ମୋତେ ଆତ୍ମ ସନ୍ତୋଷ ମିଳିଲା। ହଠାତ୍ ଆରମ୍ଭ ହୋଇଥିବା ଏହି ଅଭିଯାନ ମୋ ଜୀବନକୁ ଲକ୍ଷ୍ୟ ପ୍ରଦାନ କରିଛି ଏବଂ ଏହା ବର୍ତ୍ତମାନ ମୋର ରୁଚିରେ ପରିବର୍ତ୍ତନ ହୋଇଗଲାଣି ", ବୋଲି କହନ୍ତି ଅମର ।
The Telegraphବର୍ତ୍ତମାନ ପର୍ଯ୍ୟନ୍ତ ଅମର ୭୩ ଥର ରକ୍ତଦାନ କରିବା ସହ ରାଜସ୍ଥାନ, ହରିୟାଣା ଏବଂ ପଞ୍ଜାବରେ ୩୩୦ଟି ରକ୍ତଦାନ ଶିିବିର ଆୟୋଜିତ କରାଇ ସାରିଛନ୍ତି । ୨୦୦୭ରେ ଅମର ତାଙ୍କ ପୁତ୍ରର ବିବାହ ଉତ୍ସବ ଏବଂ ୨୦୧୧ରେ ତାଙ୍କ ମାତାଙ୍କ ବିୟୋଗରେ ଆୟୋଜିତ ଏକାଦଶାହ ଅବସରରେ ରକ୍ତଦାନ ଶିବିରର ଆୟୋଜନ କରିଥିଲେ । ଅମର ମନରେଗା ଯୋଜନା ଅଧୀନରେ ଦିନ ମଜୁରିଆ ଭାବେ କାମ କରି ମାସକ ୪୦୦୦ ଟଙ୍କା ରୋଜଗାର କରିଥାନ୍ତି । ସେ ସମସ୍ତଙ୍କୁ ରକ୍ତଦାନ କରି ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ଅନୁପ୍ରାଣିତ କରୁଛନ୍ତି ଏବଂ ଏହା ତାଙ୍କୁ ଆତ୍ମ ସନ୍ତୁଷ୍ଟି ଦେଉଛି ବୋଲି କହିଛନ୍ତି ଅମର । ସେ କହିଛନ୍ତି ରକ୍ତଦାନ ଦ୍ୱାରା ଜଣେ ମନୁଷ୍ୟ ହିଁ ଅନ୍ୟ ଜଣେ ମନୁଷ୍ୟର ଜୀବନ ବଞ୍ଚାଇ ପାରିବ ଏବଂ ଏହା ଦ୍ୱାରା ଦରକାର ସମୟରେ ଲୋକଙ୍କୁ ସହାୟତା କରିହେବ ।
Follow Us