ଜୁଇ ଜଳିବା ଆରମ୍ଭ ହେଉଥିବା ବେଳେ ଉଠି ଦୌଡ଼ିଲେ ବୃଦ୍ଧ! ସ୍ତବ୍ଧ ସମ୍ପର୍କୀୟ

Advertisment
ଜୁଇ ଜଳିବା ଆରମ୍ଭ ହେଉଥିବା ବେଳେ ଉଠି ଦୌଡ଼ିଲେ ବୃଦ୍ଧ! ସ୍ତବ୍ଧ ସମ୍ପର୍କୀୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସମୟସମୟରେ ଏମିତି ଅଦ୍ଭୁତ ଘଟଣାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଥାଏ ଯାହାକୁ ଆଖିରେ ଦେଖିଲେ ବି ବିଶ୍ବାସ କରି ହୋଇ ନଥାଏ।ଏମିତି ଏକ ଭିଡିଓ ଇନଷ୍ଟାଗ୍ରାମ ଆକାଉଣ୍ଟ @ କେବି_ସରକାର.୦୬ରେ ଗତ ମାସରେ ପୋଷ୍ଟ କରାଯାଇଥିଲା। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିରେ ଦେଖିବାକୁ ମିଳୁଛି ଜୁଇ ତଳୁ ଜଳିବା ଆରମ୍ଭ କରୁଛି।  ଜୁଇ ଉପରେ ମୃତଦେହ ଥିବା ବେ‌ଳେ ଚାରିପାଖରେ ଲୋକଙ୍କ ଭିଡ଼ ଜମିଛି। ଠିକ ଏତିକି ବେଳେ ଜୁଇ ଉପରେ ଶୋଇଥିବା ବୃଦ୍ଧ ଜଣକ ଉଠି ଦୌଡ଼ୁ ଥିବା ଦେଖିବାକୁ ମିଳୁଛି।

ତେବେ ଏହି ଭିଡିଓ ସାମ୍ନାକୁ ଆସିବାପରେ ଲୋକେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଏହା କ’ଣ ବାସ୍ତବରେ ଘଟିପାରେ। ଏମିତି ଘଟଣା ତ ସିନେମା ଧାରାବାହିକରେ ଦେଖିବାକୁ ମିଳେ । ଯଦି ବାସ୍ତବରେ ଜୁଇ ଜଳିବା ପୂର୍ବରୁ ମୃତ୍ୟୁ ହୋଇଯାଇଥିବା ବୃଦ୍ଧ ଜଣକ ଉଠି ଦୌଡ଼ିଚାଲି ଯାଇଛନ୍ତି ତେବେ ଉକ୍ତ ବୃଦ୍ଧ ଓ ତାଙ୍କ ପରିବାର ପାଇଁ ଏହା ଏକ ସୌଭାଗ୍ୟର ବିଷୟ ହେବ। ବୃଦ୍ଧ ଜଣକ ଦ୍ବିତୀୟ ଜନ୍ମ ପାଇଯାଇଛନ୍ତି।

ଆଉ କିଛି ଜଣ ପ୍ରତିକ୍ରିୟା ଦେଇ କହିଛନ୍ତି, ଭିଡିଓ ଭାଇରାଲ କରିବା ପାଇଁ ଆଜିକାଲି ଲୋକେ ସୀମା ଅତିକ୍ରମ କରି ଯାଉଛନ୍ତି। ଦୟାକରି ଏହି ଭିଡିଓ ଯାଞ୍ଚ କରାଯାଉ। ‌ଯଦି ରିଲ୍ସ ପାଇଁ ଏପରି କରାଯାଇଥାଏ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe