ମନୁଷ୍ୟର ମୃତଦେହକୁ ଆଣି ଖୋଲା ଆକାଶ ତଳେ କାହିଁକି ଏଠାରେ ମାସମାସ ପର୍ଯ୍ୟନ୍ତ ରଖାଯାଇଥାଏ ଜାଣନ୍ତୁ

Advertisment
ମନୁଷ୍ୟର ମୃତଦେହକୁ ଆଣି ଖୋଲା ଆକାଶ ତଳେ କାହିଁକି ଏଠାରେ ମାସମାସ ପର୍ଯ୍ୟନ୍ତ ରଖାଯାଇଥାଏ ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ଏମିତି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛି, ଯେଉଁଠାରେ ମନୁଷ୍ୟର ମୃତଦେହକୁ ଖୋଲା ଆକାଶ ତଳେ ମାସମାସ ପର୍ଯ୍ୟନ୍ତ ରଖାଯାଇଥାଏ। ଏହା କୌଣସି ପ୍ରଥା କିମ୍ବା ସମୁଦାୟ ଦ୍ୱାରା ପ୍ରଚଳିତ ନୁହେଁ। ସଭ୍ୟ ସମାଜରେ ମନୁଷ୍ୟ ଦ୍ୱାରା ଏପରି କରାଯାଇଥାଏ। ତେବେ ଏପରି କାହିଁକି କରାଯାଇଥାଏ ଆସନ୍ତୁ ଜାଣିବା...

publive-image

ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସସ୍‌ରେ ଏଭଳିି ଘଟଣା ଦେଖିବାକୁ ମିଳେ। ଟେକ୍ସସ୍‌ରେ ଏଭଳିି ଏକ ସ୍ଥାନ ଅଛି ଯେଉଁଠାରେ ମଣିଷର ମୃତଦେହକୁ ଏକ ଲୁହା ପଞ୍ଜୁରି ଭିତରେ ରଖି ମାସମାସ ପର୍ଯ୍ୟନ୍ତ ଛାଡ଼ି ଦିଆଯାଇଥାଏ। ଏହା ଶୁଣି ଆପଣ ନିଶ୍ଚିୟ ଚିନ୍ତାରେ ପଡ଼ି ଯିବେଣି କି କିଏ ଏବଂ କାହିଁକିବା ଏପରି କରିବାକୁ ପରାମର୍ଶ ଦେବ? ତେବେ ଏଠାକୁ ସେଭଳି ମୃତଦେହକୁ ଅଣା ଯାଇଥାଏ, ଯେଉଁ ମୃତଦେହକୁ ସଂସ୍କାର କରିବା ପାଇଁ କେହି ନଥାଆନ୍ତି ଅଥବା ଯେଉଁ ମୃତଦେହକୁ ଦାନ କରି ଦିଆଯାଇଥାଏ।

ଏବେ ଆସନ୍ତୁ ଜାଣିବା ଏପରି କାହିକିଁ କରାଯାଇଥାଏ

ଟେକ୍ସସ୍‌ ଷ୍ଟେଟ ୟୁନିଭର୍ସିଟିର scientist at the forensic anthropology center ଅନୁସାରେ, ଏଠାରେ ମଣିଷ ମୃତଦେହକୁ ଏଥିପାଇଁ ଖୋଲାରେ ଛଡ଼ା ଯାଇଥାଏ କାରଣ ଏଥିରୁ ଜଣାପଡ଼ିଥାଏ କି, ମୃତଦେହ ଉପରେ ଖୋଲା ବାତାବରଣ ଅର୍ଥାତ୍‌ ପବନ, ପାଣି, ଲୁଣ ଆଦିର କ’ଣ ପ୍ରଭାବ ପଡ଼ିଥାଏ? ଏଥିସହିତ ଏହା ବି ଜଣାପଡ଼ିଥାଏ କି କେତେ ଦିନ ମଧ୍ୟରେ ମୃତଦେହରେ କ’ଣ ପରିବର୍ତ୍ତନ ହେଉଛି? ଏଠାରେ ମୃତଦେହକୁ ପାଖାପାଖି ୬ମାସ ପର୍ଯ୍ୟନ୍ତ ଖୋଲାରେ ଛଡ଼ା ଯାଇଥାଏ। ଯେଉଁ ଲୋକଙ୍କ ମୃତ୍ୟୁ ରହସ୍ୟଜନକ ଭାବେ ହୋଇଥାଏ କିମ୍ବା ମୃତ୍ୟୁର କାରଣ ଜଣିବା ପାଇଁ ଜଟିଳ ହୋଇଥାଏ। ଏଭଳି କ୍ଷେତ୍ରରେ ପୁଲିସ ଓ ଫରେନ୍ସିକ୍‌ ବିଭାଗକୁ ଏଥିରୁ ସାହାଯ୍ୟ ମିଳିଥାଏ।

publive-image

ଏଠାରେ ରଖାଯାଉଥିବା ମୃତଦେହ ପାଇଁ କିଛି ସର୍ତ୍ତ ରହିଛି। ଯେମିତି କି ମୃତଦେହର ଓଜନ ୨୦୦କିଲୋଗ୍ରାମରୁ ଅଧିକ ହୋଇ ନଥିବ, ମୃତ୍ୟୁ ପୂର୍ବରୁ ଯେଭଳି କୌଣସି ସଂକ୍ରମଣ ରୋଗ ହୋଇ ନଥିବା। ଏଯାବତ୍‌ ଏଠାରେ ୭୦ଟି ମୃତଦେହ ରଖାଯାଇଛି। ଯାହାଙ୍କୁ ନେଇ ବୈଜ୍ଞାନିକ ପରୀକ୍ଷଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe