ହେଲିକପ୍ଟରରେ ବୋହୂକୁ ଘରକୁ ଆଣି ଏଭଳି କଥା କହିଲେ କୃଷକ

Advertisment
ହେଲିକପ୍ଟରରେ ବୋହୂକୁ ଘରକୁ ଆଣି ଏଭଳି କଥା କହିଲେ କୃଷକ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମଣ୍ଡସୌର ଜିଲ୍ଲାର ବାଦୱାନ ଗାଁର ଜଣେ କୃଷକ ପୁଅର ବିବାହ ପାଇଁ ଏକ ହେଲିକପ୍ଟର  ଭଡ଼ା ନେଇଥିଲେ। ଆଉ ଏହି ହେଲିକପ୍ଟର ଯୋଗେ ସେ ନିଜ ବୋହୂକୁ ଘରକୁ ଆଣିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି। କୃଷକ ରମେଶ ଧାକାଡ଼ ପ୍ରକାଶ କରିଛନ୍ତି ଯେ ସେ ସର୍ବଦା ତାଙ୍କ ଏକମାତ୍ର ପୁଅ ପାଇଁ କିଛି ଅନନ୍ୟ କରିବାକୁ ଚାହୁଁଥିଲେ ଏବଂ ତାଙ୍କ ପୁଅର ଖୁସି ଅପେକ୍ଷା ତାଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ରମେଶ କହିଥିଲେ।

ଏହି ଘଟଣାକୁ ନେଇ ପୁଅ ଯଶୱନ୍ତ ଧାକାଡ କହିଛନ୍ତି, ବିବାହ ପରେ କନ୍ୟାକୁ ଏକ ସ୍କର୍ପିଓରେ ଆଣିବାକୁ ଚାହୁଁଥିଲି, କିନ୍ତୁ ବାପା ହେଲିକପ୍ଟର ବ୍ୟବସ୍ଥା କରି ମୋତେ ଆଶ୍ଚର୍ଯ୍ୟ କରି ଦେଇଥିଲେ।

ବୃତ୍ତି ଅନୁଯାୟୀ ରମେଶ ଧାକାଡ ଜଣେ କୃଷକ। ଯାହାଙ୍କ ବଦୱାନ ଗ୍ରାମରେ ୨୫ ଟି ବଡ ଜମି ଅଛି ଏବଂ ସେ ଏକ ଦୋକାନ ମଧ୍ୟ ଚଳାନ୍ତି । କେବଳ ଗୋଟିଏ ପୁଅ ଥିବାରୁ ରମେଶ ତାଙ୍କ ପୁଅର ବିବାହ ସ୍ବତନ୍ତ୍ର ଶୈଳୀରେ କରିବାକୁ ଚାହୁଁ ଥିଲେ। ପୁଅର ବିବାହ ବୟସ ହେବା ଦିନରୁ ସେ କେମିତି ପୁଅ ବିବାହକୁ ଧୁମଧାମରେ କରିବେ ସେ ବ୍ୟବସ୍ଥା କରୁଥିଲେ। କାରଣ ପୁଅ ଖୁସି ହେଲେ ତାଙ୍କୁ ଦୁନିଆର ସବୁ ଖୁସି ମିଳିଯାଏ ବୋଲି ସେ କହିଥିଲେ। ଶେଷରେ ସେ ପୁଅ-ବୋହୂକୁ ହେଲିକପ୍ଟରେ ଘରକୁ ଆଣିବା ପାଇଁ ବ୍ୟବସ୍ଥା କରିଥିଲେ।

 ରମେଶ କହନ୍ତି ବଡ ଅଧିକାରୀ ଏବଂ ମନ୍ତ୍ରୀସ୍ତରୀୟ ନେତାମାନେ ହେଲିକପ୍ଟରରେ ଯାଇପାରନ୍ତି, ତା’ହେଲେ ଜଣେ କୃଷକଙ୍କ ପୁଅ ହେଲିକପ୍ଟରରେ କାହିଁକି ଯାଇପାରିବ ନାହିଁ?ମୁଁ ଯାହା କରିଛି ତାହା କେବଳ ମୋ ପୁଅ ଏବଂ ବୋହୂର ଖୁସି ପାଇଁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe