ଦିନ ମଜୁରିଆ ବୃଦ୍ଧ ହେଲେ ମଡେଲ

ଦିନ ମଜୁରିଆ ବୃଦ୍ଧ ହେଲେ ମଡେଲ

ନୂଆଦିଲ୍ଲୀ: ବହୁ କ‌ଷ୍ଟରେ ଜୀବନ କାଟୁ ଥିବା ଜଣେ ବ୍ୟକ୍ତି ଯେତେବେଳେ ଚର୍ଚ୍ଚାର ପରିସରକୁ ଆସିଥାଆନ୍ତି, ସେତେବେଳେ ନିଶ୍ଚୟ ତାଙ୍କ ପଛରେ ଏକ ଆକର୍ଷଣୀୟ କାହାଣୀ ରହିଥାଏ। ଏହି କ୍ରମରେ ଜଣେ ଦିନମଜୁରିଆ ମେଡଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।

କେରଳର ଜଣେ ୬୦ ବର୍ଷୀୟା ଦିନମଜୁରିଆ ସୋସିଆଲ ମିଡିଆରେ ତାଙ୍କର ନୂଆ ଗ୍ଲାମର ଲୁକ୍ ପାଇଁ ଚର୍ଚ୍ଚାରେ ରହିଛନ୍ତି। କୋଝିକୋଡରେ ରହୁଥିବା ମମିକ୍କା ବୃତ୍ତିରେ ଜଣେ ଦିନମଜୁରିଆ। କିନ୍ତୁ ଜଣେ ଫଟୋଗ୍ରାଫର ତାଙ୍କୁ ସୋସିଆଲ ମିଡିଆରେ ଏକ ଭିନ୍ନ ପରିଚୟ ଦେଇଛନ୍ତି।

ଫଟୋଗ୍ରାଫର ଶାରିକ୍ ଭୟାଲିଲ ମମିକ୍କାଙ୍କ ଠାରେ ମେଡଲ ଲୁକ ଦେଖିଥିଲେ। ଏହାପରେ ସେ ମମିକ୍କାଙ୍କର କିଛି ଫଟୋ ଉଠାଇବାକୁ ଅନୁମତି ମାଗିଥିଲେ। ମମିକ୍କାଙ୍କ ଅନୁମତି କ୍ରମେ ତାଙ୍କର ମେକଓଭର କରାଯାଇ ଫଟୋସୁଟ କରାଯାଇଥିଲା। ମମିକ୍କାଙ୍କ ମେକଓଭରକୁ ସମସ୍ତେ ପସନ୍ଦ କରିଥିଲେ । ମାମିକ୍କା ତାଙ୍କର ଏହି ଅନନ୍ୟ ଲୁକ୍ ପାଇଁ ଅନେକ ପ୍ରଶଂସା ପାଉଛନ୍ତି।

ଏକ ସ୍ଥାନୀୟ ଫର୍ମର ଏକ ପ୍ରମୋସନାଲ୍ ଫଟୋସୁଟ୍ ପାଇଁ ମମିକ୍କାଙ୍କୁ ସୁଟ୍ ପିନ୍ଧାଇ ହାତରେ ଏକ ଆଇପ୍ୟାଡ୍ ସହିତ ବସା ଯାଇ ଫଟୋ ଉଠାଯାଇଥିଲା। ଏହାପରେ ଫଟୋଗ୍ରାଫର ଶାରିକ୍ ଭାୟାଲିଲ ମମିକ୍କାଙ୍କ ଏକ ଫଟୋ ତାଙ୍କ ସୋସିଆଲ୍ ମିଡିଆ ପୃଷ୍ଠାରେ ପୋଷ୍ଟ କରିଥିଲେ।

ଅନ୍ୟପକ୍ଷରେ, ମମିକ୍କା ଏହି ସଫଳତା ପାଇଁ ଖୁସି ଅଛନ୍ତି ଏବଂ ସେ କହିଛନ୍ତି ଯେ ଯଦି ସେ ନିୟମିତ ଚାକିରି ସହିତ ଅଫର ପାଆନ୍ତି, ତେବେ ସେ ମଡେଲିଂ ଜାରି ରଖିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe