ଆଖି ପ୍ରତି ଅତିବାଇଗଣୀ ରଶ୍ମିର ବିପଦ

ଅତିବାଇଗଣୀ ରଶ୍ମି ହେଉଛି ଆଲୋକର ଅଦୃଶ୍ୟ ବିକିରଣ, ଯାହା ସାଧାରଣତଃ ପ୍ରାକୃତିକ ଭାବେ ସୂର୍ଯ୍ୟାଲୋକରେ ରହିଥାଏ। ଏହା ସହଜରେ ଆଖିର ତନ୍ତୁ ଭେଦ କରି ଗମ୍ଭୀର ଅବସ୍ଥା ସୃଷ୍ଟି କରିପାରେ।

dssdxcxcd

ଅତିବାଇଗଣୀ ରଶ୍ମି ହେଉଛି ଆଲୋକର ଅଦୃଶ୍ୟ ବିକିରଣ, ଯାହା ସାଧାରଣତଃ ପ୍ରାକୃତିକ ଭାବେ ସୂର୍ଯ୍ୟାଲୋକରେ ରହିଥାଏ। ଏହା ସହଜରେ ଆଖିର ତନ୍ତୁ ଭେଦ କରି ଗମ୍ଭୀର ଅବସ୍ଥା ସୃଷ୍ଟି କରିପାରେ। ୟୁଭିଏ, ୟୁଭିବି ଓ ୟୁଭିସି ପରି ତିନି ପ୍ରକାର ଅତିବାଇଗଣୀ ରଶ୍ମି ରହିଛି। ୟୁଭିସି ପୃଥିବୀର ବାୟୁମଣ୍ଡଳ ଦ୍ବାରା ଶୋଷି ହୋଇଯାଏ। ତେବେ ସର୍ବାଧିକ ସୂର୍ଯ୍ୟାଲୋକ ସମୟରେ ୟୁଭିଏ ଓ ୟୁଭିବି ଭୂପୃଷ୍ଠକୁ ପହଞ୍ଚିଥା’ନ୍ତି। ଏହି ରଶ୍ମି ଫଟୋକେରାଟାଟିସ୍‌ (କର୍ଣ୍ଣିଆର ଏକ ଯନ୍ତ୍ରଣାଦାୟକ ଅବସ୍ଥା), ପେଟେରିଜିଅମ୍‌ (ଆଖିର ଧଳା ଅଂଶର ବୃଦ୍ଧି) ଏବଂ ଅନ୍ୟାନ୍ୟ ଗମ୍ଭୀର ଚକ୍ଷୁ ସମସ୍ୟା ବଢ଼ାଇଥାଏ। ଅତିବାଇଗଣୀ ରଶ୍ମି ଯୋଗୁଁ ମୋତିଆବିନ୍ଦୁ ଆଶଙ୍କା ବଢ଼େ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ମୋତିଆବିନ୍ଦୁର ଶିକାର ଲୋକଙ୍କ ଭିତରୁ ୧୦%ଙ୍କ କ୍ଷେତ୍ରରେ ଅତିବାଇଗଣୀ ରଶ୍ମି ସଂସ୍ପର୍ଶରେ ଆସିବା ହେଉଛି ମୁଖ୍ୟ କାରଣ। ଏହା ଆଖିପତା କର୍କଟ ପାଇଁ ମଧ୍ୟ ଦାୟୀ। ତେଣୁ ଏ ସବୁଥିରୁ ବର୍ତ୍ତିବା ପାଇଁ ୟୁଭିଏ ଓ ୟୁଭିବି କିରଣକୁ ଅବରୋଧ କରିପାରୁଥିବା ସନ୍‌ଗ୍ଲାସ ବ୍ୟବହାର କରିବା ଉଚିତ। ସେହିପରି ଟୋପି ପିନ୍ଧି ଆଖିକୁ ସିଧାସଳଖ ସୂର୍ଯ୍ୟକିରଣରୁ ଦୂରେଇ ରଖିଲେ ଭଲ। ଦିନ ୧୦ଟାରୁ ୪ଟା ଯାଏ ବାହାର କାର୍ଯ୍ୟକଳାପରୁ ଦୂରେଇ ରହିବା ଆଖି ପାଇଁ ସର୍ବାଧିକ ଉପାଦେୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe